କନ୍ଧମାଳ ସନ୍ତାନ

Breaking News

୧୨୦ ଖଣ୍ଡ ଶାଳ ଓ ପିଆଶାଲ କାଠ ପଟ୍ଟା ସହ ବୋଲେର ଜବତ, ଫେରାର ହେଲେ କାଠ ମାଫିଆ..

କନ୍ଧମାଳ ସନ୍ତାନ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ବାଲିଗୁଡ଼ା ବନ ବିଭାଗକୁ ମିଳିଛି ବଡ଼ ସଫଳତା I ବନବିଭାଗ ବୋଲର ପିକପ ସହ ୧୨୦ ଖଣ୍ଡ ଶାଳ ଓ ପିଆଶାଳ ପଟ୍ଟା ଜବତ କରିଛି I ହେଲେ କାଠ ମାଫିଆ ଫେରାର ହେବାରେ ସଫଳ ହୋଇଛି I ସୂଚନାଯୋଗ୍ୟ ଗତକାଲି ବିଳମ୍ବିତ ରାତିରେ ବାଲିଗୁଡ଼ା ରେଞ୍ଜ ଅଧିନସ୍ଥ ପୋଖରୀ ବନ୍ଧ ସେକ୍ସନ ଅଞ୍ଚଳରୁ ପଡ଼ୋଶୀ ଜିଲ୍ଲା ବଲାଙ୍ଗୀରକୁ କାଠ ମାଫିଆ ଦ୍ୱାରା ପଟ୍ଟା ଚାଲାଣ ହେଉଥିଲା I ସୂଚନା ପାଇ ବାଲିଗୁଡା ରେଞ୍ଜର ଓ ଏସିଅଫଙ୍କ ନେତୃତ୍ବରେ ବନପାଳ , ବନରଖି , ୱାଚେର ଏକ ଟିମ ଯାଇ ଚଢାଉ କରି ଥିଲା I ଏତିକି ବେଳେ ଏକ ବୁଲୋର ପିକଅପ୍ ଭ୍ୟାନରେ ବେଆଇନ ଭାବରେ ଚାଲାଣ ହେଉଥିବା ୧୨୦ଟି ସାଳ ଓ ପିଆଶାଳ ପଟା ଯାହାର ମୂଲ୍ୟ ଲକ୍ଷେ ଟଙ୍କାରୁ ଉର୍ଦ୍ଧ୍ବ ମୂଲ୍ୟବାନ କାଠ ପଟ୍ଟା ଜବତ କରିବା ସହ ବୁଲୋର ଗାଡି ଜବତ କରିଥିଲା I କିନ୍ତୁ କାଠପଟା ଚାଲାଣକାରୀ ତିନି କାଠ ମାଫିଆ ଘଟଣା ସ୍ଥଳରୁ ଖସି ପଳାଇ ଥିବା ରେଞ୍ଜର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି I ଏହି ରେଞ୍ଜ ଅଧିକାରୀ କାର୍ଯ୍ୟରେ ଯୋଗଦେବା ଦିନ ଠାରୁ ବାଲିଗୁଡ଼ା ଅଞ୍ଚଳରୁ ବିଭିନ୍ନ ଜିଲ୍ଲାକୁ କାଠ ଚାଲାଣକାରୀ ଧରାପଡୁଛନ୍ତି ଏବଂ କାଠ ମାଫିଆଙ୍କ ମନରେ କୋକୁଆ ଭୟ ସୃଷ୍ଟି ହୋଇଛି l କିନ୍ତୁ ଏହି କାଠମାଫିଆ ମାନଙ୍କୁ ରେଞ୍ଜର କିପରି ଧରିପାରିଲେ ନାହିଁ । ଏହାକୁ ନେଇ ଅଞ୍ଚଳ ବାସିଙ୍କ ମଧ୍ୟରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି I

Related news

Skip to toolbar