କନ୍ଧମାଳ ସନ୍ତାନ

Breaking News

ମୋ ଚାଟଶାଳୀ କେନ୍ଦ୍ର ମାଧ୍ଯମରେ ଛାତ୍ରଛାତ୍ରୀମାନଙ୍କୁ ମାଗଣା ଶିକ୍ଷାଦାନ, ଉପକୃତ ହେଉଛନ୍ତି ଘୁ.ଉଦୟଗିରି ବ୍ଲକ ୮ଟି ଗ୍ରାମ ପଞ୍ଚାୟତର ୧୧୪୪ ଜଣ ଛାତ୍ରଛାତ୍ରୀ….

କନ୍ଧମାଳ ସନ୍ତାନ(ବ୍ୟୁର): କରୋନା ମହାମାରୀ ପାଇଁ ଦୀର୍ଘ ୧୭ ମାସ ହେବ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀମାନେ ବିଦ୍ଯାଳୟକୁ ପାଠ ପଢିବା ପାଇଁ ଯାଉନ ଥିଲେ I ବିକଳ୍ପ ଶିକ୍ଷା ଭାବେ ସରକାର ଅନଲାଇନ ଓ ୟୁଟ୍ୟୁବ ମାଧ୍ଯମରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ପ୍ରଦାନର ବ୍ୟବସ୍ଥା ସରକାରଙ୍କ ପକ୍ଷରୁ କରାଯାଇଥିଲା I କିନ୍ତୁ କନ୍ଧମାଳ ଭଳି ଜିଲ୍ଲାରେ ନେଟୱର୍କ ସମସ୍ୟା ଓ ଛାତ୍ରଛାତ୍ରୀମାନଙ୍କ ନିକଟରେ ମୋବାଇଲ ନ ଥିବା ଯୋଗୁ ଏହା ଫଳପ୍ରଦ ହୋଇପାରିନାହଁ I ତେଣୁ ପାଠପଢାରୁ ବଞ୍ଚିତ ହେଉଥିବା ଓ ପାଠପଢାରେ ଦୁର୍ବଳ ଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ଯରେ ଶିକ୍ଷାର ବ୍ଯବଧାନକୁ ଦୂର କରିବା ପାଇଁ ମହିଳା ଜୀବିକା ସୁରକ୍ଷା ମଞ୍ଚ ଘୁ.ଉଦୟଗିରି ଶାଖା ପକ୍ଷରୁ ବ୍ଲକର ୮ ଟି ଗ୍ରାମପଞ୍ଚାୟତର ୭୦ଟି ଗ୍ରାମରେ ୭୧ଟି ମୋ ଚାଟଶାଳୀ କେନ୍ଦ୍ର ଖୋଲାଯାଇଅଛି I

ଏହି ଚାଟଶାଳୀ କେନ୍ଦ୍ର ମାଧ୍ୟମରେ ୯୬ ଜଣ ସ୍ବେଛାସେବୀ ପ୍ରଥମରୁ ପଞ୍ଚମ ଶ୍ରେଣୀର ୧୧୪୪ ଜଣ ଛାତ୍ରଛାତ୍ରୀମାନଙ୍କୁ ଗତ ମାର୍ଚ୍ଚ ମାସ ଠାରୁ ସମସ୍ତ କୋଭିଡ ନିୟମାବଳୀକୁ ପାଳନ କରି ସାହିତ୍ୟ ଓ ଗଣିତ ବିଷୟରେ ଶିକ୍ଷାଦାନ କରିଆସୁଛନ୍ତି I ଏହି କେନ୍ଦ୍ର ଗୁଡିକରେ ପିଲାମାନେ ପ୍ରତ୍ୟେକ ଦିନ ଦୁଇ ଘଣ୍ଟା ପାଠ ପଢିବା ସହିତ ପରିବେଶର ସୁରକ୍ଷା, ଖେଳକୁଦ, ନାଚଗୀତ ଓ ଚିତ୍ରାଙ୍କନ ମାଧ୍ୟମରେ ହସଖୁସିରେ ପାଠ ପଢୁଛନ୍ତି I ଗ୍ରାମର ଅଭିଭାବକମାନଙ୍କ ଦ୍ବାରା ମନୋନୀତ ସେହି ଗ୍ରାମର ଯୁବକଯୁବତୀ, କଲେଜରେ ପଢୁଥିବା ଛାତ୍ରଛାତ୍ରୀ, ଶିକ୍ଷିତା ମହିଳାମାନେ ବିନା ପାରିଶ୍ରମିକ ରେ ଶିକ୍ଷାଦାନ କରିଆସୁଛନ୍ତି I ମଞ୍ଚ ତରଫରୁ ସ୍ବେଛାସେବୀ ମାନଙ୍କୁ ପ୍ରତି ତିନି ମାସରେ ତାଲିମ ପ୍ରଦାନ କରାଯାଉଅଛି I ବ୍ଲକର ଅନ୍ଯାନ୍ଯ ଗ୍ରାମ ଗୁଡିକରେ ଶିଘ୍ର ମୋ ଚାଟଶାଳୀ କେନ୍ଦ୍ର ଖୋଲାଯିବା ନିମନ୍ତେ କାର୍ଯ୍ୟକ୍ରମ ଜାରି ରହିଛି ବୋଲି ମଞ୍ଚ ତରଫରୁ ଜିଲ୍ଲା ସଭାପତି କମଳା ସାହୁ, ସମ୍ପାଦିକା ରିନିମା ପ୍ରଧାନ ଓ ମଞ୍ଚର କାର୍ଯ୍ୟକର୍ତ୍ତା ସସ୍ମିତା ମଲ୍ଲିକ, ମମତା ମଲ୍ଲିକ, ଗୌରି ପ୍ରଧାନ, ନିଳିମା ପ୍ରଧାନ ଓ କୃତାଞଳି ନାୟକ ଜଣାଇଛନ୍ତି I

Related news

Skip to toolbar