କନ୍ଧମାଳ ସନ୍ତାନ

Breaking News

ନିଖିଳ ଉତ୍କଳ ଚତୁର୍ଥ ଶ୍ରେଣୀ କର୍ମଚାରୀ ସଭାପତି ପାର୍ଥବ ନାୟକଙ୍କ ବିୟୋଗରେ ଶୋକ ସଭା…..

କନ୍ଧମାଳ ସନ୍ତାନ(ବ୍ୟୁର): କନ୍ଧମାଳ ଜିଲ୍ଲା ଚତୁର୍ଥ ଶ୍ରେଣୀ କର୍ମଚାରୀ ପାର୍ଥବ ନାୟକଙ୍କ ବିୟୋଗରେ ନିଖିଳ ଉତ୍କଳ ଚତୁର୍ଥ ଶ୍ରେଣୀ କର୍ମଚାରୀ ସଂଘ ପକ୍ଷରୁ ବାଲିଗୁଡ଼ା ସ୍ଥିତ ମା ବରାଳ ଦେବୀ ମନ୍ଦିର ପ୍ରାଙ୍ଗଣରେ ସଂଘ ପକ୍ଷରୁ ଶୋକ ସଭା ଅନୁଷ୍ଠିତ ହୋଯାଇଅଛି l ସ୍ୱର୍ଗତ ପାର୍ଥବ ନାୟକଙ୍କ ଅମର ଆତ୍ମାର ସଦ୍ ଗତି ପାଇଁ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇ ଥିଲା l ଗତ ତିନି ତାରିଖ ଦିନ ସ୍ୱର୍ଗତ ସଭାପତି ପାର୍ଥବ ନାୟକ ମୃତ୍ୟୁ ବରଣ କରିଥିଲେ ଏନେଇ ସଂଘ ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଥିଲେ I ସେ ଏକାଧାରରେ ସେ ଜଣେ ଆଗଧାଡିର ସଂଗଠକ ମିଷ୍ଟ୍ ଭାଷୀ ପରୋପକାରୀ ଥିଲେ I ଗତ 2014ମସିହା ଠାରୁ ସଂଘ ପାଇଁ କାମ କରୁଥିଲେ I ତାଙ୍କ ବିୟୋଗ ସଂଘ ପାଇଁ ଅପୁରଣୀୟ କ୍ଷତି ହେଲା ବୋଲି ସଂଘର ପଦାଧିକାରୀ ଓ ସଦସ୍ୟ ଗଣ ମର୍ମାହତ ହୋଇପଡିଛନ୍ତି I ଏହା ବ୍ୟତୀତ ସେ ଜଣେ ଦକ୍ଷ ମଞ୍ଚ କଳାକାର ମଧ୍ୟ ଥିଲେ I ଆୟୋଜିତ ଶୋକ ସଭାରେ ସମ୍ପାଦକ ବିନୋଦ କୁମାର ପଟ୍ଟାୟକ କୋଷାଧ୍ୟକ୍ଷ ନାରାୟଣ ପ୍ରଧାନି ସହ ସମ୍ପାଦକ ଶିଶିର କୁମାର ପରିଡ଼ା, ପୂର୍ବତନ ଉପସଭାପତି ସୁରଥ ପାଣଗ୍ରାହୀ, ଜିଲ୍ଲା ସଭ୍ୟ ଦିଲ୍ଲୀପ କୁମାର ଦିଗାଲ, ସଭ୍ୟ ଆକବର ଚାନ୍ଦ ସମେତ ସମସ୍ତ ସଦସ୍ୟମାନେ ଉପସ୍ଥିତି ଥିଲେ I ସଂଘର ଉପସଭାପତି ସନ୍ତୋଷ କୁମାର ନନ୍ଦଙ୍କ ନେତୃତ୍ବରେ କାର୍ଯ୍ୟକ୍ରମ ପରିଚାଳନା ହୋଇଥିଲା I

Related news

Skip to toolbar