କନ୍ଧମାଳ ସନ୍ତାନ

Breaking News

ପଡ଼ିପାଙ୍ଗା ଗ୍ରାମବାସୀଙ୍କ ପାଇଁ ଫେଲ ମାରିଛି ବସୁଧା ଯୋଜନା, ନାଳନର୍ଦ୍ଧମା ପାଣି ପିଉଛନ୍ତୁ ଗ୍ରାମବାସୀ……

କନ୍ଧମାଳ ସନ୍ତାନ(ବ୍ୟୁର): ବର୍ଷ ପରେ ବର୍ଷ ବିତିଗଲାଣି I ଗ୍ରୀଷ୍ମ ସରି ବର୍ଷା ଆସିଲା ହେଲେ ଏବେବି ସୁଧୁରିନି ଜଳ ସମସ୍ୟା l ପାଣି ଟୋପେ ପାଇଁ ନାହିଁ ନଥିବା ଯନ୍ତ୍ରଣା I କିଏ ଗୋଟିଏ ବଲଟି ପାଣି ପାଇଁ ତ ଆଉ କି ମାଠିଏ ପାଣି ପାଇଁ ଚାଲୁଛନ୍ତି ମାଇଲ ମାଇଲ ବାଟ ତାହା ପୁଣି ବିଲ ମାଳ ରାସ୍ତା ଦେଇ I ଦିନେ କି ମାସେ ନୁହଁ ବର୍ଷ ବର୍ଷ ଧରି ସଂଘର୍ଷ କରୁଛନ୍ତି କନ୍ଧମାଳ ଜ଼ିଲ୍ଲା, କୋଟଗଡ ବ୍ଲକ ଅନ୍ତର୍ଗତ ଓରା ପଞ୍ଚାୟତର ପଡିପାଙ୍ଗ ଗ୍ରାମର ବାସୀନ୍ଧା I ଗ୍ରାମରେ ଥିବା ଏକମାତ୍ର ନଳକୂଅ ଖୋଳା ଯାଇ ଥିଲା I କିନ୍ତୁ ତାହା ଦୀର୍ଘ ମାସ ହବ ଅଚଳ ହୋଇ ପଡ଼ି ରହିଛି I ଫଳର ବାଧ୍ୟ ହୋଇ ଗାଡ଼ିଆର ଦୂଷିତ ପାଣି ପିଉଛନ୍ତି ଲୋକ l

ନଳକୂଅ ମରାମତି ନିମନ୍ତେ ଅନେକ ବାର ସ୍ଥାନୀୟ ସରପଞ୍ଚ, ଗୋଷ୍ଟୀଉନୟନ ଅଧିକାରୀ ତଥା ଗ୍ରାମ୍ୟ ଜଳ ଯୋଗଣ ଓ ପରିମଳ ବିଭାଗକୁ ଅବଗତ କରିଥିଲେ ସୁଦ୍ଧା କେହି ଶୁଣୁ ନ ଥିବା ଗ୍ରାମବାସି ଆମ ପ୍ରତିନିଧିଙ୍କୁ କହିଛନ୍ତି I ଅନ୍ୟପଟେ ଆମ ପ୍ରତିନିଧି ପ୍ରଶାସନର ପ୍ରତିକ୍ରିୟା ନେବା ନିମନ୍ତେ ଯାଇଥିଲେ ସୁଦ୍ଧା କୌଣସି ପ୍ରତିକ୍ରିୟା ମିଳିନାହିଁ I ଗ୍ରାମାଞ୍ଚଳର ବିକାଶ ନିମନ୍ତେ ପାନୀୟ ଜଳ ଯୋଗାଣ ସହିତ ଚାଷୀଙ୍କ ଜମିକୁ ପାଣି ଯୋଗାଇବା ପାଇଁ କୋଟି କୋଟି ଟଙ୍କାର ଅଟକଳ ସରକାର କରିଛନ୍ତି I ପାନୀୟ ଜଳ ଯୋଗାଣ ନିମନ୍ତେ ସରକାର “ବସୁଧା ଯୋଜନା ” ମାଧ୍ୟମରେ ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା I ସରକାରଙ୍କ ତଥ୍ୟ ଅନୁସାରେ ପାନୀୟ ଜଳ ଯୋଗାଣ ବାବଦକୁ ଖର୍ଚ୍ଚ ହେଇ ସାରିଲାଣି କୋଟି କୋଟି ଟଙ୍କା I ହେଲେ ଆଜି ପର୍ଯନ୍ତ ଶୁଦ୍ଧ ପାନିୟ ଜଳ ପାଇବାରୁ ବଞ୍ଚିତ ପଡ଼ିପାଙ୍ଗା ଗ୍ରାମ ବାସି I ହେଲେ ଏଠି କେନ୍ଦ୍ର ସରକାର ନାରା ଦେବାରେ ବ୍ୟସ୍ତ ସବକା ସାଥ ସବକା ବିକାଶ l ସେପଟେ ରାଜ୍ୟ ସରକାର ପାନୀୟ ଜଳ ବାବଦକୁ ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା I ଏହି ଅଞ୍ଚଳର ବାସୀନ୍ଧାଙ୍କ ପାଇଁ ସରକାରୀ ବିକାଶ ଯୋଜନାରେ ହିଁ ରହିଛି ବୋଲି ଅଞ୍ଚଳବାସୀ ପ୍ରକାଶ କରିଛନ୍ତି I ତେଣୁ ଯଥା ସମ୍ଭବ ପୋଡ଼ିପାଙ୍ଗା ଗ୍ରାମର ବାସୀନ୍ଧଙ୍କ ପାଇଁ ପାନୀୟ ଜଳ ଯୋଗାଇବା ପାଇଁ ସାଧାରଣରେ ଦାବୀ ହୋଇଛି I

Related news

Skip to toolbar