କନ୍ଧମାଳ ସନ୍ତାନ

Breaking News

ଗୃହପାଳିତ ପଶୁଙ୍କୁ କାବୁ କରିବା ପାଇଁ ନିର୍ଦ୍ଧେଶ ଦେଲା ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ…

କନ୍ଧମାଳ ସନ୍ତାନ(ବ୍ୟୁର): ଗୃହ ପାଳିତ ପଶୁଙ୍କୁ କାବୁ କରିବା ପାଇଁ ପରିଷଦର ବାସୀନ୍ଧାଙ୍କୁ ନିର୍ଦ୍ଧେଶ ଦେଇଛି ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ I ଏନେଇ ପରିଷଦ ପକ୍ଷରୁ ଏକ ବିଜ୍ଞପ୍ତି ଜାରୀ କରାଯିବା ସହ ଡାକବାଜି ଯନ୍ତ୍ର ମାଧ୍ୟମ ସହରର ଗଳି ଗଳିରେ ମଧ୍ୟ ପ୍ରଚାର କରାଯାଇଛି I ସୋମବାର ଠାରୁ ବୁଧବାର ପର୍ଯ୍ୟନ୍ତ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଅଞ୍ଚଳ ବାସୀଙ୍କୁ ସମୟ ଦିଆଯାଇଛି I ଗୃହପାଳିତ ପଶୁ ରାସ୍ତା ଘାଟ ଏବଂ ସହର ମୁଖ୍ୟ ରାସ୍ତାରେ ରହୁ ଥିବାରୁ ଦୁର୍ଘଟଣା ଘଟିବା ସହ ରାସ୍ତାରେ ମଳ ତ୍ୟାଗ କରିବା ଦ୍ୱାରା ପରିବେଶ ଅପରିଷ୍କାର ହେଉଛି I ଜନଜୀବନକୁ ସୁରକ୍ଷା ଦେବା ସହ ପରିବେଶ ସ୍ୱଚ୍ଚ ରଖିବା ପାଇଁ ଏହି କଠୋର ପଦକ୍ଷେପ ଗ୍ରହଣ କରାଯାଇ ଥିବା କାର୍ଯ୍ୟନିର୍ବାହୀ ଅଧିକାରୀ ଓସଏସ ଜନ୍ମେଜୟ ସାହୁ ସୂଚନା ଦେଇଛନ୍ତି I ଘୁ.ଉଦୟଗିରିର ଜନସାଧାରଣ ଗାଇଗରୁ ପାଳନ କରି ରକ୍ଷଣାବେକ୍ଷଣ ନ କରି ସହର ମଧ୍ୟରେ ଛାଡ଼ି ଦେଉ ଥିଲେ I ଏହା ବର୍ଷ ବର୍ଷ ଧରି ଚାଲୁ ରହି ଥିଲା I ଯାହା ପାଇଁ ଗାଇଗରୁ ମୁଖ୍ୟ ରାସ୍ତାରେ ଆଡ୍ଡା ଜମାଇବା ଦ୍ୱାରା ଅନେକ ସମୟରେ ଦୁର୍ଘଟଣା ମଧ୍ୟ ଘଟୁ ଥିବାର ଦେଖା ଦେଇ ଥିଲା I କିନ୍ତୁ ଗୃହପାଳିତ ପଶୁଙ୍କ ମାଲିକ ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଏହାକୁ ଗୁରୁତ୍ୱ ଦିଆଯାଉ ନ ଥିଲା I ଯାହା ପାଇଁ ବୁଲା ଗାଇଗରୁ ରାସ୍ତା, ଦୋକାନ ସମୁଖ ଏବଂ ମୁଖ୍ୟ ଛକ ଗୁଡ଼ିକରେ ରହି ମଳତ୍ୟାଗ କରିବା ଦ୍ୱାରା ପରିବେଶ ଅପରିଷ୍କାର ହେଉ ଥିବାର ମଧ୍ୟ ଦେଖା ଦେଇଛି I କିନ୍ତୁ ଏଥି ପ୍ରତି ଗୃହପାଳିତ ଗାଇଗରୁଙ୍କ ମାଲିକମାନେ କୌଣସି ପ୍ରକାର ଗୁରୁତ୍ୱ ଦେଉନ ଥିଲେ I ଯାହାକୁ ଗୁରୁତର ସହ ଗ୍ରହଣ କରିଛନ୍ତି ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ I ଅଞ୍ଚଳ ବାସୀଙ୍କ ପକ୍ଷରୁ କାର୍ଯ୍ୟନିର୍ବାହୀ ଅଧିକରୀଙ୍କ ଏହି ପଦକ୍ଷେପକୁ ପ୍ରଶଂସା କରାଯାଇଛି I କିଛି ବର୍ଷ ପୂର୍ବେ ବିଜ୍ଞାପିତ ଅଞ୍ଚଳ ପରିଷଦରେ ବୁଲା ଗାଇଗରୁଙ୍କୁ କାବୁ କରିବା ପାଇଁ ବିଜ୍ଞାପିତ ଅଞ୍ଚଳ ପରିଷଦ ପାର୍ଶ୍ୱରେ କାଞ୍ଜିଆହୁଦା ନିର୍ମାଣ କରାଯାଇଥିଲା I ହେଲେ ତାହା ବର୍ତ୍ତମାନ ଉଭାନ ହୋଇ ଯାଇଛି I ବର୍ଷ ବର୍ଷ ଧରି ବୁଲା ଗାଇଗରୁଙ୍କୁ କାବୁ କରିବା ପାଇଁ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନ ଥିଲା I ଯାହା ପାଇଁ ମାଲିକମାନେ ଗୃହ ପାଳିତ ଗାଇଗରୁଙ୍କ ଯତ୍ନରେ ନ ରଖି ଖୁଲମଖୁଲା ଛାଡ଼ି ଦେଉ ଥିଲେ I ଯାହାରି ଫଳରେ ଏହି ଗୃହପାଳିତ ପଶୁ ସହର ମଧ୍ୟରେ ଉତ୍ପାତ କରୁ ଥିବାର ଦେଖା ଦେଇଛି I ଅନେକ ସମୟରେ ଛୋଟ ଛୋଟ ଛାତ୍ରଛାତ୍ରୀ ବୁଲା କୁକୁର ଏବଂ ବୁଲା ଗାଇଗରୁ ଙ୍କ ଆକ୍ରମଣ ର ଶିକାର ମଧ୍ୟ ହୋଇ ଥିବାର ଦେଖା ଦେଇଛି I ଯାହାକୁ କି ଗୁରୁତର ସହ ଗ୍ରହଣ କରିଛି ଘୁ. ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ I ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଦିଆଯାଇ ଥିବା ନିର୍ଦ୍ଧେଶକୁ କୌଣସି ଗୃହପାଳିତ ପ୍ରାଣୀଙ୍କ ମାଲିକ ଉଲଂଘନ କରନ୍ତି ତାହା ହେଲେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଜ୍ଞାପିତ ଅଞ୍ଚଳ ପକ୍ଷରୁ ଚେତାବନୀ ଦିଆଯାଇଛି I

Related news

Skip to toolbar