କନ୍ଧମାଳ ସନ୍ତାନ

Breaking News

ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦର ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଦାୟିତ୍ୱ ନେଲେ ଓଏଏସ ଜନ୍ମେଜୟ ସାହୁ…

କନ୍ଧମାଳ ସନ୍ତାନ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ. ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବରେ ଦାୟୀତ୍ୱ ନେଲେ ଘୁ. ଉଦୟଗିରି ତହସିଲଦାର ଓଏଏସ ଜନ୍ମେଜୟ ସାହୁ I ଏହା ପୂର୍ବରୁ ଶ୍ରୀ ସାହୁ ପୁରୁଷୋତ୍ତମ ପୁର ତାରାତାରିଣୀ ମନ୍ଦିର ପ୍ରଶାସକ ଭାବେ କାର୍ଯ୍ୟ କରୁଥିଲେ I ବର୍ତ୍ତମାନ ଓଏଏସ ଜନ୍ମେଜୟ ସାହୁ ତହସିଲର ଦାର ଏବଂ ନିର୍ବାହି ଅଧିକାରୀ ଭାବରେ ଦାଇତ୍ୱ ତୁଲାଇବେ I କରୋନା ମହାମାରୀର ଦ୍ଵିତୀୟ ଲେହେରରେ ଓଏଏସ ଜନ୍ମେଜୟ ସାହୁ ତହସିଲଦାର ଭାବରେ ଯୋଗ ଦେଇ ମହାମାରୀକୁ ରୋକିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଥିଲେ I ବିଜ୍ଞାପିତ ଅଞ୍ଚଳ ପରିଷଦର ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଦାୟୀତ୍ୱ ଗ୍ରହଣ ପରେ ବିଜ୍ଞାପିତ ଅଞ୍ଚଳ ପରିଷଦର ଅନେକ ସମସ୍ୟାର ସମାଧାନ ହେବା ନେଇ ପରିଷଦ ବାସୀ ଆଶାବାଦୀ ଥିବା ମତ ପ୍ରକାଶ ପାଇଛି I

Related news

Skip to toolbar