କନ୍ଧମାଳ ସନ୍ତାନ

Breaking News

ରଥଯାତ୍ରା ପ୍ରସ୍ତୁତି ବୈଠକ, ବିନା ଭକ୍ତରେ ହେବ ଯାତ୍ରା….

କନ୍ଧମାଳ ସନ୍ତାନ(ବ୍ୟୁର): କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ଜଗନ୍ନାଥ ମନ୍ଦିରରେ କୋଭିଡ କଟକଣା ମଧ୍ୟରେ ବିନା ଭକ୍ତରେ ହେବ ରଥଯାତ୍ରା I ବାଲିଗୁଡ଼ା ଉପଜିଲ୍ଲାପାଳ ଡ଼.ଶୁଭଙ୍କର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ରଥଯାତ୍ରା ପ୍ରସ୍ତୁତି ବୈଠକ I ରାଜ୍ୟ ସରକାରଙ୍କ ନିୟମ ଅନୁଯାୟୀ କେବଳ ସେବାୟତମାନଙ୍କୁ ନେଇ ରୀତିନୀତି ଅନୁଯାୟୀ ଅସ୍ଥାୟୀ ମଣ୍ଡପରେ ରଥଯାତ୍ରା ଉତ୍ସବ ପାଳନ ହେବା ପାଇଁ ଆଲୋଚନା ହୋଇଥିଲା I ଏହି ବୈଠକରେ ମନ୍ଦିର ଟ୍ରଷ୍ଟ ବୋର୍ଡର ସଦସ୍ୟ ଲୋକନାଥ ପାଢ଼ୀ, ଶ୍ରୀନିବାସ ଦୋରା, ମଧୁସୂଦନ ଦାସ ସମେତ ବିଡିଓ ଡ. ଜଗଦୀଶ ଶଢ଼ଙ୍ଗୀ, ତହସିଲଦାର ଶଶାଙ୍କ ଶେଖର ପାତ୍ର, ଥାନା ଅଧିକାରୀଙ୍କ ସମେତ ବିଭିନ୍ନ ସରକାରୀ କାର୍ଯ୍ୟାଳୟର ଅଫିସରମାନେ ଉପସ୍ଥିତ ଥିଲେ I କୋଭିଡ ନିୟମକୁ କଡ଼ା କଡ଼ି ପାଳନ କରାଯିବ ବୋଲି ଉପଜିଲ୍ଲାପଳ ଶ୍ରୀ ମହାପାତ୍ର କହିଥିଲେ I

Related news

Skip to toolbar