କନ୍ଧମାଳ ସନ୍ତାନ

Breaking News

ଟ୍ରାକ୍ଟର ଧକ୍କାରେ ୫ ବର୍ଷର ଶିଶୁଙ୍କ ମୃତ୍ୟୁ…

କନ୍ଧମାଳ ସନ୍ତାନ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଟିକାବାଲି ବ୍ଲକ ସାରଙ୍ଗଡ଼ ଥାନା ଅଧୀନସ୍ଥ ପାବୁରିଆ ପଞ୍ଚାୟତର ଡାମିଗୁଡା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି I ଏକ ଇଟା ବୋଝେଇ ଟ୍ରାକ୍ଟର ଦୁର୍ଘଟଣାରେ ପାଞ୍ଚ ବର୍ଷର ଶିଶୁର ମୃତ୍ୟୁ ଘଟିଛି I


ଘଟଣା ଅନୁସାରେ ଆଜି ସକାଳ ପ୍ରାୟ ଘ ୯.୩୦ ମି ସମୟ ହେବ ଡାମିଗୁଡା ଗ୍ରାମର ସୁବାସ ପ୍ରଧାନଙ୍କ ବଡପୁଅ ସୋହନ ପ୍ରଧାନ( ୫ବର୍ଷ )ତାଙ୍କ ଜେଜେ ମାଙ୍କ ସାଙ୍ଗରେ ଗ୍ରାମର ରାସ୍ତା କଢରେ ଥିବା ଏକ ନଳକୂପରେ ପାଣି ଗାଧଉଥିଲେ I ଏହି ସମୟରେ ତଳଡାମିଗୁଡା ଠାରୁ ଏକ ଇଟା ବୋଝେଇ ଟ୍ରାକ୍ଟର ଯାହାର (ମୁଣ୍ଡ ନଂ OR-12A-6492 ଏବଂ ଡାଲା ନଂ -OR-07H-7193)ଧୃତ ଗତିରେ ଆସି ହଠାତ ନଳକୂପ ଆଡ଼କୁ ମାଡିଯାଇ ଶିଶୁ ଉପରେ ଓଲଟି ଓଲଟି ଯାଇ ଥିଲା I ତୁରନ୍ତ ତାଙ୍କ ବାପା ଏବଂ ଗ୍ରାମର କିଛି ଲୋକଙ୍କ ସାଙ୍ଗରେ ବାଇକ ଯୋଗେ ଚିକିତ୍ସା ପାଇଁ ଟିକାବାଲି ଡାକ୍ତର ଖାନାକୁ ଆଣିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ I ସୂଚନା ଥାଉକି ଦୁର୍ଘଟଣା ଘଟାଇଥିବା ଟ୍ରାକ୍ଟରଟି ସେହି ଅଞ୍ଚଳର ମାଲେରିମାହା ଗ୍ରାମର ନୀରା ବୁର୍ଗୀ ଙ୍କର ବୋଲି ଜଣା ପଡିଛି I ଲୋକ ଙ୍କ କହିବା ଅନୁସାରେ ଗାଡି ଚାଳକଟି ନିଶାଦ୍ରବ୍ୟ ସେବନ କରି ଖମାଖିଆଲ ଓ ବେପରୁଆ ଭାବରେ ଧୃତଗତି ରେ ଗାଡି ଚଳାଉ ଥିବାରୁ ଏହିପରି ଦୁର୍ଘଟଣା ଘଟିଥିବା ଜଣା ପଡିଛି I ସୂଚନା ଥାଉକି ଶିଶୁ ର ମୃତ୍ୟୁ ଖବର ପାଇ ଟିକାବାଲି ଥାନା ଭାରପ୍ରାପ୍ତ ଅଧିକାରୀ ଅଜୟ କୁମାର ସ୍ୱାଇଁ ତୁରନ୍ତ ସାରଙ୍ଗଡ଼ ଥାନା ଅଧିକାରୀ ଙ୍କ ସହିତ ଯୋଗାଯୋଗ କରି ଶିଶୁ ମୃତ୍ୟୁ ବିଷୟରେ ଖବର ଦେଲେ I ସେହି କ୍ଷଣି ସାରଙ୍ଗଡ଼ ଥାନାରୁ ସେକେଣ୍ଡ ଅଫିସର କୃଷ୍ଣ ଗୌଡ଼ ଆସି ଘଟଣା ସ୍ଥଳରେ ପହଞ୍ଚି ଘଟଣାର ଅନୁଧ୍ୟାନ କରିବା ସହ ଶବକୁ ଜବତ କରି ବ୍ୟବଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଫୁଲବାଣୀ କୁ ପଠେଇଲେ I ପୁଲିସ ଏହି ଘଟଣାକୁ ନେଇ କେସ ନଂ ୫୪/୨୨-୦୬-୨୦୨୧ ଅଣ୍ଡର ସେକ୍ସନ -୨୭୯/୩୦୪ ଏଆଇ.ପି.ସି ଧାରାରେ ଏକ ଦୁର୍ଘଟଣା ମାମଲା ରୁଜୁ କରି ପ୍ରାଥମିକ ତଦନ୍ତ ଚଳାଇ ଛନ୍ତି I

Related news

Skip to toolbar