କନ୍ଧମାଳ ସନ୍ତାନ

Breaking News

ଘୁ.ଉଦୟଗିରି ବିଧାୟକଙ୍କ ଦ୍ୱାରା ଆଶା କର୍ମୀଙ୍କୁ ପିପି କିଟ, ମାସ୍କ ଏବଂ ସାନିଟାଇଜର ବଣ୍ଟନ…ର

କନ୍ଧମାଳ ସନ୍ତାନ(ବ୍ୟୁର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ବୁଧବାର ଦନ ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ରାଇକିଆ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ, କରୋନା ଯୋଦ୍ଧା ଆଶା କର୍ମୀ ମାନଙ୍କୁ ଡ଼ ଅମିୟ କାନ୍ତ ଗିରିଙ୍କ ଉପସ୍ଥିତି ରେ ପ୍ରାୟ ୨୨ଗୋଟି ପିପିଇ କୀଟ ସହ ମାସ୍କ ଓ ସାନିଟାଇଜ଼ଏର ବଣ୍ଟନ କରିଛନ୍ତି I
ସୂଚନା ଅନୁଯାୟୀ ଆଗଧାଡିର କରୋନା ଯୋଦ୍ଧା ଆଶା କର୍ମୀମାନେ ଘରଘର ବୁଲି ନିଜ ଜିବନକୁ ବାଜିରେ ଲଗାଇ ଲୋକଙ୍କ ସ୍ଵାସ୍ଥ୍ୟ ସେବା କରୁଛନ୍ତି I ଆଶା କର୍ମୀମାନେ କିପରି ସୁରକ୍ଷିତ ରହିବେ ଏନେଇ ବୁଧବାର ଦିନ ବିଧାୟକ ସାଲୁଗା ପ୍ରଧାନ ଆଶା କର୍ମୀ ମାନଙ୍କୁ ପିପିଇ ମାସ୍କ ସାନେଟାଇଜର ପ୍ରଦାନ କରିଛନ୍ତି I ଏହି କାର୍ଯ୍ୟକ୍ରମ ଘୁ.ଉଦୟଗିରି ନିର୍ବାଚନ ମଣ୍ଡଳୀରେ ସମସ୍ତ ଆଶା କର୍ମୀମାନଙ୍କୁ ଉତ୍ସାହିତ କରିବା ଏବଂ ଘର ଘର ବୁଲି ସ୍ୱାସ୍ଥ୍ୟ ସେବା କରୁଥିବା ସମୟରେ ନିଜକୁ ସୁରକ୍ଷିତ ରହିବା ପାଇଁ ସଚେତନ କରାଇଛନ୍ତି ବିଧାୟକ I ଏହି ପରି କାର୍ଯ୍ୟକ୍ରମ ଜି. ଉଦୟଗିରି ନିର୍ବାଚନ ମଣ୍ଡଳୀରେ ପ୍ରତ୍ୟକ ଆଶା କର୍ମୀ କରୋନା ଯୋଦ୍ଧା ମାନଙ୍କୁ ଉତ୍ସାହିତ କରିବା ସହ ପିପିଇ କୀଟ ବଣ୍ଟନ କରାଯିବ ବୋଲି ବିଧାୟକ ସାଲୁଗା ପ୍ରଧାନ ମତ ପ୍ରକାଶ କରିଛନ୍ତି I ଏହି କାର୍ଯ୍ୟକ୍ରମରେ ବିଧାୟକ ପ୍ରତିନିଧି ସୁଶୀଲ ଦିଗାଲ , ରାଇକିଆ ବିଜେଡି ବ୍ଲକ ସଭାପତି ରାଜମୋହନ ଦିଗାଲ, ବ୍ଳକ ଛାତ୍ର ସଭାପତି ରୋଷନ ନାୟକ, ମିଟୁ ପଣ୍ଡା, ସୁରଜ ନାୟକ, ତୁମ୍ଭେସର ପ୍ରଧାନ ଏବଂ ବହୁ ବିଜେଡି କର୍ମୀ ଉପସ୍ଥିତ ରହି ଥିଲେ I

Related news

Skip to toolbar