କନ୍ଧମାଳ ସନ୍ତାନ(ବ୍ୟୁର): ବିଶ୍ଵ ମହାମାରୀ କରୋନା ପାଇଁ ରାଜ୍ୟସ୍ତରୀୟ ଲୋକକଳା ଦିବସ ଜୁମ୍ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ତୃତୀୟ ଲୋକକଳା ଦିବସ ପାଳନ ଅବସରରେ କନ୍ଧମାଳ ଜିଲ୍ଲାରେ ମଧ୍ୟ ଲୋକ କଳା ଦିବସ ପାଳିତ ହୋଇଯାଇଛି I ସଂଘର ଜିଲ୍ଲା ଉପ-ସଭାପତି ଅକ୍ଷୟ କର୍ଣ୍ଣଙ୍କ ନେତୃତ୍ବରେ ଭର୍ଚୁଆଲ ମାଧ୍ୟମରେ ଆଲୋଚନା ହୋଇଥିଲା l ଜିଲ୍ଲା ସଂସ୍କୃତି ଅଧିକାରୀ ବିରଞ୍ଚି କହଁର, କାର୍ଯ୍ୟାଳୟ ପ୍ରମୁଖ ନରେଶ କୁମାର, ବାଲିଗୁଡ଼ା ବ୍ଲକ୍ ଉପସଭାପତି ପ୍ରମୋଦ କୁମାର ଦଣ୍ଡସେନା, ତୁଡ଼ିବନ୍ଧ ବ୍ଲକ୍ ଉପସଭାପତି ସଦାନନ୍ଦ ପରସେଠ, ସିମlଞ୍ଚଳ ମାଝୀ, ସଥପତି ପ୍ରଧାନ, ପୂର୍ଣ୍ଣ ଚନ୍ଦ୍ର ପଣ୍ଡା, ସତ୍ୟ ନାରାୟଣ ଭୁକ୍ତା, ଜୁନୁସ ନାୟକ ପ୍ରମୁଖ ଯୋଗଦେଇ ଥିଲେ I ଆଲୋଚନା ବେଳେ ପ୍ରଥମେ ରାଜ୍ୟ ସରକାରଙ୍କ କଳାକାରଙ୍କ ପ୍ରତି ଧ୍ୟାନ ଦେଇଥିବାରୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା I ବିଲୁପ୍ତ ପ୍ରାୟ ଲୋକକଳା ସରକାର ପୁନରୁଦ୍ଧାର ପାଇଁ ପଦକ୍ଷେପ ତ୍ୱରାନ୍ୱିତ କରି ସଚେତନ କାର୍ଯ୍ୟକ୍ରମ ଲୋକକଳା ଗ୍ରାମ ଏବଂ ପ୍ରାଚୀନ ସଂସ୍କୃତକୁ ବଞ୍ଚାଇ ରଖିବା ପାଇଁ ଗାଁ ଗାଁରେ ଭାଗବତ ଟୁଙ୍ଗି ନିର୍ମାଣ ପାଇଁ ପଦକ୍ଷେପକୁ ପ୍ରଶଂସା କରାଯାଇ ଥିଲା l ବିଶ୍ଵ ମହାମାରୀ କରୋନାର କରାଳ ଛାୟାରେ ଦୀର୍ଘ ଦେଢ଼ ବର୍ଷ ଧରି ଲୋକ କଳାକାର ପେଶି ହେଉଥିବା ବେଳେ କଳାକାରଙ୍କୁ କାମ ଯୋଗାଇଦେବାକୁ ସରକାର ଙ୍କୁ ନିବେଦନ କରାଯାଇଥିଲା l ଜିଲ୍ଲାର ବାଲିଗୁଡ଼ା ବ୍ଲକ୍ ରେ ମିଳୁଥିବା କଳାକାର ଭତ୍ତା ନୈରାଶ୍ୟ ଜନକ ବହୁ ଦୁସ୍ଥ ଲୋକକଳା କାର ଏବେ ପରିଣତି ବୟସରେ ରହି ଜୀବନ ସହିତ ସଂଗ୍ରାମ କରିଛନ୍ତି ଭତ୍ତା ଅପେକ୍ଷାରେ I ସେହିଭଳି ବାଲିଗୁଡ଼ା ବ୍ଲକରେ ଭାଗବତ ଟୁଙ୍ଗୀ ର ପୁନରୁଦ୍ଧାର ପାଇଁ ପ୍ରୟାସ କରିବାକୁ ବ୍ଲକ୍ ଉପ-ସଭାପତି ପ୍ରମୋଦ କୁମାର ଦଣ୍ଡସେନା ନିବେଦନ କରିଥିଲେ I