କନ୍ଧମାଳ ସନ୍ତାନ

Breaking News

ଚାରି ବର୍ଷ ଶିଶୁର ନାହିଁ ମଳଦ୍ୱାର, ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ….

କନ୍ଧମାଳ ସନ୍ତାନ(ବ୍ୟୁର): ଜନ୍ମରୁ ନାହିଁ ଚାରି ବର୍ଷ ଶିଶୁର ମଳଦ୍ୱାର I ଡାକ୍ତରଙ୍କ ପରାମର୍ଶରେ ଅସ୍ତ୍ରୋପଚାର ପରେ ମଧ୍ୟ ହେଲାନି ସମସ୍ୟାର ସମାଧାନ I ୪ ବର୍ଷ ହେଲା ପିଲାଟି ସହିତ ବାପା ଓ ମାଆ ଚିକିତ୍ସା ପାଇଁ ବୁଲିବୁଲି ନୟାନ୍ତ ହେଲେଣି ହେଲେ ସୁଫଳ ମିଳୁନି I ପୁଅର ଅସୁବିଧା ଦୁର ହେଉନି କି ପିଲାର ଅସ୍ତ୍ରୋପଚାର ଘା ମଧ୍ୟ ଶୁଖୁନାହିଁ I
କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଳକ ଅଧିନସ୍ଥ ଜକିଙ୍ଗିଆ ଗ୍ରାମର ବିଲମା ମାଝୀ ଏବଂ ବକେରୀ ମାଝୀଙ୍କ ୪ ବର୍ଷର ପୁଅ ପ୍ରବେଶ ମାଝୀର I ଜନ୍ମଗତ ତୃଟି ଯୋଗୁଁ ତାର ଜନ୍ମରୁ ହିଁ ମଳଦ୍ୱାର ନଥିବାରୁ ତାକୁ ମଳ ତ୍ୟାଗ କରିବାରେ ଅସୁବିଧା ହେବା ସହିତ ଭୀଷଣ ଯନ୍ତ୍ରଣାରେ ଛଟପଟ ହୋଇଥିଲା I ଫଳରେ ତାକୁ ପିତାମାତା ତୁମୁଡିବନ୍ଧ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଡାକ୍ତରଙ୍କୁ ଦେଖାଇଥିଲେ I ଡାକ୍ତର ପ୍ରବେଶକୁ ବ୍ରହ୍ମପୂରକୁ ନେଲେ ସେଠାରେ ତାର ଅସ୍ତ୍ରୋପଚାର ପରେ ମଳଦ୍ୱାର ଖୋଲି ପାରିବ ବୋଲି ପରାମର୍ଶ ଦେବାପରେ ଗରିବ ଖଟିଖିଆ ବିଲମା ମାଝୀ ବକେରି ମାଝୀ ଦୁହେଁ ପୁଅକୁ ଛୋଟ ବେଳୁ ହିଁ ବ୍ରହ୍ମପୂରକୁ ନେଇ ସେଠାରେ ତାର ପେଟରେ ଅସ୍ତ୍ରୋପଚାର କରି ସେହି ବାଟରେ ତାର ମଳ ବାହାର କରିଥିଲେ I ହେଲେ ଏହା ଶିଶୁର ସମସ୍ୟାର ସ୍ଥାୟୀ ସମାଧାନ ନଥିଲା କି ତାର ପେଟରେ କରାଯାଇଥିବା ଅସ୍ତ୍ରୋପଚାର ମଧ୍ୟ ଶୁଖି ନଥିଲା I ପୁଣି ଯନ୍ତ୍ରଣା ହେବା ଫଳରେ ତାକୁ ସେମାନେ ପୁଣି ଜମିବାଡି ବିକ୍ରି କରି ଟଙ୍କା ପଇସା ଯୋଗାଡ କରି କଟକ ମେଡିକାଲ କଲେଜକୁ ନେଇଥିଲେ I ହେଲେ ସେଠାରେ ମଧ୍ୟ ଡାକ୍ତମାନେ ତାକୁ ଘରକୁ ଫେରାଇ ନେବାକୁ କହିଥିଲେ I ବର୍ତମାନ ନାବାଳକଙ୍କୁ ରାଜ୍ୟ ବାହାରର କୌଣସି ବଡ ଡାକ୍ତରଖାନାକୁ ନେବା ପାଇଁ ଡାକ୍ତର ପରାମର୍ଶ ଦେଇଛନ୍ତି I ବାହାର ରାଜ୍ୟକୁ ଚିକିତ୍ସା ପାଇଁ ନେବାକୁ ହେଲେ ଅଧିକ ଟଙ୍କାର ଆବଶ୍ୟକତା ରହିଛି I ଯାହାକି ଆମ ପକ୍ଷରେ ସମ୍ଭବ ନୁହେଁ ବୋଲି ନାବାଳଙ୍କ ପିତାମାତା ପ୍ରକାଶ କରିଛନ୍ତି I ସେଥିପାଇଁ ଚିନ୍ତାରେ ଅଛନ୍ତି ପ୍ରବେଶର ପିତା ମାତା । ସେମାନଙ୍କର ପାଖରେ ଥିବା ପ୍ରଧାମନ୍ତ୍ରୀ ସ୍ୱାସ୍ଥ୍ୟ ଯୋଜନା କିମ୍ବା ବିଜୁ ସ୍ୱାସ୍ଥ୍ୟ ବୀମା ଯୋଜନା ମଧ୍ୟ କାମ କରୁନାହିଁ I ଫଳରେ ଉଭୟ ପିତମାତା ନିସହାୟ ଅବସ୍ଥାରେ ପୁଅର ଚିକିତ୍ସା ପାଇଁ ଚିନ୍ତାରେ ଥିବା କହି ଛନ୍ତି I ତେଣୁ ସରକାରୀ ସହାୟତାରେ ପୁଅର ଚିକିତ୍ସା କରାଇବା ପାଇଁ ଜିଲ୍ଲା ପ୍ରସାସନ ଏବଂ ରାଜ୍ୟ ସରକାରଙ୍କ ନିକଟରେ ନିବେଦନ କରିଛନ୍ତି I

Related news

Skip to toolbar