କନ୍ଧମାଳ ସନ୍ତାନ

Breaking News

ପାଣ୍ଡରାବାଡ଼ି ଅଙ୍ଗନୱାଡି କର୍ମୀ ନିଯୁକ୍ତିରେ ଅନୁସୁଚିତଜାତି ପଦବୀରେ ନିଯୁକ୍ତି ଦେବା ପାଇଁ ଜିଲ୍ଲପାଳଙ୍କ ଦ୍ୱାରସ୍ତ ହେଲେ ଗ୍ରାମବାସୀ…

କନ୍ଧମାଳ ସନ୍ତାନ(ବ୍ୟୁର): କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ଆଡାସି ପଡା ଗ୍ରାମ ପଞ୍ଚାୟତ ଅଧିନସ୍ତ ପାଣ୍ଡରା ବାଡ଼ି ଗ୍ରାମର ଗ୍ରାମବାସୀ ମାନେ ଶୁକ୍ରବାର ଦିନ ଜିଲ୍ଲାପାଳଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି I ସେମାନେ ଦାବିପତ୍ରରେ ପାଣ୍ଡରା ବାଡ଼ି ଗ୍ରାମର (୫) ନଂ ୱାର୍ଡରେ ଥିବା ଅଙ୍ଗନବାଡି କେନ୍ଦ୍ରରେ ଅନୁସୁଚିତଜାତି ପଦବୀ ସଂରଖିତ ରଖାଯାଇ କର୍ମୀ ନିଯୁକ୍ତି କରିବାକୁ ଉଲେଖ କରିଛନ୍ତି I ଏଠାରେ କେବଳ ଅନୁସୁଚିତଜାତି ବର୍ଗର ଲୋକେ ବହୁ ବର୍ଷ ଧରି ବସବାସ କରି ଆସୁଛନ୍ତି I ବର୍ତ୍ତମାନ୍ ଏହି ୱାର୍ଡ ଥିବା ଅଙ୍ଗନୱାଡ଼ି କେନ୍ଦ୍ରରେ କର୍ମୀ ନିଯୁକ୍ତିରେ ଅନୁସୁଚିତ ଜନଜାତି ଚୟନ ହେଉଥିବାରୁ ଏହି ୱାର୍ଡ ବାସି ତାକୁ ବିରୋଧ କରୁଛନ୍ତି I କାରଣ ସରକାର ସବୁବେଳେ ଜନଜାତିଙ୍କୁମାନଙ୍କୁ ଅଗ୍ରାଧିକାର ଦେଉଛନ୍ତି I କିନ୍ତୁ ଅନୁସୁଚିତଜାତିମାନେ ବଞ୍ଚିତ ହେଉଛନ୍ତି ବୋଲି ଦୁଃଖ ପ୍ରକାଶ କରିଛନ୍ତି I ଆଉରି କହିଛନ୍ତି ସରକାର ମହିଳାମାନଙ୍କ ପାଇଁ ୩୫ ପ୍ରତିଶତ ସ୍ଥାନ ସଂରକ୍ଷଣ ରଖିଛନ୍ତି ହେଲେ ସେଥିରେ ଅନୁସୁଚିତଜାତି ଓ ଜନଜାତିଙ୍କୁ ସମାନ ଅଗ୍ରାଧିକାର ଦେବାକଥା କିନ୍ତୁ ପାତର ଅନ୍ତର କରାଯାଉଥିବା ଯୋଗୁଁ ଆମ୍ଭେ ଅତ୍ୟନ୍ତ ଦୁଃଖ ପ୍ରକାଶ କରୁଛୁ ବୋଲି ଗଣମାଧ୍ୟମ ଆଗରେ ଜଣାଇଛନ୍ତି I ତେଣୁ ବିଭିନ୍ନ ନିଯୁକ୍ତି ଚୟନ କ୍ଷେତ୍ରରେ ସମାନ ଅଧିକାର ଦେଇ ଆମ୍ଭ ଗ୍ରାମ ଏହି କର୍ମୀ ନିଯୁକ୍ତି ଚୟନରେ ଅନୁସୁଚିତଜାତି ମହିଳା ପଦବୀ ସଂରଖିତ କରି ଚୟନ କରିବାକୁ ମେମ୍ବର ସୁନାସିର ସାହାଣୀ ଦେବାଶିଷ ସାହାଣୀ, ରାଜୀବ ଲୋଚନ ସାହାଣୀ,ସମ୍ଭୁ ଚରଣ ସାହାଣୀ ପ୍ରମୁଖ ଜିଲ୍ଲପାଳଙ୍କୁ ଦାବି କରିଛନ୍ତି I

Related news

Skip to toolbar