କନ୍ଧମାଳ ସନ୍ତାନ

Breaking News

ଅନଲାଇନ ଶିକ୍ଷା ପାଇବାରୁ ବଞ୍ଚିତ ବେଲଘର ଅଞ୍ଚଳର ଛାତ୍ରଛାତ୍ରୀ, ୪ ଜି ନେଟୱାର୍କ କାର୍ଯ୍ୟକ୍ଷମ ପାଇଁ ଦାବୀକଲେ ଅଭିଭାବକ…

କନ୍ଧମାଳ ସନ୍ତାନ(ବ୍ୟୁର): ଦୁଇ ଦୁଇଟି ୪ଜି ଟାୱାର ୧୫ ବର୍ଷ ହେବ ତିଆରି ହୋଇ ଖତ ଖାଇବାକୁ ବସିଛି I ହେଲେ ହୋଇନାହିଁ କାର୍ଯ୍ୟକ୍ଷମ ବୋଲି ବେଲଘର ଅଞ୍ଚଳ ବାସୀ କହିଛନ୍ତି I ଅନଲାଇନ କଣ ଆମେ ଜାଣିନୁ ଏପରି ଭାବରେ ନିଜର ମନର ବ୍ୟଥାକୁ ଗଣମାଧ୍ୟମ ସମ୍ମୁଖରେ ପ୍ରକାଶ କରିଛନ୍ତି କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକ ବେଲଘର ଗ୍ରାମ ପଞ୍ଚାୟତର ସମାଜସେବୀ ବାନାମ୍ବର ନାୟକ I ଯାହା ଦ୍ୱାରା କନ୍ଧମାଳ ଜିଲ୍ଲାର କୁଟିଆ କନ୍ଧ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ବେଲଘର ଠାରେ ସରକାରୀ ଯୋଜନା ଯୋଜନାରେ ହିଁ ରହି ଥିବା ଅନୁମାନ କରାଯାଇଛି I ହେଲେ ସରକାରୀ ଯୋଜନାର ଦିଗ କେଉଁ ଆଡ଼କୁ???


