କନ୍ଧମାଳ ସନ୍ତାନ

Breaking News

ସାରଙ୍ଗଗଡ଼ ଠାରେ କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ…

କନ୍ଧମାଳ ସନ୍ତାନ(ବ୍ୟୁର):କନ୍ଧମାଳ ଜିଲ୍ଲାକ ଅଧିନସ୍ଥ ନୂଆଗାଁ ବ୍ଲକ ଅନ୍ତର୍ଗତ ସାରଙ୍ଗଡ଼ ଗ୍ରାମପଞ୍ଚାୟତରେ କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା I ଜିଲ୍ଲା ପ୍ରଶାସନ ଓ ସ୍ଵାସ୍ଥ୍ୟ ସମିତିର ମିଳିତ ଭାବେ ପଞ୍ଚାୟତର ବିଭିନ୍ନ ଅଞ୍ଚଳ ବୁଲି କରୋନା ସଚେତନ କରିଥିଲେ I ହାତରେ ସଚେତନତାର ବାର୍ତ୍ତା ଥିବା ପ୍ଲାକାର୍ଡ ସହ ବ୍ୟାନର ଧରି ସ୍ଲୋଗାନ ଦେଇ ସଚେତନ କରିଥିଲେ I ସରକାରଙ୍କ କୋଭିଡ଼-୧୯ ନିୟମକୁ ମାନିବା ପାଇଁ ପରାମର୍ଶ ଦେଇଥଲେ I ଘରୁ ବାହାରକୁ ବାହାରିଲେ ସର୍ବଦା ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷାକରିବା, ସାନିଟାଇଜ ଦ୍ୱାରା ହାତ ସଫା ରଖିବା , ନିଜେ ସତର୍କ ରହିବା ସହ ଅନ୍ୟମାନଙ୍କୁ ସତର୍କ କରିବା ସଂପର୍କରେ ଲୋକଙ୍କୁ ବୁଝାଇଥିଲେ I ମା ପାଟଖଣ୍ଡା ପାଞ୍ଚ ବନ୍ଧୁ ସମାଜ, ସ୍ଵାସ୍ଥ୍ୟକର୍ମୀ, ସରକାରୀ କର୍ମଚାରୀଙ୍କ ସମେତ ଶିକ୍ଷକ ରାକେଶ କୋଠଦଳାଇ, ଡ଼ମୂରଧର ପାତ୍ର, ଦେବରାଜ ପାତ୍ର, ସହଦେବ ପାତ୍ର, ଜୟସେନ ପ୍ରଜାରୀ ପ୍ରମୁଖ ସହଯୋଗ କରିଥିଲେ I

Related news

Skip to toolbar