କନ୍ଧମାଳ ସନ୍ତାନ

Breaking News

ମରଣଯନ୍ତା ପାଲଟିଛି ଚାଉଳଧୂଆଁ ପୋଲ, କୁମ୍ଭକର୍ଣ୍ଣ ନିଦ୍ରାରେ ପୂର୍ତ୍ତ ବିଭାଗ…

କନ୍ଧମାଳ ସନ୍ତାନ(ବ୍ୟୁର): କନ୍ଧମାଳ ଜିଲ୍ଲା କୋଟଗଡ଼ରୁ ମୁନିଗୁଡାକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ରାଜ୍ୟ ରାଜପଥ-୫ ପଣ୍ଡାରିପି ନିକଟରେ ପାଲଟିଛି ମରଣଯନ୍ତା I ପୂର୍ତ୍ତି ବିଭାଗର ଅବହେଳା ଯୋଗୁଁ ଏହି ସ୍ଥାନରେ ଅନେକ ସମୟରେ ଦୁର୍ଘଟଣା ଘଟିଥିବାର ଅଞ୍ଚଳ ବାସୀ ଅଭିଯୋଗ କରିଛନ୍ତି I ଦୀର୍ଘ ଦିନ ହେବ ଏହି ପୋଲ ଉପରେ ବିରାଟ ଖାଲ ହେବାଦ୍ୱାରା ଯାନବାହନ ଦୁର୍ଘଟଣା ଗ୍ରସ୍ଥ ହେଉଛି I ଅଞ୍ଚଳବାସୀଙ୍କ ସୂଚନାନୁସାରେ ପଣ୍ଡାରିପିରେ ଅବସ୍ଥିତ ଥିବା ଚାଉଳଧୁଆ ନାଳ ଉପର ଦେଇ ଯାଇଥିବା ପୋଲ ହେଉଛି ବ୍ରିଟିଶ ଅମଳର ପୋଲ I

ହେଲେ ପୋଲର ସ୍ଥାଇତ୍ବ ଅବଧିସରି ଯିବାର ପଚାଶ ବର୍ଷରୁ ଉର୍ଦ୍ଧ୍ବ ବର୍ଷ ବିତି ଯିବା ପରେ ଏକ ବର୍ଷ ହେବ ପୂର୍ତ୍ତ ବିଭାଗ ଦ୍ୱାରା ନୂତନ ପୋଲ ତିଆରି କାର୍ଯ୍ୟ ଆରମ୍ଭ ହୋଇଛି I ଏକ ବର୍ଷ ବିତିଲାଣି କିନ୍ତୁ ସମ୍ପୃକ୍ତ ଠିକା ସଂସ୍ଥା କୌଣସି ଅସ୍ଥାୟୀ ରାସ୍ତା ନିର୍ମାଣ ନ କରି ମାସ ପରେ ମାସ ଗଡେଇ ଚାଲିଛି I ସ୍ଥାନୀୟ ଲୋକଙ୍କ ବାରମ୍ବାର ଅଭିଯୋଗ ପରେ ବି ପୂର୍ତ୍ତ ବିଭାଗ ଦ୍ୱାରା ବିକଳ୍ପ ଅସ୍ଥାୟୀ ରାସ୍ତା କିମ୍ବା ପୋଲ ମୁଖ୍ୟ ରାସ୍ତାକୁ ମରାମତି କରାଯାଉ ନାହିଁ I ହେଲେ ଆମେ ସମ୍ପୃକ୍ତ କାର୍ଯ୍ୟ ବୁଝୁଥିବା ତୁମୁଡିବନ୍ଧ କନିଷ୍ଠ ଯନ୍ତ୍ରୀ ସୁନୀଲ ଘୋଷଙ୍କୁ ଘଟଣା ସମ୍ପର୍କରେ ଫୋନ ଯୋଗେ ପଚାରି ବୁଝି ଥିଲୁ I ସେ କହିଛନ୍ତି “ଦେଖିବା ପୋଲରୁ ପାଣି ବାହାର କରିବାକୁ ହେବ, ପୋଲ ଟି ଖାଲୁଆ ଅଛି, ଇଂଜିନିୟରିଂଙ୍କ ସହ କଥା ହେବି” I ଦେଖା ଯାଉ ଏହି ମୁଖ୍ୟ ରାସ୍ତା କେବେ ମରାମତି ହେବ ଏବଂ ଯାନବାହନ କେବେ ଭଲ ଭାବରେ ଚଳାଚଳ କରିପାରିବ I ସରକାର ରାସ୍ତା ନିର୍ମାଣ ଏବଂ ରାସ୍ତାର ମରାମତି ପାଇଁ କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି I ହେଲେ ଏହି ପୋଲ ଠାରେ ଯାତାୟାତ ସୁବିଧା ନ କରିବା ଯୋଗୁଁ ଅଞ୍ଚଳ ବାସିଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି I ତେଣୁ ଏହି ସମସ୍ୟା ଯଥା ସମ୍ଭବ ସମାଧାନ ପାଇଁ ଅଞ୍ଚଳ ବାସୀ ଦାବୀ କରିଛନ୍ତି I

Related news

Skip to toolbar