କନ୍ଧମାଳ ସନ୍ତାନ

Breaking News

ଖଜୁରିପଡ଼ା ବ୍ଲକର ଦୁର୍ଗମ ଅଞ୍ଚଳରେ ଖାଦ୍ୟ ସାମଗ୍ରୀ ବଣ୍ଟନ କଲେ ଗଣମାଧ୍ୟମ ପ୍ରତିନିଧି…..

କନ୍ଧମାଳ ସନ୍ତାନ(ବ୍ୟୁର): କନ୍ଧମାଳ ଜିଲ୍ଲା ଖଜୁରୀପଡା ବ୍ଲକରେ କାର୍ଯ୍ୟରତ ଓୟୁଜେ ସଂଘ ଗଣମାଧ୍ୟମ ପ୍ରତିନିଧି ମାନେ ଆଜି ଖଜୁରୀପଡା ବ୍ଲକର ଅପହଞ୍ଚ ଇଲାକା କୁନ୍ଦା, ଦାରେଜୁ,ମୁଣ୍ଡାବ୍ରଡି ଆଦି ଗ୍ରାମକୁ ଯାଇ ସେଠାରେ ବସବାସ କରୁଥିବା ୬୨ ପରିବାରଙ୍କୁ ରାସନ ସାମଗ୍ରୀ ସହ ସାବୁନ ମାସ୍କ ସାନିଟାଇଜର ଆଦି ବଣ୍ଟନ କରିଛନ୍ତି I ସେହିଭଳି ଆସନ୍ତାକାଲି ମଧ୍ଯ ଖଜୁରୀପଡାରେ କିଛି ଗରୀବ ପରିବାର ସହ କିଛି ଶ୍ରମିକମାନଙ୍କୁ ମଧ୍ଯ ରାସନ ସାମଗ୍ରୀ, ମାସ୍କ ସାନିଟାଇଜର ସାବୁନ ଆଦି ବଣ୍ଟନ କରାଯିବା ପାଇଁ ଗଣମାଧ୍ୟମ ପ୍ରତିନିଧିମାନେ ନିଷ୍ପତ୍ତି ଗ୍ରହଣ କରିଛନ୍ତି I

