କନ୍ଧମାଳ ସନ୍ତାନ

Breaking News

ବାଲିଗୁଡା ପ୍ରଶାସନ ଦ୍ଵାରା ୨୬୭୦୦ ଟଙ୍କା ଜୋରିମାନ ଆଦାୟ….

କନ୍ଧମାଳ ସନ୍ତାନ(ବ୍ୟୁର): କନ୍ଧମାଳ ଜିଲ୍ଲାରେ କୋରନାର ଦ୍ୱିତୀୟ ଲହର ପ୍ରଭାବରେ ପ୍ରତ୍ୟେକ ଦିନ କୋରନା ସଂକ୍ରମିତ ଙ୍କ ସଂଖ୍ୟା ବୃଦ୍ଧି ପାଇବା ରେ ଲାଗିଛି I ଏଥିରେ ରୋକ ଲଗାଇବା ପାଇଁ ବାଲିଗୁଡା ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ ବାରମ୍ବାର ସଚେତନ କରାଯାଉ ଥିବା ବେଳେ କେତେକ ଅମାନିଆ ପ୍ରଶାସନର ନିର୍ଦେଶକୁ ମାନୁ ନ ଥିବା ନଜରକୁ ଆସିଛି I ଏହାକୁ ଦୃଷ୍ଟି ରେ ରଖି ବାଲିଗୁଡା ପ୍ରଶାସନ ବିହିତ ପଦକ୍ଷେପ ଗ୍ରହଣ କରିଛନ୍ତି I ଯାହାକୁ ବାଲିଗୁଡା ତହସିଲଦାର ସଶାଙ୍କ ଶେଖର ପାତ୍ର ଗୁରୁତର ସହ ଗ୍ରହଣ କରି ଜୋରିମାନା ମଧ୍ୟ ଆଦାୟ କରିଛନ୍ତି I ବାଲିଗୁଡା ସହର ରେ ଅମାନିଆ ବାଇକ ଚାଳକ ଓ ଚାରିଚକିଆ ଜାନ ଠାରୁ ଆଜି ୨୬୭୦୦ ଜୋରିମାନ ଆଦାୟ କରାଯାଇଥିବା ତହସିଲଦାର ସୂଚନା ଦେଇଛନ୍ତି I ବାଲିଗୁଡାରେ କରୋନା ମହାମାରୀକୁ ରୋକିବା ପାଇଁ ତହସିଲ ଓ ବାଲିଗୁଡା ପୂଲିସ ମଧ୍ୟ ଚେଷ୍ଟା ଜାରି ରଖିଛି I ବାଲିଗୁଡା ଉପଖଣ୍ଡ ଆରକ୍ଷୀ ଅଧିକାରୀ ଏବଂ ଥାନା ଭାରପ୍ରାପ୍ତ ଅଧିକାରୀ ଏହାକୁ ନେଇ ଲୋକ ମାନଙ୍କୁ ବୁଲିବୁଲି ସଚେତନ କରିବା ସହିତ ଅମାନିଆ ମାନଙ୍କୁ ଉପଯୁକ୍ତ ଶିକ୍ଷା ଦେଉଥିବା ଦୃଶ୍ୟ ମଧ୍ୟ ନଜରକୁ ଆସୁଛି I

Related news

Skip to toolbar