କନ୍ଧମାଳ ସନ୍ତାନ

Breaking News

ଜନବିକାଶ ସ୍ୱେଚ୍ଛାସେବୀ ସଂସ୍ଥା ତରଫରୁ ୬ଟି ଗ୍ରାମରେ କରନା ସଚେତନତା ମୁଳକ କାର୍ଯ୍ୟକ୍ରମ ଅନୁଷ୍ଠିତ….

କନ୍ଧମାଳ ସନ୍ତାନ(ବ୍ୟୁର): ଆଜି କନ୍ଧମାଳ ଜିଲ୍ଲା ଅଧିନସ୍ଥ କ.ନୂଆଗାଁ ବ୍ଲକର ୬ ଗୋଟି ଗ୍ରାମରେ ତଥା ଗୁଞ୍ଜିବାଡି, ବାଲିଗାଡ଼ା, ପାଙ୍ଗାନାଜୁ, ଗୁଡ଼ରିକିଆ, ବାନଦାଗୁଡା, ଗିଣ୍ଡପଙ୍ଗା ଗ୍ରାମରେ ସ୍ବେଚ୍ଛାସେବୀ ସଂସ୍ଥା ଜନବିକାଶ ଅନୁଷ୍ଠାନ ତରଫରୁ କରନା ସଚେତନତା ମୁଳକ କାର୍ଯ୍ୟକ୍ରମ କରାଯାଇଛି I ଏହି କାର୍ଯ୍ୟକ୍ରମରେ କ.ନୂଆଗାଁ ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶରତ କୁମାର ପାତ୍ର, ବ୍ଲକର କର୍ମକର୍ତ୍ତା, ସି.ଡି.ପି.ଓ ଦ୍ରୌପତି କହଁର, ସୁପରଭାଜେର, ମେଡିକାଲର ଡାକ୍ତର, ଜନବିକାଶ ସଂସ୍ଥାର ନିର୍ଦ୍ଦେଶକ ଫା.ମଦନ ସୁଆଲ ସିଂ, ପଞ୍ଚାୟତର ସରପଞ୍ଚ , ୱାର୍ଡ ମେମ୍ବର ପ୍ରମୁଖ ଯୋଗ ଦେଇ ଥିଲେ I ଅଞ୍ଚଳବାସୀଙ୍କୁ କୁଇ ଓ ଓଡ଼ିଆ ଭାଷା ମାଧ୍ୟମରେ କରୋନାର ଦ୍ୱିତୀୟ ଲହରରେ କିପରି ସଚେତନ ଓ ସୁରକ୍ଷିତ ହୋଇ ରହିବେ ଉପସ୍ଥାପନା କରାଯାଇ ଥିଲା I ଉପସ୍ଥିତ ଅତିଥି ଜନସାଧାରଣଙ୍କୁ ମାସ୍କ କିପରି ପିନ୍ଧିବେ, ହାତ କିପରି ଧୋଇବେ, ଦୂରତା କେତେ ଓ କିପରି ବଜାଇ ରଖିବେ କିମ୍ବା ଅତ୍ୟାବସିକ ନ ହେଲେ ବଜାରକୁ କିମ୍ବା ଜନଗହଳି ଜାଗାକୁ ନ ଯିବା ପାଇଁ ଅନୁରୋଧ କରିଥିଲେ I ଜନ ବିକାଶ ଦ୍ୱାରା ମାସ୍କ, ସାବୁନ, ସାନିଟାଇଜର ଲୋକଙ୍କୁ ବଣ୍ଟନ କରାଯାଇଥିଲା । ଏପରି ଦୁର୍ଦ୍ଦିନ ସମୟରେ ଜନବିକାଶ ସଂସ୍ଥା ଲୋକଙ୍କ ପାଖରେ ପହଂଚିବାର ସତସାହସ କରି ଲୋକଙ୍କୁ ସଚେତନ କରିବା ସହ ସାହାଯ୍ୟର ହାତ ବଢ଼ାଇ ଥିବାରୁ ବୁଦ୍ଧି ଜୀବୀ ଏବଂ ବିଭିନ୍ନ ମହଲରୁ ଅନୁଷ୍ଠାନକୁ ପ୍ରଶଂସା କରାଯାଇଛି I

Related news

Skip to toolbar