କନ୍ଧମାଳ ସନ୍ତାନ

Breaking News

ଇତିଶ୍ରୀ ଷଡ଼ଙ୍ଗୀ ହେଲେ ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦର ନୂତନ ନିର୍ବାହି ଅଧିକାରୀ….

କନ୍ଧମାଳ ସନ୍ତାନ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦର ନୂତନ ନିର୍ବାହୀ ଅଧିକାରୀ ଭାବରେ ଦାୟୀତ୍ୱଭାର ଗ୍ରହଣ କରିଛନ୍ତି ଇତିଶ୍ରୀ ଷଡ଼ଙ୍ଗୀ I ଆଜି ସକାଳେ ନିର୍ବାହୀ ଅଧିକରୀଙ୍କୁ ବିଜ୍ଞାପିତ ଅଞ୍ଚଳ ପରିଷଦର କର୍ମଚାରୀଙ୍କ ଦ୍ୱାରା ସ୍ୱାଗତ କରାଯାଇଥିଲା I ପୂର୍ବତ୍ତନ ନିର୍ବାହୀ ଅଧିକାରୀ/ତହସିଲଦାର ଓଏଏସ ଜନ୍ମେଜୟ ସାହୁଙ୍କ ଠାରୁ କାର୍ଯ୍ୟଭାର ଗ୍ରହଣ କରିବା ପରେ ବିଜ୍ଞାପିତ ଅଞ୍ଚଳ ପରିଷଦର କର୍ମଚାରୀଙ୍କ ସହ ଏକ ଆଲୋଚନ ସଭା ମଧ୍ୟ କରି ଥିଲେ ନୂତନ ନିର୍ବାହୀ ଅଧିକାରୀ I ଏହା ପୂର୍ବରୁ ଇତିଶ୍ରୀ ଷଡ଼ଙ୍ଗୀ ଖଣ୍ଡପଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦର ନିର୍ବାହୀ ଅଧିକାରୀ ଭାବରେ କାର୍ଯ୍ୟଭାର ତୁଲାଉ ଥିଲେ I ବର୍ତ୍ତମାନ ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦରେ ବିଭିନ୍ନ ସମସ୍ୟା ରହିଛି ଯଥା ନୂତନ ବସ ଷ୍ଟାଣ୍ଡର କାର୍ଯ୍ୟକ୍ଷମ, ଡ୍ରେନେଜ ବ୍ୟବସ୍ଥା, ପରିମଳ ବ୍ୟବସ୍ଥା,ବୁଲଗାଇଗରୁଙ୍କ ସମସ୍ୟା, ରାସ୍ତା ଘାଟ, ପାନୀୟ ଜଳ ସମସ୍ୟା ଇତ୍ୟାଦି I ନୂତନ ନିର୍ବାହୀ ଅଧିକାରୀଙ୍କ ଦାୟୀତ୍ୱ ଗ୍ରହଣ ପରେ ଏହି ସବୁ ସମସ୍ୟା ସମାଧାନ ହେବା ନେଇ ବିଜ୍ଞାପିତ ଅଞ୍ଚଳ ବାସୀ ଆଶା ରଖିଥିବା ମତପ୍ରକାଶ ପାଇଛି I

Related news

Skip to toolbar