କନ୍ଧମାଳ ସନ୍ତାନ

Breaking News

୧୦ ଫୁଟ ଖାତକୁ ଖସିଲା ପରିବ ବିକାଳିଙ୍କ ବାଇକ, ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତିଲେ ପରିବା ବେପାରୀ….

କନ୍ଧମାଳ ସନ୍ତାନ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଦାରିଙ୍ଗବାଡ଼ି ବ୍ଲକର ସିକର ମାହା ଘଟିରେ ଏକ ବାଇକ ୧୦ ଫୁଟ ଖାତକୁ ଖସି ଦୁର୍ଘଟଣା ଗ୍ରସ୍ଥ ହୋଇଛି I ସଟ୍ ଡାଉନରେ ସୋରଡ଼ା ଥାନା ଅନ୍ତର୍ଗତ ରଙ୍ଗାବାଲି ଗ୍ରାମର ପ୍ରତାପ ଗୌଡ଼ (୫୫) ଦାରିଙ୍ଗବାଡ଼ି ବ୍ଳକ ଅଞ୍ଚଳରେ ଏକ ମଟର ସାଇକେଲରେ ପରିବା ବୋଝେଇ କରି ଗାଁ ଗାଁ ବୁଲି ପରିବା ବିକ୍ରି କରନ୍ତି I ଆଜି ମଧ୍ୟ ବ୍ଳକର ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ବିକ୍ରି କରିବା ପାଇଁ ସକାଳୁ ଯାଇଥିଲେ I ଏହି ସମୟରେ ସିକରମାହା ଘାଟିରେ କୋୖଣସି କାରଣରୁ ମଟର ସାଇକେଲ ଭାରସାମ୍ୟ ହରାଇ ଦୁର୍ଘଟଣାର ଶିକାର ହୋଇ ଥିଲେ I ମୋଟର ସାଇକେଲ ସହ ଘାଟିର ପ୍ରାୟ ଦଶ ଫୁଟ ତଳେ ପଡ଼ି ଯାଇ ଗୁରୁତର ହୋଇଥିଲେ । ଏହି ଘଟଣା ଘଟିବା ଜାଣି ପାରି କିଛି ଲୋକ ୧୦୮ଆମ୍ବୁଲାନ୍ସକୁ ଖବର ଦେଇଥିଲେ ଇ ଖବର ପାଇ  ୧୦୮ ଆମ୍ବୁଲାନ୍ସ ଘଟଣା ସ୍ଥଳରେ ପହଞ୍ଚି ପରିବା ବେପାରି ପ୍ରତାପ ଗୋୖଡ଼ଙ୍କୁ  ଉଦ୍ଧାର କରି ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ I ଡାକ୍ତର ପ୍ରାଥମିକ ଚିକିତ୍ସା ପରେ ସ୍ୱାସ୍ଥ୍ୟ ବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରିଥିବା ଜଣାପଡ଼ିଛି ।

Related news

Skip to toolbar