କନ୍ଧମାଳ ସନ୍ତାନ

Breaking News

ବାରଖମା ଏବଂ ଗୋଚ୍ଛାପଡା ଅଞ୍ଚଳରେ ରାସନ ସାମଗ୍ରୀ ବଣ୍ଟନ କଲେ ଜବାନ…

କନ୍ଧମାଳ ସନ୍ତାନ(ବ୍ୟୁର): ଆଜି କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ଜବାନଙ୍କ ରାସନ ସାମଗ୍ରୀ ଦିଆ ଯାଇଛି I କନ୍ଧମାଳ ଅଧୀନସ୍ଥ ଗୋଚ୍ଛାପଡା ଠାରେ କାର୍ଯ୍ୟରତ C/127 ଯବାନମାନେ ଜନସାଧାରଣଙ୍କୁ ରାସନ ସାମଗ୍ରୀ ବଣ୍ଟନ କରିଛନ୍ତି I

କନ୍ଧମାଳ ଜିଲ୍ଲାର ଗୋଛାପଡା 127BN CRPFର କମାଣ୍ଡେନ ଆନନ୍ଦ ଝାଙ୍କ ନିର୍ଦ୍ଦେଶ କ୍ରମେ C/127 ବାଟାଲୀୟମ CRPFର କମ୍ପାନୀ କମାଣ୍ଡର ଧର୍ମେନ୍ଦ୍ର କୁମାରଙ୍କ ନେତୃତ୍ୱରେ ଯବାନଙ୍କ ଦ୍ବାରା କନ୍ଧମାଳ ଜିଲ୍ଲା ଅଧିନସ୍ଥ ଫିରିଙ୍ଗିଆ ବ୍ଲକ ଗୋଛାପଡ଼ା ଥାନା ଅଞ୍ଚଳର କିଛି ଗ୍ରାମ ତଥା ମୁଣ୍ଡାପଦର, ହାଟପଦା, ଗୋଛାପଡ଼ା ଠାରେ ସିବିକଆସ୍କନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା I ଏହି କାର୍ଯ୍ୟକ୍ରମରେ ଗରିବ ପରିବାରର ଲୋକମାନଙ୍କୁ ଅତି ଆବଶ୍ୟକୀୟ ସାମଗ୍ରୀ ବଣ୍ଟନ କରାଯାଇଥିଲା I ସେହି ପରି ଭାବରେ କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକର ବାରଖମା ଫାଣ୍ଡିରେ ରହୁଥିବା127 ବାଟାଲିୟନ ଦ୍ୱାରା ମାସମାସ ଧରି କରନା ପ୍ରଭାଵରେ ପ୍ରଭାବିତ ହୋଇ ଥିବା ଜନସାଧାରଣଙ୍କୁ ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯାଇଛି I ଏଭଳି ପରିସ୍ଥିତିରେ ଗରିବ, ଅଶାହାୟମାନଙ୍କୁ ସହାୟତାର ହାତ ବଡାଇଛନ୍ତି 127 ବାଟାଲିୟନ I CRPF ଯବାନମାନେ ନିଜେ ଚାନ୍ଦା କରି ବାରଖମା ପଞ୍ଚାୟତର ଏଗାରପଦର ଓ ଦିଗିପଡି ଅଞ୍ଚଳବାସୀଙ୍କୁ ରାସନ ସାମଗ୍ରୀ ପ୍ରଦାନ କରିଛନ୍ତି I ଯବାନ ମାନଙ୍କର ଏହିଭଳି ମହତ କାର୍ଯ୍ୟକୁ ଭିବିନ୍ନ ମହଲରେ ପ୍ରଶଂସା କରାଯାଇଛି I ଏହି ଦୁଇ ଗ୍ରାମର ଗ୍ରାମ ବାସୀମାନେ 127 ବାଟାଲିୟନକୁ ଓ ଯବାନ ମାନକୁ ଅଶେଷ ଅଶେଷ ଧନ୍ୟବାଦ ଜଣାଇ ଛନ୍ତି I

Related news

Skip to toolbar