କନ୍ଧମାଳ ସନ୍ତାନ(ବ୍ୟୁର): ଆଜି କନ୍ଧମାଳ ଜିଲ୍ଲା ବିଜେପି ସଭାପତି ଜଗନ୍ନାଥ ସାହୁଙ୍କ ନେତୃତ୍ୱରେ ବାଲିଗୁଡା ବିଜେପିର ଏକ ପ୍ରତିନିଧି ଦଳ ବାଲିଗୁଡା ବିଜୁଳି ବିଭାଗ କାର୍ଯ୍ୟାଳୟ ଠାରେ ପହଁଚି ବାଲିଗୁଡା ଅଞ୍ଚଳରେ ହେଉଥିବା ବାରମ୍ବାର ବିଜୁଳି କାଟ ଏବଂ ଲୋଭୋଲଟେଜ ଭଳି ସମସ୍ୟାର ସମାଧାନ ନିମନ୍ତେ ଏସଡିଓ ହରିହର ଦତ୍ତଙ୍କୁ ସାକ୍ଷାତ କରିଛ ଛନ୍ତି I ଏହି ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହିତ ଆଗାମୀ ଦିନରେ ଯଦି ଏହି ସମସ୍ୟାର ସମାଧାନ ନହୁଏ ତେବେ ନଗର ବିଜେପି ରାଜରାସ୍ତାକୁ ଓଲ୍ହାଇ ଆନ୍ଦୋଳନ କରିବ ବୋଲି ବଜେପି ସଭାପତି ଚେତାବନୀ ଦେଇ ଛନ୍ତି I ଏହି ଆଲୋଚନାରେ ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ପଦ୍ମଚରଣ ଦାସ, ନଗର ସାଧାରଣ ସମ୍ପାଦକ ଆଦିକନ୍ଧ ପଟନାୟକ, ରାଜ୍ୟ ଯୁବମୋର୍ଚା କାର୍ଯ୍ୟକାରିଣୀ ସଦସ୍ୟ ଅଭୟ ପାତ୍ର, ଜିଲ୍ଲା ସାଧାରଣ ସମ୍ପାଦକ ଦେବେନ୍ଦ୍ର କୁଦେଇ, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ସୁରେନ୍ଦ୍ର ପାତ୍ର, ଜିଲ୍ଲା ଯୁବମୋର୍ଚ୍ଚା ଉପ-ସଭାନେତ୍ରୀ କୁସୁମୀ ପ୍ରଧାନ, ସମ୍ପାଦକ ସନ୍ତୋଷ ରେଡ୍ଡୀ, ନଗର ସଭାପତି ଦିବାକର ସାହୁ, ମନୋଜ ରଥ, ବିଜୟ ପୂଜାରୀ, ନଗର ଯୁବମୋର୍ଚ୍ଚା ସଭାପତି ସୁଭାଶିଷ ମିଶ୍ର ଏବଂ ଆଶିଷ ସାହୁ, ସୁମିତ ପାଢ଼ୀ ପ୍ରମୁଖ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ I