କନ୍ଧମାଳ ସନ୍ତାନ

Breaking News

ଟିକାବାଲି ଥାନା ପୁଲିସ ଦ୍ୱାରା ରକ୍ତଦାନ ଶିବିର ଅନୁଷ୍ଠିତ, ୩୮ ୟୁନିଟ ରକ୍ତ ସଂଗ୍ରହ…

କନ୍ଧମାଳ ସନ୍ତାନ(ବ୍ୟୁର):କନ୍ଧମାଳ ଜିଲ୍ଲା ଅଧୀନସ୍ଥ ଜିଲ୍ଲା ପୁଲିସ ପକ୍ଷରୁ ଟିକାବାଲି ଥାନା ପୁଲିସ ଦ୍ଵାରା ଏକ ସ୍ବେଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି I ଏହାକୁ ଟିକାବାଲି ଥାନା ଅଧିକାରୀ ଅଜୟ କୁମାର ସ୍ୱାଇଁ ଏବଂ ସେକେଣ୍ଡ ଅଫିସର ଦେବତା ଓ ଥାନାର ସମସ୍ତ କର୍ମକର୍ତାଙ୍କ ସହଯୋଗ ରେ ଏହି ରକ୍ତ ଦାନ ଶିବିର ଆୟୋଜନ କରାଯାଇ ଥିଲା I

ଏହି କାର୍ଯ୍ୟକ୍ରମରେ ଜିଲ୍ଲାରୁ ଡି.ଏସ.ପି କୃଷ୍ଣ ପ୍ରସାଦ ପଟ୍ଟନାୟକ, ଡାକ୍ତର ଜୟଦୀପ ଘୋଷ (ବ୍ଲଡ଼ ବ୍ୟାଙ୍କ ଅଫିସର ), ପ୍ରଶାନ୍ତ କୁମାର ବେହେରା (ବ୍ଲଡ଼ ବ୍ୟାଙ୍କ ସେକ୍ରେଟାରୀ ), ଏଲ. ଟି. ଆଇ ତୁଷାର କାନ୍ତ ପ୍ରଧାନ, ଦୀନକୃଷ୍ଣ ମହନ୍ତ, ସୁଜିତ କୁମାର ସାହୁ, ପ୍ରଶାନ୍ତ କୁମାର, ବରୁଣ ବେହେରା ଯୋଗ ଦେଇ ଥିଲେ I ପ୍ରଥମେ ରକ୍ତ ଦାତା ମାନଙ୍କୁ ହାଲୁକା ଖାଦ୍ୟ( ଜଳଖିଆ )ଦିଆ ଯାଇ ରକ୍ତ ଦେବାପାଇଁ ଫୋର୍ମ ପୁରଣ କରାଯାଇ ରକ୍ତ ସଂଗ୍ରହ ଆରମ୍ଭ କରାଯାଇ ଥିଲା I ଏଠାରେ ସ୍ଥାନୀୟ ଟିକାବାଲି ପ୍ରେସ ଆଶ୍ସୋସିଏସନର ସମସ୍ତ ସଦସ୍ୟ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଫକୀର ଚରଣ ପରିଡା, ଟିକାବାଲି ମେଡିକାଲ ଅଫିସର ଡ଼ଃ. ଜ୍ୟୋତି ରଞ୍ଜନ ଜେନା, ଟିକାବାଲି ବି.ଜେ.ଡି ବ୍ଲକ ସଭାପତି, ରଦନ ମାଲିକ ପ୍ରମୁଖ ଉପସ୍ଥିତ ଥିଲେ I ସର୍ବପ୍ରଥମେ ଟିକାବାଲି ୮ ନଂ ଜୋନର ଜିଲ୍ଲା ପରିଷଦ ପ୍ରଦୀପ ଦିଗାଳ, ଟିକାବାଲି ସରପଞ୍ଚ ରଶ୍ମିତା କହଁର , କଇଁଝର ସରପଞ୍ଚ ରୁନୁମା କହଁର , ପିକରଡ଼ି ସରପଞ୍ଚ ଗକୁଳ ଚନ୍ଦ୍ର ପ୍ରଧାନ, ହୋମ ଗାର୍ଡ ପ୍ରଶ୍ନ ଦିଗାଳ, ଅନ୍ୟାନ୍ୟ ପୋଲିସ କର୍ମଚାରୀ ଓ କନ୍ଧମାଳ ୟୁଥ ବାରୀୟରର ଅରବିନ୍ଦ ଭାଇ ସମେତ ଅନ୍ୟାନ୍ୟ ଟିକାବାଲି ଅଞ୍ଚଳର ଯୁବ ବର୍ଗ ରକ୍ତ ଦାନ କରି ଦାନ କରିଥିଲେ I ପରେ ସିଝା ଅଣ୍ଡା, ଅମୁଲ କୁଲ, ରସଗୁଲା ଭଳି ପୁଷ୍ଟି କର ଖାଦ୍ୟ ଦିଆଯାଇ ଥିଲା I ଶେଷ ବେଳକୁ ୩୮ ୟୁନିଟ ରକ୍ତ ସଂଗ୍ରହ କରି ରକ୍ତ ଦାତାଙ୍କୁ ଡି.ଏସ.ପି ଙ୍କ ଦ୍ଵାରା କନ୍ଧମାଳ ପୁଲିସ ପକ୍ଷରୁ ପ୍ରସ୍ତୁତି ପ୍ରମାଣପତ୍ର ଦିଆଯାଇ ଥିଲା ଏବଂ ସଂଗ୍ରହ କରାଯାଇ ଥିବା ସମସ୍ତ ୩୭ ୟୁନିଟ ରକ୍ତ ଫୁଲବାଣୀ ବ୍ଲଡ଼ ବ୍ୟାଙ୍କକୁ ହସ୍ତାନ୍ତର କରାଯାଇ ଥିଲା I

Related news

Skip to toolbar