କନ୍ଧମାଳ ସନ୍ତାନ

Breaking News

ସ୍ବେଚ୍ଛାସେବୀ ସଂସ୍ଥା ଜନବିକାଶ ଦ୍ୱାରା ସାରଙ୍ଗଗଡ ଠାରେ କରୋନା ସଚେତନତା କାର୍ଯ୍ୟକ୍ରମ, ଟୀକା ନେଲେ ୧୨୦ ଜଣ ପୁରୁଷ ଏବଂ ମହିଳା…

କନ୍ଧମାଳ ସନ୍ତାନ(ବ୍ୟୁର): ଜନ ବିକାଶ ସ୍ବେଛାସେବୀ ଅନୁଷ୍ଠାନ ଦ୍ଵାରା ଆଜି କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଲକର ସାରଂଗଡ ଗ୍ରାମପଂଚୟତ ଠାରେ କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି I ଏହି କାର୍ଯ୍ୟକ୍ରମରେ କନ୍ଧମାଳ ଜିଲ୍ଲାପାଳ ଡ.ବୃନ୍ଦା ଡି, ଉପଜିଲ୍ଲାପାଳ ଡ.ସୁଭଙ୍କର ମହାପାତ୍ର, କ.ନୂଆଗାଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶରତ କୁମାର ପାତ୍ର, ସି.ଡି.ପି.ଓ ଦ୍ରୌପତି କହଁର ଡ.କରିସ୍ମା ନାୟକ ଓ ଜନ ବିକାଶ ନିର୍ଦେଶକ ମଦନ ସୁଆଲ ସିଂ ପ୍ରମୁଖ ଯୋଗ ଦେଇଥିଲେ I

ଉପସ୍ଥିତ ଅତିଥି ଜନ ବିକାଶ କର୍ମୀମାନଙ୍କ ସହିତ ମିଶି ସାରଙ୍ଗଗଡ ଗ୍ରାମ ପଞ୍ଚାୟତରେ ଥିବା ସାହିକୁ ସାହି ବୁଲି ୪୫ବର୍ଷରୁ ଉର୍ଦ୍ଧ ପୁରୁଷ ଏବଂ ମହିଳାଙ୍କୁ ଡାକି କରୋନା ଟୀକା ନେବାପାଇଁ ବୁଝାଇ ଥିଲେ I ସଚେତନତା ପରେ ସାରଙ୍ଗଗଡ଼ ଅଞ୍ଚଳର ପ୍ରାୟ ୧୨୦ ଜଣ ପୁରୁଷ ଏବଂ ମହିଳା ଟୀକା ଗ୍ରହଣ କରିଥିଲେ I ଏହା ସହ ଜନ ବିକାଶ ଅନୁଷ୍ଠାନ ତରଫରୁ ସାବୁନ, ମାସ୍କ, ସାନିଟାଇଜର ଇତ୍ୟାଦି ଲୋକମାନକୁ ବଣ୍ଟନ କରାଯାଇଥିଲା I ସ୍ବେଚ୍ଛାସେବୀ ସଂସ୍ଥା ଜନବିକାଶର ଏହି ସଚେତନତା କାର୍ଯ୍ୟକ୍ରମକୁ ଅଞ୍ଚଳ ବାସୀ ବେଶ ପ୍ରଶଂସା କରିଛନ୍ତି I ଜନବିକାଶ ସ୍ବେଚ୍ଛାସେବୀ ସଂସ୍ଥା ଦ୍ୱରା ଜିଲ୍ଲାର ବିଭିନ୍ନ ସ୍ଥାନରେ କରୋନା ସଚେତନତା କାର୍ଯ୍ୟକ୍ରମ କରାଯାଉଛି I ଯାହାକି ଅତ୍ୟନ୍ତ ସ୍ୱାଗତ ଯୋଗ୍ୟ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି I

Related news

Skip to toolbar