କନ୍ଧମାଳ ସନ୍ତାନ

Breaking News

ପଞ୍ଚାୟତ କାର୍ଯ୍ୟାଳୟ ପାଲଟିଛି ନାଏବ ସରପଞ୍ଚଙ୍କ ଚାରି ଚକିଆ ଜାନର ସର୍ଭିସିଂ ସେଣ୍ଟର, ଏହାକୁ ନେଇ ଅଂଚଳରେ ଦେଖା ଦେଇଛି ଜନ ଅଶୋନ୍ତୋଷ….

କନ୍ଧମାଳ ସନ୍ତାନ(ବ୍ୟୁର): ସରକାର ସ୍ବଚ୍ଛ ଭାରତ ଦ୍ଵାରା ଭାରତକୁ ଏକ ସରସ ସୁନ୍ଦର ଗଡ଼ିବାକୁ ପ୍ରୟାସ କରୁଥିବା ବେଳେ କିଛି ଅସାଧୁ ପ୍ରକୃତି ଲୋକଙ୍କ ଦ୍ଵାରା ପରିବେଶ ଦୂଷିତ ଓ ସ୍ଵଛ ରହିବାରେ ସମସ୍ୟା ଉପୁଜୁ ଥିବା ଦେଖା ଦେଇଛି I କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ବ୍ରାହ୍ମଣପାଦ ପଞ୍ଚାୟତରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି I ପଞ୍ଚାୟତର ନାଏବ ସରପଞ୍ଚ ସମୋନାଥ ବେହେରା ପଞ୍ଚାୟତ କାର୍ଯ୍ୟଳୟକୁ ଗୋଟାଏ ଗାଡି ସରଭିସ ସେଣ୍ଟର କରି ଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି I

ଯାହାଫଳରେ ଅଞ୍ଚଳରେ ତୀବ୍ର ଜନ ଅସନ୍ତୋଷ ଦେଖା ଦେଇଛି I ସରପଞ୍ଚଙ୍କ ମାନମାନୀ ଯୋଗୁଁ ପଞ୍ଚାୟତ କାର୍ଯ୍ୟାଳୟ ଏବଂ ଆଖପାଖ ଅଞ୍ଚଳର ପରିବେଶ ଦୂଷିତ ରହୁ ଥିବା ମତପ୍ରକାଶ ପାଇଛି I ଟଟାଗୁଡା ପ୍ରାଥମିକ ସ୍କୁଲର ପାଣି ଟାଙ୍କି ନିଜେ ନିଜ ଘରକୁ ନେଇ ବ୍ୟବହାର କରିବା ଦ୍ୱାରା ପ୍ରାଥମିକ ସ୍କୁଲର ଛାତ୍ର ଛାତ୍ରୀ ସେଥିରୁ ବଞ୍ଚିତ ହେଉ ଥିବା ସହ ଗ୍ରାମକୁ ଆସିଥିବା ବସୁଧା ପାନୀୟ ଜଳକୁ ନାଏବ ସରପଞ୍ଚ ହିଁ ବନ୍ଦ କରିଥିବା ମଧ୍ୟ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି I ନାଏବ ସରପଞ୍ଚଙ୍କ ଏହି ପରି ମାନମାନୀ କାର୍ଯ୍ୟକଳାପ ଯୋଗୁଁ ଅଞ୍ଚଳରେ ତୀବ୍ର ଜନ ଅସନ୍ତୋଷ ଦେଖାଦେବା ସହ ସରକାର ଏଥି ପ୍ରତି ଦୃଷ୍ଟି ଦେଇ ଉଚିତ ପଦକ୍ଷେପ ନେବା ପାଇଁ ଅଞ୍ଚଳବାସୀ କରିଛନ୍ତି I

Related news

Skip to toolbar