କନ୍ଧମାଳ ସନ୍ତାନ

Breaking News

ୟୌଟ୍ୟୁବ ମାଧ୍ୟମରେ ଛାତ୍ରଛାତ୍ରୀ ପଢ଼ିବେ ପାଠ…

କନ୍ଧମାଳ ସନ୍ତାନ(ବ୍ୟୁର): କରୋନା ମହାମାରୀର ଦ୍ଵିତୀୟ ଲେହେର ସଂକ୍ରମଣ ଶିକ୍ଷା ଉପରେ ବିଶେଷ ପ୍ରଭାବ ପଡିଛି I ତେବେ ପୁଣି ଥରେ ଶିକ୍ଷା ବ୍ୟବସ୍ଥାକୁ ତ୍ବରାନ୍ବିତ କରିବା ପାଇଁ ଆଜିଠାରୁ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ୟୁଟ୍ୟୁବ୍‌ ମାଧ୍ୟମରେ ଶିକ୍ଷାଦାନ ଆରମ୍ଭ ହୋଇଛି I ପ୍ରଥମରୁ ତୃତୀୟ ଶ୍ରେଣୀ ପ୍ରତି ସୋମବାର ଠାରୁ ଶୁକ୍ରବାର ଯାଏ ସକାଳ ୯ଟାରୁ ୧୦ ଟା ଯାଏ ୨ଟି ପିରିୟଡ କ୍ଳାସ ହେବ I ଚତୁର୍ଥରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୯ଟାରୁ ୧୦ଟା ୩୦ ଯାଏ ତିନୋଟି ପିରିୟଡ କ୍ଲାସ ହେବ I ସେହି ପରି ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ପାଠପଢ଼ା ସୋମବାରରୁ ଶୁକ୍ରବାର ସକାଳ ୧୦ଟା ୪୫ରୁ ଅପରାହ୍ନ ଗୋଟାଏ ପର୍ଯ୍ୟନ୍ତ ଦିନକୁ ୪ଟି ପିରିୟଡ୍‌ କ୍ଲାସ ହେବ I ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ପାଠପଢ଼ା ଜୁନ୍‌ ୨୧ରୁ ଜୁଲାଇ ୩୧ ପର୍ଯ୍ୟନ୍ତ ଚାଲିବ I ସେହିପରି ଜୁଲାଇ ୭ ତାରିଖ ଯାଏ ପ୍ରଥମରୁ ଅଷ୍ଟମ କ୍ଳାସ ପାଠପଢା ହେବ I କେଉଁଦିନ କେଉଁ ବିଷୟ କ୍ଲାସ ହେବ ଏନେଇ ରୁଟିନ ମଧ୍ୟ ପ୍ରକାଶ ପାଇଛି I ୟୁଟ୍ୟୁବରେ ଯେଉଁ ବିଷୟ ପଢ଼ାଯିବ ବିଦ୍ୟାଳୟର ସମ୍ପୃକ୍ତ ବିଷୟର ଶିକ୍ଷକ ତାହାକୁ ଦେଖିବେ ଓ ସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ରହୁଥିବା ଦ୍ବନ୍ଦ୍ବକୁ ଚାଟ ଓ ଭଏସ କଲ ମାଧ୍ୟମରେ ଦୂର କରିବେ I ଏହି ଲିଙ୍କ ମାଧ୍ୟମରେ ଛାତ୍ରଛାତ୍ରୀ କ୍ଲାସ କରିବେ I
CLASS 1_OSEPA
https://youtube.com/channel/UCwG7OzEJu46vU-qhW90X4Fw
CLASS 2_OSEPA
https://youtube.com/channel/UCO0L_RncI3K0ZLeBUJYuNDg
CLASS 3_OSEPA
https://youtube.com/channel/UCpQREufTuYNWXe-8Q6gwy9A
CLASS 4_OSEPA
https://youtube.com/channel/UCaNy2eN8E9joXBoZNYlizIg
CLASS 5_OSEPA
https://www.youtube.com/channel/UCDZHTyUzgpIGimnb1lm7NCg
CLASS 6_OSEPA
https://youtube.com/channel/UCiO4V2neR2R6LOU6ElyX1Lw
CLASS 7_OSEPA
https://youtube.com/channel/UC2lZgqXeJNiyUGpZOtC47LA
CLASS 8_OSEPA
https://youtube.com/channel/UCAxRt4IAZDmcbkpIES5hSWA
CLASS 9_OSEPA
https://youtube.com/channel/UCYjuQQV6_nfMhaff-N8rHXg
CLASS 10_OSEPA
https://youtube.com/channel/UCDUfjj21SMdqyODBCqURA0

Related news

Skip to toolbar