ବର୍ତ୍ତମାନ କୋଭିଡ ମହାମାରୀ ସମୟରେ ଦୁର୍ଗମ ଅଞ୍ଚଳରେ ରହିଥିବା ଗ୍ରାମାଞ୍ଚଳର ଜନସାଧାରଣଙ୍କୁ ରାସନ ସାମଗ୍ରୀ ବଣ୍ଟନ ସହ ସଚେତନତା କରିବାକୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇ ଥିବା ବେଳେ ପ୍ରଥମ ଥର ପାଇଁ ଖଜୁରୀପଡା ବ୍ଲକ ଓୟୁଜେ ଗଣମାଧ୍ୟମ ପ୍ରତିନିଧିମାନଙ୍କ ଦ୍ୱାରା ରାସନ ସାମଗ୍ରୀ ଏବଂ ମାସ୍କ ସାନିଟାଇଜର ସାବୁନ ଆଦି ଗ୍ରହଣ କରି ସମସ୍ତେ ଖୁସି ଥିବା ଦେଖା ଦେଇଛି
i ଏହି ଦୁର୍ଗମ ଅଞ୍ଚଳକୁ ଯାତାୟତ ପାଇଁ କୌଣସି ସ୍ଥାୟୀ ରାସ୍ତା ନଥିବା ବେଳେ ସେସବୁ ଅଞ୍ଚଳର ଜନସାଧାରଣଙ୍କ ସରକାରୀ ସହାୟତା ନେବାକୁ ହେଉ କିମ୍ବା କୌଣସି କାର୍ଯ୍ୟରେ ଖଜୁରୀପଡା ଆସିବା ପାଇଁ ବହୁକଷ୍ଟ ହେଉ ଥିବାନେଇ ଅନେକ ସମୟରେ ଖବର ପ୍ରକାଶ ପାଉଥିବା ବେଳେ ଗଣମାଧ୍ୟମ ପ୍ରତିନିଧିମାନେ ମଧ୍ଯ ବହୁବାର ସେଠାକାର ଜନସାଧାରଣଙ୍କ ସମସ୍ୟା ପ୍ରତି ଜଡିତ ରହିଆସିଛନ୍ତି I ସେଥିପାଇଁ ସେହି ଅଂଚଳର ଜନସାଧାରଣଙ୍କ ପାଇଁ ଆଜି ଏହି ମହତ୍ବପୂର୍ଣ୍ଣ କାର୍ଯ୍ୟ ଉକ୍ତ ଅଞ୍ଚଳରେ କରାଯାଇଥିବା ବେଳେ ମୁଖ୍ଯ ଅତିଥି ଭାବେ ଖଜୁରୀପଡା ତହସିଲଦାର ସ୍ୱପ୍ନିତା ନାୟକ ଯୋଗଦାନ କରି ଏହା ରଶୁଭାରମ୍ଭ କରିଥିଲେ I ସେହିଭଳି ସମ୍ମାନୀତ ଅତିଥି ଭାବେ ଖଜୁରୀପଡା ରାଜସ୍ବ ନିରୀକ୍ଷକ ଅମିୟ ଭୂଷଣ ରାମ, ଖଜୁରୀପଡା ଲ୍ୟାମ୍ପସେସ ପରିଚାଳନା ନିର୍ଦେଶକ କୃପାସିନ୍ଧୁ ସାହୁଙ୍କ ସହ କୁନ୍ଦା ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ପ୍ରଭାତ କୁମାର ପ୍ରଧାନ ଏବଂ ସ୍ୱେଚ୍ଛାସେବୀ ଭାବେ ପ୍ରମୋଦ କୁମାର ମଲିକ, ମୀନାକ୍ଷୀ ସାହାଣୀ ପ୍ରମୁଖ ଉପସ୍ଥିତ ରହି ସାମଗ୍ରୀ ବଣ୍ଟନରେ ସହଯୋଗ କରି ଥିଲେ।ଖଜୁରୀପଡା ବ୍ଲକର କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧି ବଳଦେବ ବେହେରା (ସମ୍ବାଦ), ଗୌର ଚରଣ ବେହେରା (ସର୍ବସାଧାରଣ), ଅନନ୍ତ କୁମାର ଦିଗାଲ (ଅନୁପମ ଭାରତ), ସତ୍ୟପ୍ରୀୟ ମହାପାତ୍ର (ନିତିଦିନ), ହ୍ରୁଷିକେଶ ଖୁଣ୍ଟିଆ (ଜନନୀ ଓଡିଶା) ପ୍ରମୁଖଙ୍କ ସହଯୋଗରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିବା ସମସ୍ତ ଅତିଥିଙ୍କ ସହ ସାମଗ୍ରୀ ଗ୍ରହଣ କରିଥିବା ସମସ୍ତ ପରିବାର ଗଣମାଧ୍ୟମ ପ୍ରତିନିଧି ମାନଙ୍କ ଏଭଳି ମହତ୍ବପୂର୍ଣ୍ଣ କାର୍ଯ୍ୟ ପାଇଁ ଧନ୍ଯବାଦ ଅର୍ପଣ କରିଥିଲେ I ସେହିଭଳି ଖଜୁରୀପଡା ବ୍ଲକ ଓୟୁଜେ ସାମ୍ବାଦିକମାନଙ୍କ ତରଫରୁ ହୋଇଥିବା କାର୍ଯ୍ୟକ୍ରମକୁ କନ୍ଧମାଳ ଜିଲ୍ଲା ଓୟୁଜେ ସଂଘ ସଭାପତି ପ୍ରଶାନ୍ତ କୁମାର ବେହେରା ଧନ୍ଯବାଦ ଦେଇଛନ୍ତି I

Related news

Skip to toolbar