କନ୍ଧମାଳ ସନ୍ତାନ

Breaking News

କନ୍ଧମାଳ ଜିଲ୍ଲାର ଗାଁ ଗାଁରେ କରୋନା ସଚେତନତାର ବାର୍ତ୍ତା ପହଞ୍ଚାଉଛି ସ୍ବେଚ୍ଛାସେବୀ ସଂସ୍ଥା ଜନବିକାଶ…

କନ୍ଧମାଳ ସନ୍ତାନ(ବ୍ୟୁର): କନ୍ଧମାଳ ଜିଲ୍ଲାର ଗାଁ ଗାଁରେ କରୋନା ସଚେତନତାର ବାର୍ତ୍ତା ପହଞ୍ଚାଉଛି ସ୍ବେଚ୍ଛାସେବୀ ସଂସ୍ଥା ଜନବିକାଶ I ସ୍ବେଚ୍ଛାସେବୀ ସଂସ୍ଥା ଜନବିକାଶ ଓ ସରକାରୀ ଅଧିକାରୀମାନଙ୍କ ମିଳିତ ଆନୁକୂଲ୍ୟରେ କନ୍ଧମାଳ ଜିଲ୍ଲାର ବିଭିନ୍ନ ବ୍ଲକ ସହିତ କ.ନୂଆଗାଁ ବ୍ଲକର ବିଭିନ୍ନ ଗ୍ରାମ ,ଗୁଡ଼ିକରେ କୁଇ ଗୀତ ଓ ପ୍ରଚାର ମାଧ୍ୟମରେ ଲୋକମାନଙ୍କୁ ସଚେତନ ବାର୍ତା ଦେବାସହ ୪୫ ବର୍ଷରୁ ଉର୍ଦ୍ଧ୍ବ ବାପା, ମା ମାନକୁ କରୋନା ଟୀକା ନେବା ପାଇଁ ବୁଝାଇ ଟୀକା ଦିଆଯାଉଛି I

ଏଭଳି ସିର୍ତ୍ତିଗୁଡା, ଜିରିଦି କିଆ, ମହାସିଙ୍ଗ, ଜିଡୁବାଡ଼ି, ନୂଆଗାଁ, ବାଲିଗାଡ଼ା, ଲେଟିଙ୍ଗିଆ, ସାରଂଗଡ, ସାଇନପଡା, ମଗଡ଼ଙ୍ଗୀଆ, କୁଡୁଟୁଲି, ଚାଞ୍ଚେଡ଼ି ଓ ସିର୍ତ୍ତିଗୁଡା ଗାଁରେ ଟୀକା କରଣ ଚାଲିଛି ଏବଂ ଆଗକୁ ମଧ୍ୟ ଜାରି ରହିବ I ଏହି ଟୀକା ଦିନକୁ ୧୨୦ ଜଣକୁ ଦିଆଯାଉଛି ଓ ଟୀକା ଦେବାପାଇଁ ଦୁଇଟି ଦଳ ଗଠନ କରାଯାଇଛି । ବୃଦ୍ଧ ବାପା ଓ ମା ମାନେ ଟୀକା ନେବାବେଳେ ଜନ ବିକାଶ ଦ୍ୱାରା ସାବୁନ, ମାସ୍କ, ସାନିଟାଇଜର, ଦେବା ସହିତ ସେମାନେ ଯେପରି ଘରେ ରହିବେ ଓ ସୁରକ୍ଷିତ ରହିବେ ତାହା ଜନ ବିକାଶ କର୍ମୀମାନେ ଉତ୍ତମ ଭାବେ ମାଇକା ମାଧ୍ୟମରେ କୁଇ ଓ ଓଡ଼ିଆ ଭାଷାରେ ବୁଝାଉଛନ୍ତି I ଜନ ବିକାଶ ଦ୍ୱାରା ପ୍ରସ୍ତୁତ କରାଯାଇଥିବା କରୋନା ସଚେତନ ଗୀତ ବେଶ ଲୋକମାନଙ୍କୁ ଆକର୍ଷଣ କରିବା ସହିତ ଟୀକା ନେବାକୁ ଆହ୍ୱାନ ଦେଉ ଥିବାର ଦେଖିବାକୁ ମିଳୁଛି I ଏଭଳି କାର୍ଯ୍ୟ ଓ ସଚେତନ ପାଇଁ କ.ନୂଆଗାଁ ବ୍ଲକ ଉନ୍ନୟନ ଅଧିକାରୀ ଶରତ କୁମାର ପାତ୍ର, ସି.ଡି.ପି,ଓ ଦ୍ରୌପତି କହଁର, ଜନ ବିକାଶ ନିର୍ଦେଶକ ମଦନ ସୁଆଲ ସିଂ , ଡ଼.କରିସ୍ମା ନାୟକ ଓ ସ୍ବେଛାସେବୀ ସଚ୍ଚିଦାନନ୍ଦ ମାଝି, ସଦାନନ୍ଦ ପରସେଟଙ୍କ ଅକ୍ଲାନ୍ତ ପରିଶ୍ରମ ଯୋଗୁ ଲୋକମାନେ ସୁବିଧା ଓ ସୁନ୍ଦର ଭାବେ ଟୀକା ଗ୍ରହଣ କରିପାରୁଛନ୍ତି I ଏଥିପାଇଁ ଏହି କାର୍ଯ୍ୟକ୍ରମରେ ସାମିଲ ଥିବା ସମସ୍ତ କରୋନା ଯୋଦ୍ଧାମାନକୁ ଜନସାଧାରଣ ଭୁରି ଭୁରି ପ୍ରସଂଶା କରୁଥିବା ମତପ୍ରକାଶ ପାଇଛି I

Related news

Skip to toolbar