କନ୍ଧମାଳ ସନ୍ତାନ

Breaking News

ଜୀବନ ଜ୍ୟୋତି କଳା ପରିଷଦ ପକ୍ଷରୁ ବାରଖମା ଠାରେ ଔଷଧିୟ ଚାରା ରୋପଣ….

କନ୍ଧମାଳ ସନ୍ତାନ(ବ୍ୟୁର): ପୃଥିବୀରେ ପରିବେଶ ସନ୍ତୁଳନ ପାଇଁ ଜଙ୍ଗଲର ଆବଶ୍ୟକତା ରହିଅଛି I ବାୟୁ ମଣ୍ଡଳ ଜରିଆରେ ପୃଥିବୀର ତାପ ମାତ୍ରାକୁ ଜୀବନର ସ୍ଥାୟୀତ୍ୱ ପାଇଁ ଠିକଣା ଭାବରେ ସ୍ଥିର ରହିବା ବ୍ୟପାରରେ ଜଙ୍ଗଲ ଏକା ଗୁରୁତ୍ୱ ପୂର୍ଣ୍ଣ ଭୂମିକା ଗ୍ରହଣ କରି ଥାଏ I ହେଲେ ମାତୃ ସଭ୍ୟତାର କ୍ରମ ବିକାଶ ସହିତ ତାଳ ମିଳାଇ ଆମ ସଭ୍ୟତା ସଂସ୍କୃତିର ପ୍ରକୃତି ବନଭୂମିକୁ ସ୍ୱାର୍ଥପର ଭାବେ ଏ ମଣିଷ ସମାଜ ନଷ୍ଟ ଭ୍ରଷ୍ଟ କରି ଚାଲିଛି l ଜଙ୍ଗଲ ସୀମାରେ ଆସିଛି କ୍ରମ ସଂକୋଚନ l ଅରଣ୍ୟରକୁ ପ୍ରଭାବ, ସୁଦୂର ପ୍ରସାରି ସଭ୍ୟତାର ଧ୍ୱଂସ ଓ ଜୀବନ ଶୋଭା ଲୋପର ସତର୍କ ଘଣ୍ଟି ଶୁଣିବା ପରେ ମନୁଷ୍ୟ ସମାଜ, ବନ ସଂରକ୍ଷଣ ଓ ଧ୍ୱଂସ ବନର ନବୀ କରଣ ପାଇଁ ବୃକ୍ଷ ରୋପଣରେ ମନ ନିବେଶ କରିଛି l

ଏହାକୁ ସଫଳ କରିବା ନିମନ୍ତେ କନ୍ଧମାଳ ଜ଼ିଲ୍ଲାର ବାଲିଗୁଡା ବନଖଣ୍ଡ ଅଧିନସ୍ଥ ବାରଖମା ଗ୍ରାମରେ ମଧ୍ୟ ଜୀବନ ଜ୍ୟୋତି କଳା ପରିଷଦ ପକ୍ଷରୁ ବୃକ୍ଷ ରୋପଣର ଡାକରା ଦିଆଯାଇ ବନ ବିଭାଗ ପକ୍ଷରୁ ଅନେକ ଔଷଧିୟ ବୃକ୍ଷର ଚାରା ଅଣା ଯାଇ ବାରଖମା ବଜାର ମଧ୍ୟରେ ବଣ୍ଟାଯିବା ସହ ଜଙ୍ଗଲ ଆମ ଜାତୀୟ ସମ୍ପଦ ଓ ବୃକ୍ଷ ହିଁ ଜୀବନ I ଏଣୁ ଜୀବନ ରକ୍ଷା ପାଇଁ ପ୍ରତ୍ୟେକ ବ୍ୟକ୍ତି ଜୀବନରେ ଅନ୍ତତଃ ଦୁଇ ତିନୋଟି ବୃକ୍ଷ ଲଗାଇବା ଦରକାର ବୋଲି ଜୀବନ ଜ୍ୟୋତି କଳା ପରିଷଦର ସଦସ୍ୟ ଯଥା ରଜନୀ କାନ୍ତ ଦିଗାଲ, ପରମା ନନ୍ଦ ନାୟକ, ଖ୍ରୀଷ୍ଟଦାସ ଦିଗାଲ, ହେବଳ କୁମାର ଦିଗାଳ, ଜଏସନ ମଲ୍ଲିକ, ଭାନୁ ନାଇକ, ଓ ବିରାଜ ନାୟକ ପ୍ରମୁଖ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ I ପୁଣି ଏହା ପରେ ବାରଖମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଥିବା ପାର୍କ ମଧ୍ୟରେ ଡାକ୍ତର ସୁଶାନ୍ତ ମଣ୍ଡଳ ଓ ଶୀବାଶିଷ ମହାନ୍ତଙ୍କ ଉପସ୍ଥିତିରେ ବିଭିନ୍ନ ଔଷଧିୟ ବୃକ୍ଷର ଚାରା ରୋପଣ କରାଯିବା ସହ ବାରଖମା ସରକାରୀ ଉଚ୍ଚ ବିଦ୍ୟାଳୟରେ ମଧ୍ୟ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରା ଯାଇଥିଲା I ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ କୁନାଲ ପ୍ରଧାନ, ବାରଖମା ବନ ବିଭାଗ ଅଧିକାରି ବର୍ଷା ରାଣୀ ପଟନାୟକ, ବାରଖମା ଫାଣ୍ଡି କର୍ମଚାରୀ, ସମେତ ବାରଖମା ଏମବିକେ ଶିଖା ରାଣୀ ଦିଗାଳ ପ୍ରମୁଖ ଯୋଗ ଦେଇଥିଲେ I

Related news

Skip to toolbar