କନ୍ଧମାଳ ଜିଲ୍ଲା ଅଧିନସ୍ଥ ତୁମୁଡ଼ିବନ୍ଧ ବ୍ଲକର ବେଲଘର ଗ୍ରାମ ପଞ୍ଚାୟତ I ଯାହା କି ସୌନ୍ଦର୍ଯ୍ୟ ପାଇଁ ଦେଶ ବିଦେଶରେ ବେଶ ପରିଚିତ I ଏହି ଅଞ୍ଚଳର ସୌନ୍ଦର୍ଯ୍ୟ, କୁଟିଆ କନ୍ଧ ସଂସ୍କୃତି ଦେଖିବା ଏବଂ ଜାଣିବା ପାଇଁ ଦେଶ ବିଦେଶର ପର୍ଯ୍ୟଟକଙ୍କ ଭିଡ଼ ଲାଗି ରହି ଥାଏ I ଏହି ଅଞ୍ଚଳର କୁଟିଆ କୁଇ ସମ୍ପ୍ରଦାୟର ଆଦିବାସୀ ସରକାରୀ ଯୋଜନାର କେନ୍ଦ୍ରବିନ୍ଦୁ ହୋଇ ଥାନ୍ତି I କିନ୍ତୁ ସରକାରୀ ଯୋଜନା ଏହି ଅଞ୍ଚଳ ବାସୀଙ୍କ ପାଇଁ ଅପହଞ୍ଚ ବୋଲି ସମାଜସେବୀ ବାନାମ୍ବର ନାୟକ ମତପ୍ରକାଶ କରିଛନ୍ତି I ଏହି ପଂଚାୟତ ୧୯୫୭ରେ ସ୍ଥାପିତ ହୋଇ ଥିଲା I ଯାହା କି ଗୁମ୍ମା, ବିଲାମାଳ, ଝିରିପାଣି ଇତ୍ୟାଦି ଅଞ୍ଚଳକୁ ନେଇ ଏକ ବୃହତ୍ତମ ଗ୍ରାମ ପଞ୍ଚାୟତ ଭାବରେ ଗଠିତ ହୋଇ ଥିଲା I ବେଲଘର ଗ୍ରାମପାୟତର ବେଲଘର ଠାରେ ୧୯୦୪ ମସିହାର ବିଦ୍ୟାଳୟ ଏବଂ ୧୯୪୧ ମସିହାରେ ଥାନା ସ୍ଥାପନ ହୋଇ ଥିଲା I ବେଲଘର ଅଞ୍ଚଳର ପୁରୁଖା ଲୋକଙ୍କ କହିବା ଅନୁସାରେ ବ୍ରିଟିଶ ଶାସନ ସମୟରେ ବେଲଘର ଠାରେ ଥାନା ସ୍ଥାପିତ ହୋଇ ଥିଲା I ବର୍ତ୍ତମାନ ବେଲଘର ଗ୍ରାମ ପଞ୍ଚାୟତ ବେଲଘର, ମଶାଣି ସାହି, କସମୁଣ୍ଡା, କେକେଡି କଲୋନୀ, ଜାଲିପଡ଼ା, ତୁଆକଲା, ପାଣ୍ଡାମାସ୍କ, ରାଙ୍ଗାପାରୁ, ଗିରିସାସ୍କା, ଗୁନୁସ୍ପା, ତରଗାବାଲି, ବାଟିପଡ଼ା, ଦୌବାଲି, ଦୌଗାଡ଼ା ଇତ୍ୟାଦି ଗ୍ରାମର ୧୪ ୱାର୍ଡରେ ୫୦୦୦ରୁ ଉର୍ଦ୍ଧ୍ବ ଜନସାଧାରଣ ବସବାସ କରନ୍ତି I କିନ୍ତୁ ଆତି ପରିତାପର ବିଷୟ ଏହି ଅଞ୍ଚଳର ଜନସାଧାରଣଙ୍କ ପାଇଁ ଡିଜିଟାଲ ସେବା ଏକ ପ୍ରକାର ପ୍ରହସନ ହୋଇ ଥିବା ବେଲଘର ବାସୀ କହିଛନ୍ତି I ମୋବାଇଲ ଟାୱାର ନ ଥିବାରୁ ଏହି ଅଞ୍ଚଳର ଛାତ୍ରଛାତ୍ରୀ ଅନଲାଇନ ସେବା କଣ ଜାଣିନ ଥିବା କହିଛନ୍ତି I ଦୀର୍ଘ ୧୫ ବର୍ଷରୁ ଉର୍ଦ୍ଧ୍ବ ହେବ ବେଲଘର ବାସୀଙ୍କୁ ନେଟୱାର୍କ ସେବା ଯୋଗାଇବା ନିମନ୍ତେ ରିଲିଆନ୍ସ ମୋବାଇଲ ନେଟୱାର୍କ ଯୋଗାଣକାରୀ ସଂସ୍ଥା ତରଫରୁ ଦୁଇଦୁଇଟି ଟାୱାର ତିଆରି କରାଗଲା I ଏହି ଟାୱାର ଗୁଡ଼ିକ ଦେଖି