କନ୍ଧମାଳ ସନ୍ତାନ

Breaking News

ତହସିଲଦାର/ ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ଦ୍ୱାରା ସଫେଇ କାର୍ଯ୍ୟକ୍ରମ…

କନ୍ଧମାଳ ସନ୍ତାନ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧୀନସ୍ଥ ଘୁ.ଉଦୟଗିରି ତହସିଲଦାର ଭାବରେ ଓଏଏସ ଜନ୍ମେଜୟ ସାହୁ ଯୋଗ ଦେବାର କିଛି କିଛିଦିନ ପରେ ପୁଣି ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବରେ ଦାଇତ୍ୱ ଭାର ଗ୍ରହଣ କରିଥିଲେ I ତହସିଲଦାର ଭାବରେ ଯୋଗ ଦେବା ପରେ କରୋନା ମହାମାରୀ ସଂକ୍ରମଣକୁ ରୋକିବା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରି ବେଶ ଚର୍ଚ୍ଚାକୁ ଆସି ଥିଲେ I
ଆଜି ତହସିଲଦାର/ ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଓଏଏସ ଜନ୍ମେଜୟ ସାହୁଙ୍କ ଦ୍ୱାରା ସ୍ଵଛ ଭାରତ ଅଭିଯାନ କାର୍ଯ୍ୟ କ୍ରମ ସହର ମଧ୍ୟରେ କରାଯାଇଛି I ଘୁ.ଉଦୟଗିରି ସହରକୁ ସରସ ସୁନ୍ଦର କରିବା ପାଇଁ ନୂତନ କୋର୍ଟ ସାମନାରେ ଥିବା ଲଟାବୁଦା ସଫା କରାଯାଇଛି I ଏହା ସହ ସ୍ୱୟଂ ସହାୟକ ଗୃହ ଏବଂ ମାର୍କେଟ କମ୍ପ୍ଲେକ୍ସ ମଧ୍ୟ ଭାଗରେ ଥିବା ପରିତ୍ୟକ୍ତ ଘରକୁ ମଧ୍ୟ ଜେସିବି ସାହାଯ୍ୟରେ ସଫେଇ କରାଯାଇଛି I ଲଟା ବୁଦା ଏବଂ ପରିତ୍ୟକ୍ତ ଘର ରହିବା ଦ୍ୱାରା କୋର୍ଟ ଏବଂ ସେଠାରେ ସରକାରୀ ଅନୁଦାନରେ ନିର୍ମିତ ମହିଳା ସ୍ୱୟଂ ସହାୟକ ଗୃହର ସୌନ୍ଦର୍ଯ୍ୟ ନଷ୍ଟ ହେବା ସହ ଆସମାଜିକ ଲୋକଙ୍କ ପ୍ରାଦୁର୍ଭାବ ବଢୁ ଥିବାର ଅଭିଯୋଗ ମଧ୍ୟ ହେଉ ଥିଲା I ସେଥି ପାଇଁ ଆଜି ସେହି ଜାଗାକୁ ସଫା କରାଯାଇ ଥିବା ସ୍ଥାନୀୟ ତହସିଲଦାର/ ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଓଏଏସ ଜନ୍ମେଜୟ ସାହୁ ସୂଚନା ଦେଇ ଛନ୍ତି I ଆଗାମୀ ଦିନରେ ସହରକୁ ସୌନ୍ଦର୍ଯ୍ୟକରଣ କରିବା ପାଇଁ ସଫେଇ କାର୍ଯ୍ୟକ୍ରମ ଚାଲୁ ରହିବା ନେଇ ମଧ୍ୟ ତହସିଲଦାର ସୂଚନା ଦେଇ ଛନ୍ତି I ସ୍ଥାନୀୟ ତହସିଲଦାର/ ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଓଏଏସ ଜନ୍ମେଜୟ ସାହୁଙ୍କ ଏହି ଲୋକାଭିମୁଖୀ କାର୍ଯ୍ୟକୁ ଅଞ୍ଚଳବାସୀ ବେଶ ପ୍ରଶଂସା କରିଛନ୍ତି I

Related news

Skip to toolbar