କନ୍ଧମାଳ ସନ୍ତାନ

Breaking News

ଵୃକ୍ଷ ରୋପଣ କରି ସଚେତନତା କଲେ ନୃସିଂହନାଥ ଯୁବକ ସଂଘର ସଦସ୍ୟ…

ଅନୁସନ୍ଧାନ ଭାରତ(ବ୍ୟୁର): ବୃକ୍ଷ ହିଁ ଜୀବନ,ବୃକ୍ଷ ରହିଲେ ଜୀବନ ରହିବ ଗଛ ଲଗାଅ ଜୀବନବଞ୍ଚାଅ ସ୍ଲୋଗାନ ଏବେ କାର୍ଯ୍ୟକାରୀ ହେବାରେ ଲାଗିଛି I ଆଜିର ବ୍ୟସ୍ତ ବହୁଳ ଜୀବନରେ ଆଜିକାର ଯୁବ ସମାଜ ଠିକ୍ ବୁଝି ସାରିଛି ଯେ ପୃଥିବୀରେ ଗଛ ରହିଲେ ଜୀବନ ରହିବ ଏବଂ ଅମ୍ଳଜାନ ସମସ୍ୟା ରହିବ ନାହିଁ I ତେଣୁ ଯୁବକ ସଂଘ ଗୁଡ଼ିକ ଏବେ ଗଛ ଲଗାଇ ସବୁଜ ଓ ସ୍ୱଚ୍ଛ ସମାଜ ଗଠନ କରିବା ଉଦ୍ଦେଶ୍ୟରେ ଆଗକୁ ବଡି ଚାଲିଛନ୍ତି I ସେହି ଭଳି ଗଛ ଲଗା ଅଭିଯାନ ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଟିଟ୍ରାପଙ୍ଗା ଗ୍ରାମରେ I ଏହି ଗ୍ରାମର ସ୍ଥାନୀୟ ନୃସିଂହନାଥ ଯୁବକ ସଂଘ ପକ୍ଷରୁ ରବିବାର ଦିନ ଗାଁ ରାସ୍ତାର ଦୁଇ ପାର୍ଶ୍ଵରେ ପ୍ରାୟ ଦୁଇ ଶହରୁ ଅଧିକ ଗଛ ଲଗାଇଛନ୍ତି I
ଉକ୍ତ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବନପାଳ ଆଶିଷ ଦିଗାଲ ଯୋଗ ଦେଇ ଯୁବକ ସଂଘର କର୍ମକର୍ତ୍ତା ମାନଙ୍କୁ ଉତ୍ସାହିତ କରିବା ସହିତ ବନରକ୍ଷୀ ପୁଷ୍ପାଞ୍ଜଳି ପାଢ଼ୀ ଯୋଗଦେଇ ସହଯୋଗ କରିଥିଲେ I ନୃସିଂହନାଥ ଯୁବକ ସଂଘ ସଭାପତି ଧିରେନ୍ଦ୍ର ଦିଗାଲଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ସଂଘର ସଦସ୍ୟ କାହ୍ନା ଦିଗାଲ, ଜ୍ଞାନରଞ୍ଜନ ଦିଗାଲ, ଜ୍ୟୋତି ରଞ୍ଜନ ଦିଗାଲ, ଭୃଗୁପତି ଦିଗାଲ, ଲଳିତ ଦିଗାଲ, ମଣ୍ଟୁ ଦିଗାଲ, ସୁବ୍ରତ ଦିଗାଲ, ଉପସ୍ଥିତ ରହି କାର୍ଯ୍ୟକ୍ରମ ଆୟୋଜନ କରିଥିଲେ I ଅନ୍ୟତମ ଅତିଥି ଭାବରେ ଟିଟ୍ରାପଙ୍ଗା ସରପଞ୍ଚ ଗୀତାଞ୍ଜଳି ଜାନୀ, ନାଏବ ସରପଞ୍ଚ ବ୍ରହ୍ମାନନ୍ଦ ଦିଗାଲ, ସମିତି ସଭ୍ୟା ମନୀଷା ଦିଗାଲ ଉପସ୍ଥିତ ରହି ବିଶେଷ ସହଯୋଗ କରିଥିଲେ I ବନପାଳ ଉପସ୍ଥିତ ଉକ୍ତ ସଂଘର କର୍ମକର୍ତ୍ତାମାନଙ୍କୁ ପ୍ରଶଂସା କରିଥିଲେ I ଯୁବକ ସଂଘର ଏଭଳି କାର୍ଯ୍ୟକ୍ରମକୁ ଜନସାଧାରଣ ମଧ୍ୟ ବିଶେଷ ପ୍ରସଂଶା କରିଥିବା ଜଣା ଯାଇଛି I

Related news

Skip to toolbar