କନ୍ଧମାଳ ସନ୍ତାନ

Breaking News

ରାଇକିଆ ବ୍ଲକ କଂଗ୍ରେସ ସଭାପତିଙ୍କ ବିୟୋଗ, ଜନ୍ମ ସ୍ଥାନ ଡ଼ାମ୍ବା ଗ୍ରାମରେ ଶେଷକୃତ୍ୟ ସମ୍ପନ୍ନ…

କନ୍ଧମାଳ ସନ୍ତାନ(ବ୍ୟୁର):କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ କଂଗ୍ରେସ ସଭାପତି ପ୍ରୀତବାସ ପ୍ରଧାନଙ୍କ ଆଜି ସକାଳ ୫ ଘଣ୍ଟିକା ସମୟରେ ଫୁଲବାଣୀ କୋଭିଡ ହସ୍ପିଟାଲରେ ଦେହାନ୍ତ ଘଟିଛି I ଜୁନ ୩୦ ତାରିଖରେ ଅସୁସ୍ଥତା ଅନୁଭବ କରିବାରୁ ଘୁ.ଉଦୟଗିରି ଠାରେ ଜୁଲାଇ ୧ ତାରିଖରେ ରକ୍ତ ନମୁନା ପରୀକ୍ଷା କରିବାରୁ ଟାଇଫଏଡ ହୋଇ ଥିବା ଜଣା ପଡିବା ପରେ ଘରେ ରହି ଚିକିତ୍ସିତ ହେଉଥିଲେ I ପୁନଃର୍ବାର ଚଳିତ ମାସ ୪ତାରିଖରେ ରକ୍ତ ପରୀକ୍ଷା କରାଇବାରୁ କୋଭିଡ ଥିବା ଜଣା ପଡିଥିଲା ଏବଂ ଘରେ ଆଏସଲେସନରେ ରହି ଚିକିତ୍ସିତ ହେଉ ଥିଲେ I

ଗତ ୮ ତାରିଖରେ ଅକ୍ସୀଜେନ ସ୍ଥର କମିବାରୁ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇ ଥିଲା I ସଂଗେ ସଂଗେ ରାଇକିଆ ବ୍ଲକ କଂଗ୍ରେସ ପ୍ରୀତବାସ ପ୍ରଧାନଙ୍କୁ ଆମ୍ବୁଲାନ୍ସ ଯୋଗେ ଫୁଲବାଣୀ କୋଭିଡ କେୟାରକୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇ ଥିଲା I କଂଗ୍ରେସ ବ୍ଲକ ସଭାପତି ପ୍ରୀତବାସ ପ୍ରଧାନଙ୍କ ଦେହାନ୍ତ ଖବର ପ୍ରକାଶ ପାଇବା ପରେ ସମଗ୍ର କନ୍ଧମାଳ ଜିଲ୍ଲା ଏବଂ ଅଂଚଳରେ ଶୋକର ଛାୟା ଖେଳିଯାଇଛି I ପ୍ରୀତବାସ ପ୍ରଧାନ ଆର୍ମିରୁ ଅବସର ନେବାପରେ କଂଗ୍ରେସରେ ଯୋଗ ଦେଇ ଏବଂ ଆଗ ଧାଡ଼ିର ରହି ଭାରତୀୟ ଜାତୀୟ କଂଗ୍ରେସର ପାଇଁ ସଂଗଠନକରୁ ଥିଲେ I ରାଇକିଆ ବ୍ଲକ କଂଗ୍ରେସ ସଭାପତିଙ୍କ ବିୟୋଗ କନ୍ଧମାଳ ଜିଲ୍ଲା କଂଗ୍ରେସ ପାଇଁ ଅପୁରଣୀୟ କ୍ଷତି ବୋଲି କହିବା ସହ କନ୍ଧମାଳ ଜିଲ୍ଲା ଯୁବ କଂଗ୍ରେସର ସଭାପତି ବସନ୍ତ କୁମାର ପାଢ଼ି, କନ୍ଧମାଳ ଜିଲ୍ଲା ଯୁବ କଂଗ୍ରେସ ଉପସଭାପତି ଗଗନ କୁମାର ପ୍ରଧାନ ଏବଂ ଅନ୍ୟ କର୍ମକର୍ତ୍ତା ଗଭୀର ଶୋକ ବ୍ୟକ୍ତ କରିଛନ୍ତି I ଆଜି ପ୍ରୀତବାସ ପ୍ରଧାନଙ୍କ ମର ଶରୀର ଜନ୍ମସ୍ଥାନ ରାଇକିଆ ବ୍ଲକ ପେଟାପାଙ୍ଗା ଗ୍ରାମ ପଞ୍ଚାୟତର ଡ଼ାମ୍ବା ଠାରେ ଖ୍ରୀଷ୍ଟୀୟ ରୀତିନୀତିରେ ଶେକୃତ୍ୟ ସମ୍ପନ୍ନ ହୋଇଛି I ଏହି ଶେଷକୃତ୍ୟ କାର୍ଯ୍ୟକ୍ରମକୁ ପାଳକ ଆଚାର୍ଯ୍ୟ ବେଲ କୁମାର ବାଗ, ଆଚାର୍ଯ୍ୟ ଆବେଦ ନାୟକ ଏବଂ ଡାମ୍ବା ବାପଟିଷ୍ଟ ଚର୍ଚ୍ଚର କୋଷାଦକ୍ଷ ବିଶ୍ୱନାଥ ଦିଗାଲ ପରିଚାଳନା କରିବା ସହ ସମାପନ କରିଥିଲେ I ଶେଷକୃତ୍ୟ କାର୍ଯ୍ୟକ୍ରମରେ ପୂର୍ବତ୍ତନ ବିଧାୟକ ପ୍ରତିନିଧି ନଳିନୀ କାନ୍ତ ନାୟକ, ଜିଲ୍ଲା କଂଗ୍ରେସ ସମ୍ପାଦକ ମନୋଜ ଦିଗାଲଙ୍କ ସମେତ ବହୁ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ I

Related news

Skip to toolbar