କନ୍ଧମାଳ ସନ୍ତାନ

Breaking News

ସିର୍କୀ ଘାଇ ଠାରୁ ସିର୍କୀ ଗ୍ରାମ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ସଡ଼କ ମରାମତିରେ ଅନିୟମିତତା ଅଭିଯୋଗ….

କନ୍ଧମାଳ ସନ୍ତାନ(ବ୍ୟୁର):କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ବ୍ଲକ ଅନ୍ତର୍ଗତ ମାଲିକାପଡି ପଂଚାୟତର ସିର୍କୀ ଘାଇ ଠାରୁ ସିର୍କୀ ଗ୍ରାମ ପର୍ଯ୍ୟନ୍ତ ୧୭୦୦ମି ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ମରାମତି କାମରେ ନିମ୍ନମାନର ରାସ୍ତା କାମ ହେଉ ଥିବା ଅଭିଯୋଗ ହୋଇଛି I ବହୁ ଦାବୀ ପରେ ଘୁ.ଉଦୟଗିରି-ସିର୍କୀକୁ ସଂଯୋଗ କରିବା ପାଇଁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ମାଧ୍ୟମରେ ରାସ୍ତା ନିର୍ମାଣ ହୋଇ ଥିଲା I ନିର୍ମାଣ ହେବାର କିଛି ବର୍ଷ ପରେ ରାସ୍ତା ଖରାପ ହୋଇ ଥିଲା I ସ୍ଥାନୀୟ ବାସିନ୍ଧା ଦାବୀ ପରେ ରାସ୍ତାର ମରାମତି କାମ ଆରମ୍ଭ ହୋଇ ଥିଲା I ହେଲେ ରାସ୍ତା ମରାମତି ଭଲ ଭାବେ ହେଉନ ଥିବା ୱାର୍ଡ ସଭ୍ୟ ସୁଶୀଳ ପ୍ରଧାନ, ମହାଦେବ ନାୟକ, ଜ୍ଞାନଚନ୍ଦ୍ର ପ୍ରଧାନ ଏବଂ ଏକାଧିକ ସିର୍କୀ ଗ୍ରାମ ବାସୀ ଅଭିଯୋଗ କରିଛନ୍ତି I ଏହି ରାସ୍ତା ମରାମତି ସିର୍କୀ ଗ୍ରାମ ଠାରୁ ସିର୍କୀ ଡ୍ୟାମ ପର୍ଯ୍ୟନ୍ତ କାର୍ଯ୍ୟ ହୋଇଛି I ଏହି ରାସ୍ତା କାମର କାର୍ଯ୍ୟାଦେଶର ଫଳକ ନଥିବା ଗ୍ରାମ ଲୋକେ ଅଭିଯୋଗ ଆଣିଛନ୍ତି I ଏହା ସହ ସୁଲମୁଣ୍ଡା ଶଙ୍ଖ ବିପଦ ସଂକୁଳ ଅବସ୍ଥାରେ ଥିବା ମଧ୍ୟ ସିର୍କୀ ବାସୀ ପ୍ରକାଶ କରିଛନ୍ତି I ରାସ୍ତା ମରାମତି ହେବାର ଗୋଟିଏ ଦିନ ପରେ ପିଚୁ ଉଥିବାରୁ ଅଞ୍ଚଳ ବାସିଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇ ଥିଲା I ସ୍ଥାନୀୟ ଲୋକ ରାସ୍ତା ଉପରକୁ ଆସି ରାସ୍ତା କାମ ବନ୍ଦ କରିବା ପାଇଁ ଦାବୀ କରିବା ସହ ବିଭାଗୀୟ ସରକାରୀ କର୍ମଚାରୀଙ୍କୁ ଜଣାଇ ଥିଲେ I ତଦାରଖ କରୁଥିବା ସରକାରୀ ଅଧିକାରୀଙ୍କୁ ଜଣେଇବା ସତ୍ୱେ କୌଣସି ସୁଫଳ ମିଳିନଥିବା ସିର୍କୀ ବାସୀ ଦୁଃଖ ପ୍ରକାଶ କରିଛନ୍ତି I ତେଣୁ ରାସ୍ତା ମରାମତି ଭଲ ଭାବରେ କରିବା ସହ ସୁଲମୁଣ୍ଡା ଶଙ୍ଖର ମରାମତି ପାଇଁ ସିର୍କୀ ବାସୀ ଦାବୀ କରିଛନ୍ତି I

Related news

Skip to toolbar