କନ୍ଧମାଳ ସନ୍ତାନ

Breaking News

ତୁ ଯେତେ ମାଠିବୁ ମାଠ ମୁଁ ସେହି ଦରପୁଡ଼ କାଠ ନୀତିରେ ଦାରିଙ୍ଗବାଡ଼ି ଅଞ୍ଚଳକୁ ବିଦ୍ୟୁତ ଯୋଗାଉ ଥିବା ସଂସ୍ଥାର କାର୍ଯ୍ୟରତ କର୍ମଚାରୀ…

କନ୍ଧମାଳ ସନ୍ତାନ(ବ୍ୟୁର): ତୁ ଯେତେ ମାଠିବୁ ମାଠ ମୁଁ ସେହି ଦରପୁଡ଼ା…. ନୀତିରେ ଦାରିଙ୍ଗବାଡ଼ି ଅଞ୍ଚଳ କୁ ବିଦ୍ୟୁତ ଯୋଗାଉ ଥିବା ସଂସ୍ଥାରେ କାର୍ଯ୍ୟକରୁ ଥିବା କର୍ମଚାରୀ ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି I କାର୍ଯ୍ୟରତ କର୍ମଚାରୀଙ୍କ ଏହି ନୀତି ଯୋଗୁଁ ଦାରିଙ୍ଗବାଡ଼ିରେ ଘଡ଼ିକେଘଡ଼ି ବିଦ୍ୟୁତ କାଟ ହେବା ସହ ଗ୍ରାମାଞ୍ଚଳର ଜନସାଧରଣ ବିଦ୍ୟୁତ ସେବା ପାଇ ପାରୁନ ଥିବା ଅଞ୍ଚଳ ବାସୀ କହି ଛନ୍ତି I ଯାହା ପାଇଁ ଦାରିଙ୍ଗବାଡ଼ି ସହର ସମେତ ଉପାନ୍ତ ଅଞ୍ଚଳର ଜନସାଧାରଣ ବହୁ ସମସ୍ୟାର ସମ୍ମୁଖିନ ହେଉ ଥିବା କହିଛନ୍ତି I ଦାରିଙ୍ଗବାଡ଼ି ବ୍ଲକ ଅଂଚଳରେ ବିଦ୍ୟୁତର ଲୁଚକାଳୀ ଖେଳ ଯୋଗୁଁ ବିଦ୍ୟୁତ ଉପଭୋକ୍ତା ନାହିଁନଥିବା ସମସ୍ୟାର ସମ୍ମୁଖିନ ହେଉଛନ୍ତି I ଟିକିଏ ପବନ ହେଉ କିମ୍ବା ଟିକିଏ ବର୍ଷା ହେଉ ବିଦ୍ୟୁତ ବିଭାଗ ମାନମାନୀ ଆରମ୍ଭ କରୁଛି ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି I ଲୋକଙ୍କୁ ସଠିକ ଭାବେ ବିଦ୍ୟୁତ ସେବା ଯୋଗାଇ ପାରୁନି ବିଦ୍ୟୁତ ବିଭାଗ I ଏହି ୧୦ ଦିନ ହେବ ଦାରିଙ୍ଗବାଡ଼ି ସମେତ ସିମନବାଡ଼ି, ଶ୍ରାନିକେତା ଭଳି ଅଂଚଳରେ ୨୪ ଘଣ୍ଟା ରୁ ୭ ଘଣ୍ଟା ମଧ୍ୟ ବିଦ୍ୟୁତ ରହୁନଥିବା ବେଳେ ଉପାନ୍ତ ଅଂଚଳ କୁହାଯାଉଥିବା ବ୍ରାହ୍ମଣୀଗାଁ, ଗୋଦାପୁର, ସରାମୁଲି, କୁମ୍ଭାରୀଗାଁ, ହାତୀମୁଣ୍ଡା, ତାଜୁଙ୍ଗିଆ, ଝିଞ୍ଜିରିଗୁଡା, ଭଳି ପଞ୍ଚାୟତରେ ସପ୍ତାହରେ ୩ ଦିନ ମଧ୍ୟ ଲୋକେ ବିଦ୍ୟୁତ ସେବା ପାଇ ପାରୁନ ଥିବା କହି ଛନ୍ତି I ବିଦ୍ୟୁତ ସଠିକ ଭାବେ ନରହିବା ଦ୍ୱାରା ଅଂଚଳରେ ବିଏସଏନଏଲ ସେବା ମଧ୍ୟ ବାଧାପ୍ରାପ୍ତ ହେଉଛି I ନେଟ ସେବା ମଧ୍ୟ ଲୋକଙ୍କୁ ସଠିକ ଭାବେ ମିଳୁନାହିଁ I ଯାହା ପାଇଁ ଛାତ୍ରଛାତ୍ରୀ ଅନଲାଇନ ସେବା ପାଇବାରୁ ବଞ୍ଚିତ ହେଉ ଥିବା ଅଭିଭାବକ କହିଛନ୍ତି I ଅନ୍ୟପକ୍ଷେ ବର୍ତ୍ତମାନ କୋଭିଡ଼ ପାଇଁ ଲକଡାଉନ ଓ ସଟଡାଉନ ଜାରି ରହିଥିବା ବେଳେ ଲୋକ ଘରୁ ନବାହାରି ଘରେ ଘରେ ହିଁ ରହୁଛନ୍ତି I ଘରେ ରହି ଲୋକେ ବିରକ୍ତ ହେଉଥିବା ବେଳେ ନିଜର ମନୋରଞ୍ଜନ କରିବା ପାଇଁ ଟିଭି ଟିକେ ମଧ୍ୟ ଦେଖିପାରୁନାହାନ୍ତି I ଯଦ୍ୱାରା ଘରେ ରହି ଲୋକେ ବିରକ୍ତ ପ୍ରକାଶ କରୁଥିବା ଦେଖିବାକୁ ମିଳୁଛି I ବିଦ୍ୟୁତ ସମସ୍ୟା ଏଭଳି ଲାଗି ରହୁଥିଲେ ସୁଦ୍ଧା ବିଦ୍ୟୁତ ବିଭାଗର ଆନ୍ତରିକତାର ଅଭାବ ଯୋଗୁଁ ଅଂଚଳବାସୀ ସଠିକ ସେବା ପାଇପାରୁନଥିବା ଦାରିଙ୍ଗବାଡ଼ି ଅଂଚଳବାସୀ ଅଭିଯୋଗ କରିଛନ୍ତି I ଏଣୁ ଏଥିପ୍ରତି ବିଦ୍ୟୁତ ବିଭାଗୀର ଉଚ୍ଚପଦସ୍ତ ଅଧିକାରୀ ଦୃଷ୍ଟି ଦେବାକୁ ଅଂଚଳବାସୀ ଦାବି କରିଛନ୍ତି ।

Related news

Skip to toolbar