କନ୍ଧମାଳ ସନ୍ତାନ(ବ୍ୟୁର): କେନ୍ଦ୍ରାପଡା ଜିଲ୍ଲାରେ କାର୍ଯ୍ୟରତ ସାମ୍ବାଦିକଙ୍କୁ ଜଣେ ମହିଳା ପୁଲିସ କନଷ୍ଟେବଳ ଚାପୁଡ଼ା ମାରିବା ସହ ତାଙ୍କୁ ଦୁର୍ବ୍ୟବହାର କରିବା ଘଟଣାକୁ କେନ୍ଦ୍ର କରି ମାଲକାନଗିରି ଜିଲ୍ଲାର ସାମ୍ବାଦିକ ଓ କନ୍ଧମାଳ ଗଣମାଧ୍ୟମ ସଂଘ ଏହାକୁ ଦୁଢ ନିନ୍ଦା କରିଛନ୍ତି I ସୂଚନା ଅନୁସାରେ ସାମ୍ବାଦିକ ଜଣକ ଡିଉଟି ସମୟରେ ମହିଳା କନଷ୍ଟେବଳ ମାସ୍କ ବ୍ୟବହାର କରି ନ ଥିଲେ, ସେ ତାଙ୍କର ଫଟୋ ଉଠେଇଥିଲେ I ଏହା ଜାଣିବା ପରେ ମହିଳା କନଷ୍ଟେବଳ ଜଣଙ୍କ ସମସ୍ତଙ୍କ ଆଗରେ ସାମ୍ବାଦିକଙ୍କ କଲର ଟାଣି ଚାପୁଡ଼ା ମାରିଥିଲେ l ଏହି ଘଟଣାରେ ଆଜି ମାଲକାନଗିରି ଜିଲ୍ଲାର ବରିଷ୍ଠ ସାମ୍ବାଦିକ ଦୁର୍ଯ୍ୟୋଧନ ପାତ୍ରଙ୍କ ଅଧକ୍ଷତାରେ ସବୁ ସାମ୍ବାଦିକ ଭାଇ ମାନେ ସନ୍ଧ୍ୟାରେ ଏକ ହୋଇ ବୈଠକ କରିଥିଲେ I
ଏହି ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଜିଲ୍ଲାପା ଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯିବା ସହ ସାମ୍ବାଦିକ ସୁରକ୍ଷା ଆଇନ ଲାଗୁ କରିବା, ମାଡ଼ ମାରିଥିବା ମହିଳା ପୁଲିସକୁ କାର୍ଯ୍ୟରୁ ନିଲମ୍ବନ କରିବା ଓ କାର୍ଯ୍ୟରତ ସାମ୍ବାଦିକକୁ ନ୍ୟାୟ ପାଇଁ ଦାବି କରାଯାଇଛି I ଆଜିର ଏହି କାର୍ଯ୍ୟକ୍ରମରେ ମାଲକାନଗିରି ଜିଲ୍ଲାର ସାମ୍ବାଦିକ ଅଶୋକ ମିଶ୍ର, ଶ୍ରୀନିବାସ ପାତ୍ର,ତ୍ରିଲୋଚନ ଦାସ,ଶିବ ପ୍ରସାଦ ଦାଶ, ସୋନୁ ଅନୁଗୁ, ମନୋଜ କୁମାର ମହାନ୍ତି, ସୀମାଞ୍ଚଳ ପାଣିଗ୍ରାହୀ,ସତ୍ତା ନାରାୟଣ ଦାଶ, ବିକ୍ରମ କିଶୋର ସ୍ୱାଇଁ,ସଞ୍ଜୟ ଢ଼ାଲି,ସୁଶାନ୍ତ ସୁନା,ବିତୁ ରାଓ, କିଶୋର ପାଟିକା, ଅଶିମ ବିଶ୍ୱାସ,ବସନ୍ତ କୁମାର ଜେନା,ଅଜିତ କୁମାର ଖୋସାଲା, ମାଣିକ ବାଛାଡ଼,ଅଭିରାମ ସେନାପତି, ଅପୂର୍ଵ ଥଣ୍ଡର,ଚନ୍ଦନ କୁମାର ପଣ୍ଡା ସମେତ ଉପସ୍ଥିତ ଥିଲେ I ସେହି ପରି କନ୍ଧମାଳ ଗଣମାଧ୍ୟମ ସଂଘ ପକ୍ଷରୁ ଏହି ସାମ୍ବାଦିକ ଦୁର୍ବ୍ୟବହାର ଏବଂ ଆକ୍ରମଣ ଘଟଣାକୁ ତୀବ୍ର ନିନ୍ଦା କରାଯାଇଛି I ଏହାକୁ ନେଇ ସଂଘ ଆନ୍ଦୋଳନ କରିବା ନେଇ ସୂଚନା ଦେଇଛି I କାର୍ଯ୍ୟରତ ସାମ୍ବାଦିକଙ୍କୁ ମହିଳା ପୁଲିସ କର୍ମଚାରୀଙ୍କ ଦୁର୍ବ୍ୟବହାର ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ I ବର୍ତ୍ତମାନ ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକଙ୍କ ଉପରେ ଆକ୍ରମଣ ଘଟଣା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି I
ଏଥି ପ୍ରତି ଦୃଷ୍ଟି ଦେଇ ସରକାର ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରିବା ସହ ସଂପୃକ୍ତ ମହିଳା ପୁଲିସ କର୍ମଚାରୀଙ୍କୁ ଚାକିରିରୁ ବହିଷ୍କାର ଦାବୀ କରିଛି କନ୍ଧମାଳ ଗଣମାଧ୍ୟମ ସଂଗ I ଯଦି ସରକାର ସାମ୍ବାଦିକଙ୍କ ସୁରକ୍ଷା ପ୍ରତି ଦୃଷ୍ଟିପାତ ନ କରନ୍ତି ତାହା ହେଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ବରିଷ୍ଠ ସାମ୍ବାଦିକ ପତିତପାବନ ସାହୁ, ବରିଷ୍ଠ ସାମ୍ବାଦିକ ଦେଵନାଥ ଦଳବେହେରା, ବରିଷ୍ଠ ସାମ୍ବାଦିକ ପ୍ରଶନ କୁମାର ମିଶ୍ର, ସାମ୍ବାଦିକ ଚନ୍ଦ୍ର ଶେଖର ପାଢ଼ୀଙ୍କ ସମେତ ଗଣମାଧ୍ୟମ ସଂଘର ସଭାପତି ମିଳନ କହଁର, ଉପସଭାପତି ଗଗନ କୁମାର ପ୍ରଧାନ, ଉପସଭାପତି ଫିଲିପ ଦିଗାଳ, ସାମ୍ବାଦିକ ମାଧବ ଦାସ, ସାମ୍ବାଦିକ ଅନୀଲ କୁମାର ଦଳବେହେରା, ସାମ୍ବାଦିକ ସୀମାଞ୍ଚଳ ସାହୁ, ସାମ୍ବାଦିକ ଇଶ୍ମାଲ ନାୟକ, ବିକ୍ରିମ ଦିଗାଳ, ରସାଳ ଡଙ୍ଗରିଆ, ଇମାନୁଏଲ ନାୟକ, ଭବାନୀ ଶଙ୍କର ଜେନା, ଅଜିତ ଦିଗାଳ, ଅନୁଗ୍ରହ ନନ୍ଦ, ଗୁପ୍ତେଶ୍ଵର ପ୍ରଧାନ, ମାନ୍ୟବତି ପ୍ରଧାନ, ତପସ୍ୱିନୀ ମଲ୍ଲୀକ, ଦୀପକ ହଂସ, ପବିତ୍ର ଦିଗାଳ, ପ୍ରଳୟ କୁମାର ରାୟ, ସମୀର କୁମାର ସାହୁ, ସଂଜୀବ ଦିଗାଲ, କିରଣ କୁମାର ନାୟକ, ପ୍ରମୁଖ ଚେତାବନୀ ଦେଇଛନ୍ତି I