କନ୍ଧମାଳ ସନ୍ତାନ

Breaking News

ବରିଷ୍ଠ ଆଇନଜୀବୀ ଶରତ ଚନ୍ଦ୍ର ଭୋଇଙ୍କ ପରଲୋକ, ଘୁ. ଉଦୟଗିରି ଅଞ୍ଚଳରେ ଶୋକର ଛାୟା…

କନ୍ଧମାଳ ସନ୍ତାନ(ବ୍ୟୁର): ଜି.ଉଦୟଗିରିର ବରିଷ୍ଠ ଆଇନଯିବି ଶ୍ରୀ ଶରତ ଚନ୍ଦ୍ର ଭୋଇଙ୍କ କଟକ ସ୍ଥିତ ଷ୍ଟାର ହସପିଟାଲରେ ଦେହାନ୍ତ ଘଟିଛି I କରନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉ ଥିବା ଅବସ୍ଥାରେ ହୃଦଘାତରେ ପରଲୋକ ହୋଇଯାଇଛି I ତାଙ୍କର ମୃତ୍ୟୁ ବେଳକୁ ୬୯ବର୍ଷ ହୋଇଥିବା ଜଣାପଡିଛି I ସେ ଜି.ଉଦୟଗିରି କୋର୍ଟରେ ଆଇନଜୀବୀ ଭାବରେ କାର୍ଯ୍ୟ ଆରମ୍ବ କରି ପରବର୍ତ୍ତୀ ସମୟରେ ସରକାରୀ ଓକିଲ ଏବଂ ବିଚାରପତି ମଧ୍ୟ ରହିଥିଲେ I ତାଙ୍କର ଶେଷକୃତ୍ୟ କଟକ ସ୍ଥିତ ସତିଚୌରା ସ୍ମଶାନରେ କରାଯାଇଥିବା ଜଣାପଡିଛି I ତାଙ୍କର ଜୈଷ୍ଠ ପୁତ୍ର ଅମିତ କୁମାର ଭୋଇ ମୁଖାଗ୍ମି ଦେଇଥିଲେ I ଶ୍ରୀ ଭୋଇଙ୍କ ଅନ୍ତେଷ୍ଟିକ୍ରଆ କଟକ ମୁନୁଷିପାଲଟି ଦ୍ବାରା ସଂପାଦନା କରିଥିବା ବେଳେ କର୍ମଚାରି ଉପସ୍ଥିତି ଥିବା ସହ ତାଙ୍କ ସ୍ତ୍ରୀ ଆଡଭକେଟ ବିଜିୟଲକ୍ଷି ଭୋଇ, ବଡପୁଅ ଅମିତ କୁମାର ଭୋଇ ଏବଂ ପରିବାରର ସଦସ୍ୟ ଉପସ୍ଥତ ଥିଲେ I ଶ୍ରୀ ଭୋଇଙ୍କ ମୃତ୍ୟୁରେ ଜି.ଉଦୟଗିରି ଓକିଲ ସଂଘ ଗଭିର ଦୁଃଖବ୍ୟକ୍ତ କରିଛନ୍ତି I ଏହା ସହ ଅଞ୍ଚଳରେ ମଧ୍ୟ ଜଣେ ପୂରୁଖା ଆଇନଯିବିଙ୍କୁ ହରାଇବା ମତପ୍ରକାଶ ପାଇଛି I ସେ ଜଣେ ଉତ୍ତମ ସ୍ବାଭାବ ଏବଂ ପରଉପକାରି ବ୍ୟକ୍ତି ଥିଲେ I ବରିଷ୍ଠ ଆଇନଜୀବୀ ଶ୍ରୀ ଭୋଇଙ୍କ ବିୟୋଗର ଖବର ପ୍ରସାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି I

Related news

Skip to toolbar