କନ୍ଧମାଳ ସନ୍ତାନ

Breaking News

ବିଦ୍ୟୁତ ଆଘାତରେ ଚାଲିଗଲା ଛାତ୍ରଙ୍କ ଜୀବନ….

କନ୍ଧମାଳ ସନ୍ତାନ(ବ୍ୟୁର):କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକ ସିର୍ଲା ଗ୍ରାମ ପଞ୍ଚାୟତର ପସରଡ଼ି ଗ୍ରାମରେ ଏକ ଦୁଃଖ ଘଟଣା ଘଟିଛି I ବିଦ୍ୟୁତ ତାରରେ ଲାଗି ଜଣେ ଦଶମ ଶ୍ରେଣୀର ଛତ୍ରଙ୍କ ମୃତ୍ୟୁ ଘଟି ଥିବା ଅଭିଯୋଗ ହୋଇଛି I ସୂଚନା ଅନୁସାରେ କନ୍ଧମାଳ ଜିଲ୍ଲା ଅଧିନସ୍ଥ ତୁମୁଡ଼ିବନ୍ଧ ବ୍ଲକ ସିର୍ଲା ଗ୍ରାମପଞ୍ଚାୟତ ପସରଡ଼ି ଗ୍ରାମର ଦଶମ ଶ୍ରେଣୀ ଛାତ୍ର ଫିରୋଜ ପାଟ୍ଟମାଝୀ I ମୃତ ଛାତ୍ର ଜଣକ ଅନ୍ୟ ସମ୍ପର୍କୀୟଙ୍କ ସହ ଗତକାଲି ଅପରାହ୍ନ ୪ ଟା ସମୟରେ ସିର୍ଲା ପଞ୍ଚାୟତକୁ ଘରୋଇ ସଉଦା ପାଇଁ ଯାଇଥିଲେ I

ବର୍ଷା ହେବାରୁ ଛାତ୍ର ଜଣକ ସମ୍ପର୍କୀୟ ଙ୍କ ସହ ସିର୍ଲା ରହି ଯାଇ ଥିଲେ I ବର୍ଷା ଛାଡିବା ପରେ ସନ୍ଧ୍ୟା ସମୟରେ ପସରଡ଼ି ଗ୍ରାମକୁ ଯାଉ ଥିଲେ I ଏହି ସମୟରେ ଅନ୍ଧାର ହୋଇ ଥିବାରୁ ଝୁଲୁ ଥିବା ବିଦ୍ୟୁତ ତାରରେ ଛାତ୍ର ଜଣକ ଲାଗି ଯାଇ ଥିଲେ I ସମ୍ପ୍ରକୀୟ ଦାଦା ମଧ୍ୟ ଛାତ୍ରଙ୍କୁ ବଞ୍ଚାଇବାକୁ ଯାଇ ବିଫଳ ହୋଇଥିଲେ I ଯାହା ଫଳରେ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିଲେ ଫିରୋଜ I ଗ୍ରାମବାସୀ ଘଟଣା ସମ୍ପର୍କରେ ସ୍ଥାନୀୟ ସରପଞ୍ଚଙ୍କୁ ଜଣାଇବା ପରେ ସରପଞ୍ଚ ଘଟଣା ସ୍ଥଳରେ ପହଞ୍ଚି ଥିଲେ I ସରପଞ୍ଚ ବିଦ୍ୟୁତ ବିଭାଗକୁ ଜଣାଇବା ସହିତ ତୁମୁଡିବନ୍ଧ ଥାନା ଏସ.ଡି.ଓ ଓ ତଥା ଜିଲ୍ଲାପାଳଙ୍କୁ ଜଣାଇଥିଲେ I ଶବ ବ୍ୟବଛେଦ ନିମନ୍ତେ ବିଦ୍ୟୁତ ବିଭାଗ କର୍ମଚାରୀ ଜେଇ ସଞ୍ଜୟ ସାହୁ ୨୦,୦୦୦ ହଜାର ଟଙ୍କା ସହାୟତା ରାଶି ଦେବା ପରେ ଶବକୁ ତୁମୁଡିବନ୍ଧ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା I

Related news

Skip to toolbar