କନ୍ଧମାଳ ସନ୍ତାନ

Breaking News

କୃଷକ ଉତ୍ପାଦକ ସଙ୍ଗଠନ ଏବଂ ପ୍ରଗତିଶୀଳ କୃଷକଙ୍କ ପାଇଁ ଆପେଡ ତରଫରୁ କର୍ମଶାଳା ଅନୁଷ୍ଠିତ….

କନ୍ଧମାଳ ସନ୍ତାନ(ବ୍ୟୁର): କୃଷି ଏବଂ ପ୍ରକ୍ରିୟାକୃତ ଖାଦ୍ୟ ପଦାର୍ଥ ରପ୍ତାନି ବିକାଶ ପ୍ରାଧିକରଣ (APEDA)ବାଣିଜ୍ୟ ମନ୍ତ୍ରାଳୟ ଭାରତ ସରକାରଙ୍କ ଅଧିନସ୍ତ ସଂସ୍ଥା ଦ୍ଵାରା ଆୟୋଜନ କରାଯାଇଥିଲା I କନ୍ଧମାଳ ଜିଲ୍ଲା ବାଲିଗୁଡା ଠାରେ ଥିବା ହୋଟେଲ ବିଭବରେ ଏହି କୃଷକ ଉତ୍ପାଦକ ସଙ୍ଗଠନ ଏବଂ ପ୍ରଗତିଶୀଳ କୃଷକ ମାନଙ୍କ ପାଇଁ ଓଡିଶା ମିଲେଟ ଉପରେ ଏକ କ୍ରେତା-ବିକ୍ରେତା ସହ ସମ୍ବେଦନଶୀଳ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା I ଓଡ଼ିଶାରେ ଏହିଭଳି କାର୍ଯ୍ୟକ୍ରମ ପ୍ରଥମଥର ପାଇଁ ଆୟୋଜନ କରାଯାଇଛି ବୋଲି ଅପେଡ଼ାର କୋଲକାତା ସ୍ଥିତ କ୍ଷେତ୍ରୀୟ କାର୍ଯ୍ୟଆଳୟର ଆଞ୍ଚଳିକ ଅଧିକାରୀ ଶନ୍ଧିପ ଶାହା କହିଛନ୍ତି I ଓଡ଼ିଶାର ମିଲେଟ ଚାଷୀମାନେ କିଭଳି ଉପାୟରେ ରପ୍ତାନି ଯୋଗେ ମିଲେଟ ଚାଷ କରିପାରିବେ ଏବଂ ସେମାନଙ୍କ ପାଇଁ ଏହାର ଉଚିତ ମୂଲ୍ୟ ମିଳିପାରିବ ଏହାହିଁ ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ଥିଲା I

ଅନ୍ତର୍ଜାତୀୟ ବଜାରରେ ଦିନକୁ ଦିନ ମିଲେଟର ଚାହିଦା ବଢ଼ିବାରେ ଲାଗିଛି I ବାଲିଗୁଡା ଉପ-ଜିଲ୍ଲାପାଳ ତଥା ITDAର ପ୍ରକଳ୍ପ ପ୍ରଶାସକ ଶୁଭଙ୍କର ମହାପାତ୍ର ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ I ଏହି ସମ୍ମୀଳନୀରେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଆପିକଲ ନାବାର୍ଡ କୃଷି ବିଜ୍ଞାନ କେନ୍ଦ୍ର ଅଧିକାରୀଗଣ ଓଡିଶା ତଥା ଝାଡ଼ଖଣ୍ଡରୁ ଆସିଥିବା ରପ୍ତାନିକାରକ FPO ଏବଂ ପ୍ରଗତିଶୀଳ କୃଷକମାନଙ୍କୁ ନେଇ ସମୁଦାୟ ୬୫ ଜଣ ଅଂଶଗ୍ରହ କରି ଉପସ୍ଥିତ ଥିଲେ I ଏଥିରେ ୩୦ରୁ ଉର୍ଦ୍ଧ୍ବ ଲୋକେ ଅନଲାଇନ ମାଧ୍ୟମରେ ଉପସ୍ଥିତ ଥିଲେ । ଶାନ୍ତିମୟିତ୍ରୀ ତଥା କସମ ଭଳି ସ୍ବେଚ୍ଛାସେବୀ ସଂଘଠନର କର୍ମକର୍ତ୍ତାମାନେ ମଧ୍ୟ ଏଥିରେ ଯୋଗଦାନ କରିଥିଲେ I ଆପେଡ଼ା ଦିଲ୍ଲୀରୁ ବିନିତା ସୁଧାଂଶୁ ପ୍ରାରମ୍ଭିକ ଉଦବୋଧନ ଦେଇ ଓଡିଶା ମିଲେଟ ମିଶନ ତଥା ରାଜ୍ୟ କୃଷି ବିଭାଗର ମିଳିତ ଉଦ୍ୟମରେ ଓଡିଶା ରାଜ୍ୟରୁ ନିକଟ ଭବିଷ୍ୟତରେ ମିଲେଟ ବିଦେଶକୁ ରପ୍ତାନୀ ହୋଇପାରିବ ବୋଲି ମତ ପ୍ରକାଶ କରିଥିଲେ I ଉକ୍ତ କାର୍ଯ୍ୟକ୍ରମକୁ ଶ୍ରୀକାନ୍ତ ମଣ୍ଡଳ ପରିଚାଳନା କରିଥିଲେ I କନ୍ଧମାଳ ଜିଲ୍ଲାରେ ମିଲେଟ ଉତ୍ପାଦନ ଏବଂ ଖାଦ୍ୟ ପ୍ରକ୍ରିୟା କାରଣରୁ ଯଥେଷ୍ଟ ସୁଯୋଗ ରହିଥିବାରୁ ଏହିଭଳି କାର୍ଯ୍ୟକ୍ରମର ସୁଦୁରପ୍ରସାରି ପ୍ରଭାବ ରହିବ ବୋଲି ସମସ୍ତ ଅଂଶଗ୍ରହଣକାରୀମାନେ ଆଶାବାଦୀ ହୋଇଥିଲେ I ଅଗାମୀ ଦିନ ମଧ୍ୟରେ ଏହିଭଳି କାର୍ଯ୍ୟକ୍ରମ ଆୟୋଜନ କାରିବ ପାଇଁ ଆପେଡ(APEDA) ତରଫରୁ ପ୍ରତିସୁତି ଦେଇଥିଲେ I

Related news

Skip to toolbar