କନ୍ଧମାଳ ସନ୍ତାନ

Breaking News

କୋଭିଡ ମହାମାରିକୁ ହରାଇଲେ ନବଜନ୍ମିତ ଶିଶୁ…..

କନ୍ଧମାଳ ସନ୍ତାନ(ବ୍ୟୁର): କୋଭିଡ ମହାମାରିକୁ ହରାଇଲେ ନବଜନ୍ମିତ ଶିଶୁ ଏବଂ ମାଁ I ଯାହା ପାଇଁ କେ.ନୂଆଗାଁ ପ୍ରଶାସନ ପକ୍ଷରୁ ଉଭୟ ମାଁ ଏବଂ ଶିଶୁକୁ ସମ୍ମାନିତ କରାଯାଇଛି I କନ୍ଧମାଳ ଜିଲ୍ଲା ସଶୀମାହା ଗ୍ରାମର ଶାମୁକା ପ୍ରଧାନ କେ.ନୂଆଗାଁ ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ I ସେଠାରେ ଡାକ୍ତର କୋଭିଡ ଟେଷ୍ଟ ପାଇଁ ପରାମର୍ଶ ଦେଇଥିଲେ I କୋଭିଡ ପୋଜିଟିଭ ବାହାରିବା ପରେ ଗୋଟେ ଦିନର ଜନ୍ମ କଲା ଛୁଆକୁ ଧରି ଶାମୁକା ପ୍ରଧାନ ୧୭/୦୬/୨୦୨୧ ତାରିଖରେ ମାଁ ଓ ଶିଶୁ କୋଭିଡ କେୟାର ସେଣ୍ଟର ବଡ଼ଗାଁରେ ରହିଥିଲେ I ସେଠାରେ ଦଶଦିନ ରହି ସମ୍ପୂର୍ଣ ସୁସ୍ଥ ହୋଇଥିଲେ I ଗୋଷ୍ଟି ଉନ୍ନୟନ ଅଧିକାରୀ ଡ଼ଃ ଜଗଦୀଶ ଷଢଙ୍ଗିଙ୍କ ନିର୍ଦ୍ଦେଶ କ୍ରମେ ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ରରେର ଡାକ୍ତର ଚନ୍ଦନ କୁମାର ସାହୁଙ୍କ ଦ୍ଵାରା ପ୍ରତ୍ୟକ୍ଷ ତତ୍ୱାବଧାନରେ ଉକ୍ତ ମହିଳାଙ୍କୁ ସମ୍ମାନ ଓ ଛୋଟ ଛୁଆ ପାଇଁ ନିତ୍ୟ ବ୍ୟବହାର ସାମଗ୍ରୀ ପ୍ରଦାନ କରି ସମ୍ମାନର ସହ ଛୋଟ ଛୁଆକୁ ଉପହାର ଦେଇ ଆଜି ବିଦାୟ କରାଯାଇଥିଲା I ସେହି ଉପହାର ମଧ୍ୟରେ ସାନିଟାଇଜର, ମାକ୍ସ, ସାବୁନ, ତେଲ ଇତ୍ୟାଦି ରହିଥିଲା ଓ ଶିଶୁପୁତ୍ର କୁ ଶୋଇବା ପାଇଁ ଗଦି ଦିଆଯାଇଥିଲା I

Related news

Skip to toolbar