କନ୍ଧମାଳ ସନ୍ତାନ

Breaking News

କରକୁଡୁପା ଗ୍ରାମ ପଞ୍ଚାୟତର କାର୍ଯ୍ୟାଳୟ ଓ ମିଶନ ଶକ୍ତି ଗୃହ ଉଦଘାଟିତ…..

କନ୍ଧମାଳ ସନ୍ତାନ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ତୁମୁଡିବନ୍ଧ ବ୍ଲକ ଗ୍ରାମପଞ୍ଚାୟ କରକୁଡୁପା ଗ୍ରାମ ପଞ୍ଚାୟତର କାର୍ଯ୍ୟାଳୟ ଓ ମିଶନ ଶକ୍ତି ଗୃହ ଉଦଘାଟିତ ହୋଇଛି I କୁର୍ତମଗଡ ଗ୍ରାମପଞ୍ଚାୟତ ଠାରୁ ଅଲଗା ହୋଇ ତା ୦୧/୦୭/୨୦୧୫ରିଖ ଦିନ କରକୁଡୁପା ଗ୍ରାମ ପଞ୍ଚାୟତ ଗଠିତ ହୋଇଥିଲା I କାର୍ଯ୍ୟାଳୟ ନ ଥିବାରୁ ପଞ୍ଚାୟତର ସରପଞ୍ଚ ଓ କର୍ମଚାରୀମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିଲେ I କିନ୍ତୁ ଏହି ସମସ୍ୟାର ଆଜି ଅନ୍ତ ଘଟିଛି I ଗ୍ରାମପଞ୍ଚାୟତ ବାସୀଙ୍କ ଅନେକ ଦିନର ଆଶା ପୂରଣ ହୋଇଛି l ଏହି ନୂତନ କାର୍ଯ୍ୟାଳୟକୁ ବାଲିଗୁଡା ବିଧାୟକ ଚକ୍ରମଣି କହଁର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଓ ତୁମୁଡ଼ିବନ୍ଧ ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରକାଶ ପାତ୍ର ମିଶନ ଶକ୍ତି ଗୃହ ଉଦଘାଟନ କରିଥିଲେ I ଉକ୍ତ କାର୍ଯ୍ୟକ୍ରମରେ ପୂର୍ବତନ ବାଲିଗୁଡା ବିଧାୟକ ରାଜୀବ ପାତ୍ର, ତୁମୁଡ଼ିବନ୍ଧ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରୀନା ପ୍ରଧାନ, ତୁମୁଡ଼ିବନ୍ଧ ବ୍ଲକ୍ ବିଜୁ ଜନତା ଦଳ ସଭାପତି ପ୍ରମୋଦ ସାହୁ , ବିଧାୟକ ପ୍ରତିନିଧି ଶ୍ୟାମ ସୁନ୍ଦର ବଡ଼ସେଟ୍, ଜିଲ୍ଲା ପରିଷଦ ସଭ୍ୟ ବାସନ୍ତୀ ପାତ୍ର, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଶିରିସ୍ ଚନ୍ଦ୍ର ମଲିକ ଓ ତୁମୁଡ଼ିବନ୍ଧ ବ୍ଲକର ଅନେକ କର୍ମକର୍ତ୍ତା ଉପସ୍ଥିତ ଥିଲେ I ଗ୍ରାମ ପଞ୍ଚାୟତର ଅନେକ ଅସୁବିଧା ମୁଖ୍ୟତ ମୋବାଇଲ୍ ସେବା, ରାସ୍ତାଘାଟ , ଶିକ୍ଷା ବିକାଶ ଓ ଜନ ମଙ୍ଗଳ କାର୍ଯ୍ୟକୁ ସମାଧାନ କରିବା ପାଇଁ ସମିତି ସଭ୍ୟା ରିଞ୍ଜ ମଲିକ ଉପସ୍ଥିତ ବିଧାୟକ ଓ ସମସ୍ତ ସରକାରୀ କର୍ମକର୍ତ୍ତାଙ୍କୁ ଅନୁରୋଧ କରିଥିଲେ I

Related news

Skip to toolbar