ବେଲଘର ବାସୀଙ୍କ ମଧ୍ୟରେ ନୂତନ ଦୁନିଆ ଦେଖିବାର ଆଶା ଜାଗି ଉଠି ଥିଲା I କିନ୍ତୁ ୧୫ ବର୍ଷ ପରେ ମଧ୍ୟ ମୋବାଇଲ ସେବା ପାଇବାର ଆଶାର ସୁରୁଜ ଦୁରେଇ ଦୁରେଇ ଯାଉ ଥିବା ସରକାରୀ ଅନଲାଇନ ସେବା ପାଇବାରୁ ବଞ୍ଚିତ ଅଞ୍ଚଳର ଛାତ୍ରଛାତ୍ରୀ କହିଛନ୍ତି I ସରକାର ଥାନା ପରିସରରେ ବିସଏନଏଲ ପକ୍ଷରୁ ସେଟଲାଇଟ ଟାୱାର ଏବଂ ପଞ୍ଚାୟତ କାର୍ଯ୍ୟାଳୟରେ wifi ବ୍ୟବସ୍ଥା କରିଛନ୍ତି I ଯାହା ନ କହିବା ଭଲ I ଯାହାକି ସେବା ଯୋଗାଇବା ନାରେ ମହାନାଟକ ବୋଲି ସମାଜସେବୀ ବାନାମ୍ବର ନାୟକ କହିଛନ୍ତି I ବେଲଘର ଗ୍ରାମପଞ୍ଚାୟତ କୁଟିଆ କନ୍ଧ ଅଧ୍ୟୁଷିତ ଅଞ୍ଚଳ I ସରକାର କୁଟିଆ କନ୍ଧ ଉନ୍ନୟନ ସଂସ୍ଥା ମାଧ୍ୟମରେ କୁଟିଆ କନ୍ଧ ସମ୍ପ୍ରଦାୟର ବିକାଶ ପାଇଁ କୋଟି କୋଟି ଟଙ୍କାର ଯୋଜନା କରୁଛନ୍ତି I ହେଲେ ଫଳାଫଳ ଶୁନେ I ବେଲଘର ଠାରେ କୁଟିଆ କନ୍ଧ ଉନ୍ନୟନ ସଂସ୍ଥାର କାର୍ଯ୍ୟାଳୟ ଅଛି ହେଲେ ବିକାଶ ନାହିଁ, ସରକାର ଯୋଜନା ଉପରେ ଯୋଜନା ଘୋଷଣା କରୁଛନ୍ତି କିନ୍ତୁ ତାହା ବାଟମାରଣା ହେଉଛି ବୋଲି ମତବ୍ୟକ୍ତ କରିଛନ୍ତି ସମାଜସେବୀ ବାନାମ୍ବର ନାୟକ I ଯାହା ପାଇଁ ଆଜି ବେଲଘରବାସୀ ମୌଳିକ ସୁବିଧା ପାଇବାରୁ ବଞ୍ଚିତ ବୋଲି ସମାଜ ସେବୀ ଅତି ଦୁଃଖର ସହ ମତବ୍ୟକ୍ତ କରିଛନ୍ତି I ମୋବାଇଲ ସେବା ପାଇଁ ବାରମ୍ବାର ବେଲଘର ବାସୀ ପ୍ରଶାସନ ପାଖରେ ଦାବୀ କରି ଆସୁଛନ୍ତି I କିନ୍ତୁ ପ୍ରଶାସନ ବେଲଘର ବାସୀଙ୍କ ଦାବୀ ପ୍ରତି କର୍ଣ୍ଣପାତ କରୁନ ଥିବା ଅଞ୍ଚଳର ନୀଲାମ୍ବର ନାୟକ, ରଞ୍ଜିତ କୁମାର ସାମନ୍ତ ସିଂ, ଦେବାନନ୍ଦ ନାୟକ, କାର୍ତ୍ତିକ ସାହୁ, ଗୌର ଚନ୍ଦ୍ର ମାଝୀ, ରବି ଚନ୍ଦ୍ର ନାୟକ, ମାଝିଆସେଠ ନାୟକ ପ୍ରମୁଖ ଅଭିଯୋଗ କରିଛନ୍ତି I ଯଦି ପ୍ରଶାସନ ବେଲଘର ବାସୀଙ୍କ ଦାବୀ ପ୍ରତି ଯତ୍ନବାନ ନ ହୁଅନ୍ତି ତାହା ହେଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବା ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି I

Related news

Skip to toolbar