କନ୍ଧମାଳ ସନ୍ତାନ

Breaking News

ଦାରିଙ୍ଗବାଡ଼ି ପୁଲିସ ଓ ତହସିଲଦାରଙ୍କ ପକ୍ଷରୁ ଯାଞ୍ଚ କଡ଼ାକଡ଼ି, ଆଇନ ଉଲଂଘନକାରୀଙ୍କ ଠାରୁଫାଇନ ଆଦାୟ …..

କନ୍ଧମାଳ ସନ୍ତାନ(ବ୍ୟୁର): କରୋନାର ଦ୍ଵିତୀୟ ଲହରୀ ସଂକ୍ରମଣକୁ ରୋକିବା ପାଇଁ କନ୍ଧମାଳ ଜିଲ୍ଲା ଅଧିନସ୍ଥ ଦାରିଙ୍ଗବାଡ଼ି ପ୍ରଶାସନ ତତ୍ପର ହୋଇଛି I ଦାରିଙ୍ଗବାଡ଼ି ପ୍ରଶାସନ କୋଭିଡ ଆଇନ ଉଲଂଘନକାରୀଙ୍କୁ କାବୁ କରିବା ପାଇଁ ଯାଞ୍ଚକୁ କଡ଼ାକଡ଼ି କରିଛି I ଆଇନ ଉଲଂଘନ କାରୀଙ୍କୁ ସାବାଡ଼ କରିବା ପାଇଁ ଦାରିଙ୍ଗବାଡ଼ି ତହସିଲଦାର କଳାକୃଷ୍ଣ ପ୍ରଧାନ ଓ ଥାନା ଅଧିକାରୀ କୌଶିକ ମାଝୀ ଫାଇନ କାଟିବା ସହ ତାଗିଦ କରୁ ଥିବାର ଦେଖିବାକୁ ମିଳିଛି I ଲାକଡାଉନ ସମୟରେ ଆଜି କିଛି ଲୋକମାନେ ଦାରିଙ୍ଗବାଡ଼ି ବଜାରରେ ବାଇକ ଧରି ବୁଲୁଥିବା ବେଳେ ଆଉ କିଛି ମାସ୍କକୁ ନାକ ତଳକୁ ଓ ମାସ୍କ ନ ପିନ୍ଧି ମଧ୍ୟ ବୁଲୁଥିଲେ । ଏପରିକି ଦୋକାନ ବନ୍ଦ କରିବାର ସମୟ ୧୧ ଥିଲେ ସୁଦ୍ଧା ୧୧ ଟା ପରେ ମଧ୍ୟ ଦୋକାନ ଖୋଲି ବ୍ୟବସାୟ କରୁଥିବାର ଖବର ପାଇ ସ୍ଥାନୀୟ ପ୍ରଶାସନ ଚଢ଼ାଉ କରିଥିଲା ଏବଂ ଫାଇନ ମଧ୍ୟ ଆଦାୟ କରିଥିଲା I କୋଭିଡ ଆଇନ ଉଲଂଘନ କାରୀଙ୍କ ଠାରୁ ଦାରିଙ୍ଗବାଡ଼ି ତହସିଲଦାର ୧୦ ହଜାର ୭ ଶହ ଟଙ୍କା ଏବଂ ଥାନା ଅଧିକାରୀ ୪ ହଜାର ୫ ଶହ ଟଙ୍କା ଜରିମାନା ଆଦାୟ କରିଛନ୍ତି I ଏହି ଯାଞ୍ଚରେ ପୁଲିସ କର୍ମଚାରୀ ସମେତ ତହସିଲ କର୍ମଚାରୀ ସାମିଲ ଥିଲେ ।

Related news

Skip to toolbar