କନ୍ଧମାଳ ସନ୍ତାନ

Breaking News

ବ୍ରାହ୍ମଣୀଗାଁ ରୋମାନ କ୍ୟାଥୋଲିକ ଖ୍ରୀଷ୍ଟିଆନ ମଣ୍ଡଳୀ ପରିଚାଳନା କମିଟି କର୍ମକର୍ତ୍ତା ଚୟନ ଓ ଦାୟିତ୍ୱ ଗ୍ରହଣ….

କନ୍ଧମାଳ ସନ୍ତାନ(ବ୍ୟୁର): ଦାରିଙ୍ଗବାଡ଼ି ବ୍ଳକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ରୋମାନ କ୍ୟାଥୋଲିକ ଖ୍ରୀଷ୍ଟିଆନ ମଣ୍ଡଳୀ ପରିଚାଳନା କମିଟି କର୍ମକର୍ତ୍ତା ଚୟନ ଓ ଦାୟିତ୍ୱ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ I ଏହି କାର୍ଯ୍ୟକ୍ରମରେ ବ୍ରାହ୍ମଣୀଗାଁ ରୋମାନ କ୍ୟାଥୋଲିକ ଚର୍ଚ୍ଚ ମୁଖ୍ୟ ଯାଜକ ଦେବଚନ୍ଦ୍ର କାଶିଆନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ୬ଜଣ କର୍ମକର୍ତ୍ତା, ୨୨ଜଣ ସଦସ୍ୟ ସଦସ୍ୟାଙ୍କୁ ପରିଚାଳନା କମିଟି କର୍ମକର୍ତ୍ତା ଭାବେ ଚୟନ କରାଯାଇଛି I ଏହା ପରେ କ୍ୟାଥୋଲିକ ନୀୟମ ଅନୁସାରେ ଶପଥ ଗ୍ରହଣ କରାଇବା ସହିତ ଉପଡୋକନ ଦେଇ ଦାୟିତ୍ୱ ଦେଇଥିଲେ I ସଭାପତି ଭାବେ ମାରିଆନ ସିଂ, ଉପ ସଭାପତି ଭାବେ ବିପିନ ସଭାସୁନ୍ଦର, ସଂପାଦକ ଭାବେ ପ୍ରଶାନ୍ତ ନାୟକ, ସହ ସମ୍ପାଦ ଲାଉରିଆନ ଉଠାନସିଂ, କୋଷଧକ୍ଷ ରଞ୍ଜୁ ନାୟକ ଓ ସହ କୋଷାଧ୍ୟକ୍ଷ କୁକୁ ମନ୍ତ୍ରୀଙ୍କୁ ଚୟନ କରାଯାଇଛି I

Related news

Skip to toolbar