କନ୍ଧମାଳ ସନ୍ତାନ

Breaking News

ଆସହାୟଙ୍କୁ ସହାୟତାର ହାତ ବଢ଼େଇଲେ “ସୃଜନ” ସ୍ବେଚ୍ଛାସେବୀ ସଂସ୍ଥାର ମୁଖିଆ….

କନ୍ଧମାଳ ସନ୍ତାନ(ବ୍ୟୁର):କରନା ମହାମାରୀର କରାଳ ସମୟରେ ଅସହାୟଙ୍କୁ ସହାୟତାର ହାତ ବଢ଼େଇ ମହନତାର ପରିଚୟ ଦେଇ ଛନ୍ତି ଯୁବ ସମାଜସେବୀ ବିଶୋପ ଦିଲୀପ କୁମାର ବଳ I ଅନେକ ସମୟରେ ଅସହାୟଙ୍କୁ ସହାୟତାର ହାତ ବଢ଼େଇ ଅନେକ ସମୟରେ ବେଶ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇ ଥାନ୍ତି “ସୃଜନ” ସ୍ବେଚ୍ଛାସେବୀ ସଂସ୍ଥାର ମୁଖିଆ I କନ୍ଧମାଳ ଜିଲ୍ଲା ଅଧିନସ୍ଥ ରାଇକିଆ ଠାରେ “ସୃଜନ” ସ୍ବେଚ୍ଛାସେବୀ ଅନୁଷ୍ଠାନ ତରଫରୁ ଆଜି କୋଭିଡ-୧୯ ପାଇଁ ରିଲିଫ ସାମଗ୍ରୀ ବଣ୍ଟନ କରଯାଇଛି I ସଂସ୍ଥା ପକ୍ଷରୁ ୨୫ ଟି ପରିବାରକୁ ଗୋଟିଏ ମାସ ପାଇଁ ରାସନ୍ ସାମଗ୍ରୀ ପ୍ରଦାନ କରାଯାଇଛି I ଅନୁଷ୍ଠାନର ମୁଖ୍ୟ ବିଷପ ଡକ୍ଟର ଦିଲ୍ଲିପ କୁମାର ବଳ ନିଜେ ରିଲିଫ କାର୍ଯ୍ୟ ସମ୍ପାଦନା କରିଥିଲେ I ଏହା ସହ ସଂସ୍ଥାର ସଦସ୍ୟ ଦିପେଶ କୁମାର ନାୟକ ଯେପରି ଭାବରେ ସମସ୍ତେ ସୁଚାରୁ ରୂପେ ରିଲିଫ ସାମଗ୍ରୀ ପାଇବେ ପାରିବେ ତାହା ବନ୍ଦବସ୍ତ କରିଥିଲେ I ଅନେକ ସମୟରେ “ସୃଜନ” ସ୍ବେଚ୍ଛାସେବୀ ସଂସ୍ଥା ଜିଲ୍ଲା ଏବଂ ଜିଲ୍ଲା ବାହାରେ ବିଭିନ୍ନ ସ୍ଥାନରେ ଏହି ପରି ଭାବରେ ଗରିବ ଜନସାଧାରଣଙ୍କୁ ସହଯୋଗର ହାତ ବଢ଼ାଇ ଥିବା ଦେଖିବାକୁ ମିଳିଛି I ସ୍ବେଚ୍ଛାସେବୀ “ସୃଜନ”ର ମୁଖିଆ ବିଷପ ଡକ୍ଟର ଦିଲୀପ କୁମାର ବଳ ଜଣେ ପରପକାରୀ ବ୍ୟକ୍ତି I ତେଣୁ ଅନେକ ସମୟରେ ଅସହାୟଙ୍କୁ ସହାୟତାର ହାତ ବଢ଼େଇ ମହନତାର ପରିଚୟ ଦେଇ ଥିବା ଅଞ୍ଚଳବାସୀ ପ୍ରକାଶ କରିଛନ୍ତି I ସ୍ବେଚ୍ଛାସେବୀ ସଂସ୍ଥା “ସୃଜନ”ର ମୁଖିଆ ଡକ୍ଟର ଦିଲୀପ କୁମାର ବଳଙ୍କ ଏହି ମହାନ କାମକୁ ଅଞ୍ଚଳବାସୀ ବେଶ ପ୍ରଶଂସା କରିଛନ୍ତି I

Related news

Skip to toolbar