କନ୍ଧମାଳ ସନ୍ତାନ

Breaking News

ସାହାରା ଅନୁଷ୍ଠାନ ପକ୍ଷରୁ ଗଣମାଧ୍ୟମ ପ୍ରତିନିଧିଙ୍କୁ କରୋନା କିଟ ପ୍ରଦାନ….

କନ୍ଧମାଳ ସନ୍ତାନ(ବ୍ୟୁର): ସାରା ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇବା ପରେ ରାଜ୍ୟ ସରକାର କାର୍ଯ୍ୟରତ ସାମ୍ବାଦିକଙ୍କୁ ସମ୍ମୁଖ କରୋନା ଯୋଦ୍ଧା ଘୋଷଣା କରିବା ଦ୍ୱାରା ସାମ୍ବାଦିକ ମାନଙ୍କ ମନରେ ଏକ ଉତ୍ସାହ ଏବଂ ଉଦ୍ଧିପନା ସୃଷ୍ଟି ହୋଇଛି l ଅନ୍ୟପଟେ କରୋନା ସଂକ୍ରମଣର ଶିକାର ହୋଇ ଶହ ଶହ ସାମ୍ବାଦିକ ପ୍ରାଣତ୍ୟାଗ କରୁଥିବାର ଦୃଶ୍ୟ ସାମ୍ନାକୁ ଆସିଛି I ଏହି ପରି ଜଟିଳ ପରିସ୍ଥିତିରେ ସାମ୍ବାଦିକମାନଙ୍କୁ ଅନ୍ୟ ସ୍ଥାନକୁ ଯାଇ ଖବର ସଂଗ୍ରହ କରିବା କଷ୍ଟ ସାଧ୍ୟ ହେଉଛି l ଏସବୁକୁ ଦୃଷ୍ଟିରେ ରଖି ଆଜି ତୁମୁଡିବନ୍ଧ ସ୍ଥିତ ପୂର୍ତ୍ତବିଭାଗ ବଙ୍ଗଳା ଠାରେ ସାହାରା ଅନୁଷ୍ଠାନର ସମ୍ପାଦକ ସୁକାନ୍ତ ନାୟକ ଏବଂ ତୁମୁଡିବନ୍ଧ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରୀନା ପ୍ରଧାନଙ୍କ ଉପସ୍ଥିତିରେ ତୁମୁଡିବନ୍ଧ ବ୍ଲକରେ କାର୍ଯ୍ୟରତ ଥିବା ସମସ୍ତ ଆଗ ଧାଡିର ସାମ୍ବାଦିକମାନଙ୍କୁ କରୋନା ପ୍ରତିରୋଧକ କୀଟ୍ ଯଥା ,ଗ୍ଳୋବ୍ସ, ସାନିଟାଇଜର, ହେଣ୍ଡ୍ ୱାସ୍ ,ସାବୁନ ବଣ୍ଟନ କରା ଯାଇଛି l ତୁମୁଡିବନ୍ଧ ଗୋଷ୍ଠୀ ଉନ୍ନୟନ ଅଧିକାରୀ ନିଜର ବକ୍ତବ୍ୟ ଦ୍ୱାରା କାର୍ଯ୍ୟରତ ସାମ୍ବାଦିକମାନଙ୍କ ମନରେ ଉତ୍ସାହ ଏବଂ ଆଗ୍ରହ ସୃଷ୍ଟି କରିଥିଲେ l ଏହି ଅବସରରେ କନ୍ଧମାଳ ଜିଲ୍ଲା ଉତ୍କଳ ସାମ୍ବାଦିକ ସଙ୍ଘର ସଭାପତି ସନ୍ତୋଷ କୁମାର ଦାସ, ତୁମୁଡିବନ୍ଧ ପ୍ରେସ କ୍ଲବ୍ର ସଭାପତି ପଵିତ୍ର ଦିଗାଲ, ବରିଷ୍ଠ ସାମ୍ବାଦିକ ବିପ୍ର ମାନସେଠ, ପ୍ରବୀଣ ପଟ୍ଟନାୟକ, ଦୀପକ ପରାସେଠ, ଅଜିତ କୁମାର ଦିଗାଲ, ସାମୁଏଲ ନାୟକ, ଧର୍ମପଦ ନାୟକ, ସିମାଞ୍ଚଳ ସାହୁ, ପ୍ରଳୟ ରାୟ ନାୟକ, ସଚି ସାହୁ ପ୍ରମୁଖ ଉପସ୍ଥିତ ଥିଲେ I

Related news

Skip to toolbar