କନ୍ଧମାଳ ସନ୍ତାନ

Breaking News

ନିଶା ଦ୍ରବ୍ୟ ସେବନ କରୁଥିବା ଶିଶୁ ଏବଂ ପରିବାର ଲୋକଙ୍କୁ ସଚେତ କଲେ ଶିଶୁ ସୁରକ୍ଷା ସଚେତନ କର୍ମୀ …

କନ୍ଧମାଳ ସନ୍ତାନ(ବ୍ୟୁର): କୋଟଗଡ ହରିପୁରରେ କିଛି ଶିଶୁ ନିଶା ଦ୍ରବ୍ୟ ସେବନ କରୁଥିବାର ଭିଡ଼ିଓ ଭାଇରଲ ହୋଇ ଥିଲା I ଏହା ପରେ ଶିଶୁଙ୍କୁ ଓ ପରିବାର ଲୋକଙ୍କୁ ସଚେତନତା କରିବା ପାଇଁ ପହଁଚିଲେ ଜିଲ୍ଲା ଶିଶୁ ସୁରକ୍ଷା ସଚେତନ କର୍ମୀ I ଶିଶୁ ସୁରକ୍ଷା କାଉଁସେଲରଙ୍କ ସୂଚନା କ୍ରମେ ହରିପୁର ଗ୍ରାମର ୧୨ ଜଣ ନାବାଳକ ଶିଶୁ ବିଭିନ୍ନ ପ୍ରକାର ନିଶା ଦ୍ରବ୍ୟ ସେବନ କରୁଥିବାର ଭିଡ଼ିଓ ଦୃଶ୍ୟ ତାଙ୍କର ହସ୍ତଗତ ହୋଇଥିଲା I ତେଣୁ ହରିପୁର ଗ୍ରାମକୁ ଆସି ଉକ୍ତ ପିଲାଙ୍କ ପରିବାର ଓ ଗ୍ରାମ ଲୋକଙ୍କୁ ବୁଝାସୁଝା କରିବା ସହ ଶିଶୁକୁ ନିଶା ଦ୍ରବ୍ୟ ଦେଉଥିବା ଦୋକାନୀ କିମ୍ବା ସାଧାରଣ ଲୋକଙ୍କ ବିରୁଦ୍ଧରେ ହେଉଥିବା ଆଇନ ପ୍ରାବଧାନ ସମ୍ପର୍କରେ ସୂଚନା ଦେଇ ଥିଲେ I ଜିଲ୍ଲା ଶିଶୁ ସୁରକ୍ଷା କର୍ମୀ ଏହା ସରକାରୀ ନିୟମକୁ ସମସ୍ତେ ବୁଝିଥିବା ମଧ୍ୟ ଜଣାଇଛନ୍ତି I ଘଟଣାର ଭିଡିଓ ଶିଶୁ ସୁରକ୍ଷା ଆଇନର ବିରୋଧ ହେଉଥିବାରୁ ଗୋପନୀୟତା ନୀତି ଆପଣେଇଛୁ ବୋଲି ମଧ୍ୟ ପ୍ରକାଶ କରିଛନ୍ତି I

Related news

Skip to toolbar