କନ୍ଧମାଳ ସନ୍ତାନ

Breaking News

ପେଟ୍ରୋଲ-ଡିଜେଲର ଦର ବୃଦ୍ଧି ପ୍ରତିବାଦରେ ଦାରିଙ୍ଗବାଡ଼ି ବ୍ଲକ କଂଗ୍ରେସ ପକ୍ଷରୁ ବିକ୍ଷୋଭ…

କନ୍ଧମାଳ ସନ୍ତାନ(ବ୍ୟୁର): କରୋନାର ୨ୟ ଲହର ସାରା ଦେଶକୁ କବଳିତ କରିଥିବା ସମୟରେ କେନ୍ଦ୍ରର ମୋଦୀ ସରକାର ଲଗାତାର ଭାବେ ପେଟ୍ରୋଲ ଓ ଡିଜେଲର ଦରବୃଦ୍ଧି କରିବାରେ ଲାଗିଛନ୍ତି I ଦେଶର କେତେକ ଅଂଚଳରେ ପେଟ୍ରୋଲ ଓ ଡିଜେଲର ଦର ଲିଟର ପ୍ରତି ୧୦୦ ଟଙ୍କା ପାର ହୋଇଛି I ଫଳରେ ଜନସାଧାରଣଙ୍କୁ ଏହା ଅତ୍ୟନ୍ତ ପ୍ରଭାବିତ କରିଛି ଦାରିଙ୍ଗବାଡ଼ି ବ୍ଲକ କଂଗ୍ରେସ ପକ୍ଷରୁ ପ୍ରକାଶ କରାଯାଇଛି I ଯାହା ପାଇଁ ଘରୋଇ ସାମଗ୍ରୀ ଓ ନିତ୍ୟ ବ୍ୟବହୃତ ଖାଦ୍ୟ ସାମଗ୍ରୀର ଦର ଆକାଶଛୁଆଁ ହୋଇଛି I ପ୍ରଦେଶ କଂଗ୍ରେସ କମିଟିର ଆହ୍ୱାନରେ ଦାରିଙ୍ଗବାଡି ବ୍ଲକ କଂଗ୍ରେସ କମିଟି ପକ୍ଷରୁ ବ୍ଲକରେ ଥିବା ଦୁଇଟି ପେଟ୍ରୋଲ ପମ୍ପ ସାମ୍ନାରେ କଂଗ୍ରେସ ଦଳ ପକ୍ଷରୁ ଆଜି ଅର୍ଥାତ ୧୧ ତାରିଖରେ ପୂର୍ବାହ୍ନ ୭ ଟାରୁ ୧୧ ଘଣ୍ଟିକା ପର୍ଯ୍ୟନ୍ତ ସାଙ୍କେତିକ ଭାବେ ଧାରଣ ଓ ବିକ୍ଷୋଭ କାର୍ଯ୍ୟକ୍ରମ କରାଯାଇଛି I ବ୍ଲକ ଅଧ୍ୟକ୍ଷାଙ୍କ ନେତୃତ୍ୱରେ ଦୁଇଟି ପେଟ୍ରୋଲ ଟାଙ୍କି ସମ୍ମୁଖରେ ଧାରଣା ଦେଇଥିଲେ I ଏହି ବିକ୍ଷୋଭର ବ୍ଲକ ସଭାପତି ପ୍ରଦିପ ନାୟକ ମଧ୍ୟ ନେତୃତ୍ୱ ନେଇଥିଲେ I ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ କଂଗ୍ରେସ କର୍ମୀ ସୁରେନ୍ଦ୍ର ସାହୁ, ବ୍ଲକ କଂଗ୍ରେସ ସମ୍ପାଦକ ଶରତ ଚନ୍ଦ୍ର ପ୍ରଧାନ, ଜିଲ୍ଲା ପରିଷଦ ସଦସ୍ୟା ସଂଧ୍ୟାରଣୀ ପ୍ରଧାନ, କାଳାମଣି ପାତ୍ର ଜିଲ୍ଲା କଂଗ୍ରେସ ସେକ୍ରେଟାରୀ, ବିଦ୍ୟାଧର ମଳିକ, ରାଜନ ପ୍ରଧାନ, ଅମୂଲ୍ୟ ନାୟକ, ଜର୍ଣ୍ଣାଲ ନାୟକ, ବକ ନାୟକ, ଶିଶିର ସୁନାମାଝୀ , ଶରତ ଚନ୍ଦ୍ର ପ୍ରଧାନ, ଚିତୁନ ନାୟକ ପ୍ରମୁଖ ଯୋଗଦେଇଥିଲେ I ୧୩ ମାସ ମଧ୍ୟରେ ପେଟ୍ରୋଲ ଲିଟର ପ୍ରତି ୨୫.୭୨ ଓ ଡିଜେଲ ୨୩.୯୩ ଟଙ୍କା କେନ୍ଦ୍ର ସରକାର ବଢ଼ାଇଥିଲା ବେଳେ ଗତ ୫ମାସ ମଧ୍ୟରେ ୪୩ ଥର ଦର ବୃଦ୍ଧି ଅତ୍ୟନ୍ତ ଦୁର୍ଭାଗ୍ୟଜନକ I ସରକାର ଟିକସ ବୃଦ୍ଧିର ବାହାନାରେ ମହାମାରୀ ସମୟରେ ଲୋକଙ୍କଠାରୁ ଲୁଟୁଛନ୍ତି ବୋଲି କଂଗ୍ରେସ ବ୍ଲକ ଅଧ୍ୟକ୍ଷା ରୁଦା ମଳିକ ଅଭିଯୋଗ କରିଛନ୍ତି I ତୁରନ୍ତ ତୈଳଯାତ ଦ୍ରବ୍ୟ ଉଭୟ ପେଟ୍ରୋଲ ଓ ଡିଜେଲ ଦର ହ୍ରାସ କରିବା ଦାବିରେ ଅଖିଳ ଭାରତ କଂଗ୍ରେସ କମିଟିର ନିର୍ଦ୍ଦେଶରେ ଆଜି ବ୍ଲକର ସମସ୍ତ ପେଟ୍ରୋଲ ପମ୍ପ ଆଗରେ କଂଗ୍ରେସ ଦଳ ତରଫରୁ ସାଂକେତିକ ଧାରଣା ଓ ବିକ୍ଷୋଭ କରାଯାଇଥିଲା I

Related news

Skip to toolbar