କନ୍ଧମାଳ ସନ୍ତାନ

Breaking News

ଫୁଲବାଣୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସାପ କାମୁଡ଼ା ଇଞ୍ଜେକ୍ସନ ନ ମିଳିବାରୁ ଚାଲିଗଲା ୮ ବର୍ଷର ଶିଶୁ ଜୀବନ….

କନ୍ଧମାଳ ସନ୍ତାନ(ବ୍ୟୁର): କନ୍ଧମାଳ ଜିଲ୍ଲାର ଚକାପାଦ ବ୍ଲକ ଅଧିନସ୍ଥ ଚକାପାଦ ପଞ୍ଚାୟତର ରଣଗାଁରେ ଏକ ଦୁଃଖଦ ଘଟଣା ଘଟିଛି I ଗତକାଲି ବିଳମ୍ବିତ ରାତ୍ରିରେ ସାପ କାମୁଡ଼ାରେ ୮ ବର୍ଷର ଶିଶୁର ମୃତ୍ୟୁ ଘଟି ଥିବା ସୂଚନା ମିଳିଛି I ମୃତ ନାବାଳକ ଜଣକ ହେଲେ ସୁମନ ଗଣ୍ଡାଙ୍କ ପୁଅ ଆଜାଦ ଗଣ୍ଡା I ମୃତ୍ୟୁ ଶିଶୁର ମାଁଙ୍କ କହିବା ଅନୁଯାୟୀ ରାତି ଶୋଇଥିବା ବେଳେ ବିଳମ୍ବିତ ରାତ୍ରୀ ସମୟ ୧୨ ଟାରୁ ଗୋଟାଏ ମଧ୍ୟରେ ଶିଶୁକୁ ବିଷାକ୍ତ ସାପ କାମୁଡ଼ି ଥିଲା I ଶିଶୁଟି ଛଟପଟ ହୋଇ କାନ୍ଦିବାରୁ ସମସ୍ତେ ଉଠି ଦେଖିଥିଲେ I ସାପଟି ସେଠାରୁ ପଳାଇ ଯାଇ ଥିଲା I ପରିବର ଲୋକ ଶିଶୁକୁ ସାଙ୍ଗେ ସାଙ୍ଗେ ବ୍ରାହ୍ମଣ ପାଦ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ନେଇ ଥିଲେ I ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ଡାକ୍ତର ସେଠାରୁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିଲେ I ଫୁଲବାଣୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଶିଶୁକୁ ଆଡମିଟ କରିଥିଲେ ପରିବାର ଲୋକ I

ଡାକ୍ତର ଦେଖି ସାପ କାମୁଡ଼ା ଇଞ୍ଜେକ୍ସନ କିଣି ଆଣିବାକୁ ପରିବାର ଲୋକଙ୍କୁ କହିଲେ I କିନ୍ତୁ ଦୁଃଖର କଥା କୌଣସି ଜାଗାରୁ ଏହି ଇଞ୍ଜେକ୍ସନ ମିଳିନ ଥିଲା କି ଡାକ୍ତର ଖାନାରେ ମଧ୍ୟ ଉପଲବ୍ଧ ନ ଥିଲା I ଶେଷରେ ଇଞ୍ଜେକ୍ସନ ନ ମିଳିବାରୁ ଯୋଗୁଁ ଶିଶୁର ଜୀବନ ଚାଲି ଯାଇ ଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି I

Related news

Skip to toolbar