କନ୍ଧମାଳ ସନ୍ତାନ

Breaking News

ଆଜିବି ଅବହେଳିତ ଦ୍ଵିତୀୟ ବିଶ୍ୱ ଯୁଦ୍ଧରେ ସାମିଲ ହୋଇ ଥିବା ସେନା କର୍ମଚାରୀଙ୍କ ପରିବାର…

କନ୍ଧମାଳ ସନ୍ତାନ(ବ୍ୟୁର): ଅବସର ନେବାର ଦୀର୍ଘ ବର୍ଷ ପରେ ମଧ୍ୟ ଆଜିବି ଅବହେଳିତ ଦ୍ଵିତୀୟ ବିଶ୍ୱ ଯୁଦ୍ଧରେ ଯୋଗଦାନ କରି ଥିବା ସେନାକର୍ମଚାରୀଙ୍କ ପରିବାର I ବର୍ତ୍ତମାନ ପର୍ଯ୍ୟନ୍ତ ନା ମିଳିଛି ପେନସନ ନା କୌଣସି ସରକାରୀ ସହାୟତା I କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ବ୍ଲକ କାଳିଙ୍ଗିଆ ଗ୍ରାମ ପାଞ୍ଚୟତର ଡୁଗୁଡ଼ି ପଡ଼ି ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ବଡ଼ି ପ୍ରଧାନ I ୧୯୩୧ ମସିହାରେ ବଡ଼ି ପ୍ରଧାନ ସେନାରେ ଯୋଗ ଦେଇ ଅହମ୍ମଦବାଦରେ ପ୍ରଥମେ କାର୍ଯ୍ୟରେ ଯୋଗ ଦେଇ ଥିଲେ I ୧୯୪୨ ମସିହାରେ ସ୍ଵାସ୍ଥ୍ୟଗତ ସମସ୍ୟା ଯୋଗୁଁ ଅବସର ନେବା ପାଇଁ ମନସ୍ତ କରି ଗ୍ରାମକୁ ଆସି ଥିଲେ I ପୁଣି ସରକାରଙ୍କ ନିର୍ଦ୍ଧେଶ ପାଇ କାର୍ଯ୍ୟରେ ଯୋଗ ଦେଇ ଦ୍ଵିତୀୟ ବିଶ୍ୱ ଯୁଦ୍ଧରେ ଅଂଶ ଗ୍ରହଣ କରି ୧୯୪୬ରେ ଅବସର ନେଇ ଥିଲେ ଏବଂ ୧୪ ଏପ୍ରିଲ ୧୯୮୪ରେ ମୃତ୍ୟୁ ବରଣ କରିଥିଲେ I ହେଲେ ବର୍ତ୍ତମାନ ସୁଦ୍ଧା ସୌନିକଙ୍କ ସ୍ତ୍ରୀ ସାରନ୍ତି ପ୍ରଧାନ ଏବଂ ପରିବାର ଲୋକ ସରକାରୀ ପେନସନ ପାଇବାରୁ ବଞ୍ଚିତ ଥିବା ପୁଅ ବିପ୍ରଚରଣ ପ୍ରଧାନ କହିଛନ୍ତି I ପେନସନ ପାଇବା ନିମନ୍ତେ ଆବଶ୍ୟକ ମୁତାବକ କାଗଜ ପତ୍ର ସରକାରଙ୍କ ପାଖରେ ଦାଖଲ କରିଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ପେନସନ ମିଳିନ ଥିବା ସାନ ପୁଅ ବିନାୟକ ପ୍ରଧାନ ପ୍ରକାଶ କରିଛନ୍ତି I ବର୍ତ୍ତମାନ ବଡ଼ି ପ୍ରଧାନଙ୍କ ସ୍ତ୍ରୀଙ୍କ ବୟସ ୯୦ରୁ ଉର୍ଦ୍ଧ୍ବ I ବୃଦ୍ଧାବସ୍ଥାରେ ତାଙ୍କୁ ଚଳିବା ପାଇଁ ବହୁ ସମସ୍ୟା ହେଉଛି I ତେଣୁ ପେନସନ ନିହାତି ଆବଶ୍ୟକ ବୋଲି ବଡ଼ପୁଅ ବିପ୍ରଚରଣ ପ୍ରଧାନ ପ୍ରକାଶ କରିଛନ୍ତି I ସରକାର ଅବସରପ୍ରାପ୍ତ ସେନା କର୍ମଚାରୀ ଏବଂ ତାଙ୍କ ପରିବାରର ଉନ୍ନତି ପାଇଁ ଅନେକ ଯୋଜନା କରିଛନ୍ତି I ଯେଉଁ ଯୋଜନା ଦ୍ୱାରା ଅନେକ ସୌନିକ ପରିବାର ଉପକୃତ ମଧ୍ୟ ହେଉଛନ୍ତି I କିନ୍ତୁ ବଡ଼ି ପ୍ରଧାନଙ୍କ ପରିବାର ସରକାରୀ ଯୋଜନା ପାଇବାରୁ ବଞ୍ଚିତ ହୋଇଛନ୍ତି I ତେଣୁ ଯଥା ସମ୍ଭବ ବଡ଼ି ପ୍ରଧାନଙ୍କ ପରିବାରକୁ ପେନସନ ସହ ଅନ୍ୟ ସରକାରୀ ସୁବିଧା ଯୋଗାଇ ଦେଶକୁ ସାଧାରଣରେ ଦାବୀ ହୋଇଛି I ବର୍ତ୍ତମାନ ସେନାକର୍ମଚାରୀଙ୍କ ସ୍ତ୍ରୀ ସାରନ୍ତି ପ୍ରଧାନ ଦୁଇ ପୁଅ ବିପ୍ର ଚରଣ ପ୍ରଧାନ ଏବଂ ବିନାୟକ ପ୍ରଧାନଙ୍କ ସହ ନିଜଗ୍ରାମ କଳିଙ୍ଗିଆ ସ୍ଥିତ ଡୁଗୁଡ଼ି ପାଡ଼ାରେ ରହୁଥିବା ବେଳେ ଦୁଇ ଝିଅ ଶାମା ପ୍ରଧାନ ଏବଂ ରହିମା ପ୍ରଧାନ ଅନ୍ୟତ୍ର ବିବାହ କରି ଶାଶୁ ଘରେ ରହୁଥିବା ଜଣାପଡ଼ିଛି I

Related news

Skip to toolbar