କନ୍ଧମାଳ ସନ୍ତାନ

Breaking News

ସାମ୍ବାଦିକଙ୍କୁ ପୁଲିସ କର୍ମଚାରୀଙ୍କ ଆଶ୍ଲିଳ ଭାଷା ପ୍ରୟୋଗ ଏବଂ ମାଡ଼ ମାରିବାର ଧମକ ଘଟଣା, କନ୍ଧମାଳ ଜିଲ୍ଲା ୱେବମିଡିଆ ଆକ୍ଟିଭ ଫୋରମ ଏବଂ ୟୁଜେଏ ପକ୍ଷରୁ ଆରଖି ଅଧିକ୍ଷକ ଏବଂ ଜିଲ୍ଲାପାଳଙ୍କୁ ଦାବୀ ପତ୍ର ପ୍ରଦାନ….

କନ୍ଧମାଳ ସନ୍ତାନ(ବ୍ୟୁର): କନ୍ଧମାଳ ଜିଲ୍ଲା ୱେବମିଡିଆ ଆକ୍ଟିଭ ଫୋରମ ଏବଂ ୟୁଜେଏ ପକ୍ଷରୁ ଆରଖି ଅଧିକ୍ଷକ କନ୍ଧମାଳ ଏବଂ ଜିଲ୍ଲାପାଳଙ୍କୁ ପୃଥକ ପୃଥକ ଭାବରେ ଦୁଇଟି ଦାବୀ ପତ୍ର ପ୍ରଦାନ I ଏହି ଦାବିପତ୍ର ପ୍ରଦାନ ବେଳେ କନ୍ଧମାଳ ଜିଲ୍ଲା ୱେବମିଡିଆ ଆକ୍ଟିଭ ଫୋରମ ସଦସ୍ୟ କ୍ଷୀରୋଦ ସାହାଣୀ, ବୈଦନାଥ ନାୟକଙ୍କ ସମେତ ବହୁ ସାମ୍ବାଦିକ ଉପସ୍ଥିତ ଥିଲେ I ସେହିପରି ୟୁଜେଏ ପକ୍ଷରୁ ବରିଷ୍ଠ ସାମ୍ବାଦିକ ଅରୁପ କୁମାର ଜେନାଙ୍କ ନେତୃତ୍ୱରେ ଆରକ୍ଷୀ ଅଧିକ୍ଷକଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି I ସୂଚନା ଥାଉ କି ସୂଚନା ଅନୁସାରେ ଗତ ୧୮/୦୫/୨୦୨୧ ତାରିଖ କନ୍ଧମାଳ ଜିଲ୍ଲା ଫୁଲବାଣୀ ଠାରେ ଏସଆଇ ଦୀପକ ସାମନ୍ତ ସିଂହାର ଗଣମାଧ୍ୟମ ପ୍ରତିନିଧିଙ୍କୁ ଦୁର୍ବ୍ୟବହାର କରିଥିଲେ I ଏହି ଘଟଣାକୁ ନେଇ କନ୍ଧମାଳ ଜିଲ୍ଲା କାର୍ଯରତ ସାମ୍ବାଦିକଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇ ଥିଲା I ଏହାର ପ୍ରତିବାଦରେ ୨୩/୦୫/୨୦୨୧ତାରିଖରେ ଗଣମାଧ୍ୟମ ସଂଘ କନ୍ଧମାଳ ପକ୍ଷରୁ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଘୁ.ଉଦୟଗିରିଙ୍କ ଜରିଆରେ ଆରକ୍ଷୀ ଅଧିକ୍ଷକ କନ୍ଧମାଳଙ୍କୁ ଦାବିପତ୍ର ପ୍ରଦାନ କରାଯିବା ସହ ତୂରନ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ କରାଯାଇ ଥିଲା I ସମ୍ବାଦିକଙ୍କ ପ୍ରତି ପୁଲିସ କର୍ମଚାରୀଙ୍କ ହୋଇଥିବା ଅଶ୍ଳୀଳ ଭାଷା ପ୍ରୟୋଗ ଏବଂ ମାଡ଼ ମାରିବା ଅଡିଓ ଭାଇରାଲ ହୋଇ ଥିଲା I ଏହି ଘଟଣାକୁ ବରିଷ୍ଠ ସାମ୍ବାଦିକ ଡଃ ଅରୁପ କୁମାର ଜେନା ଦୃଢ଼ ନିନ୍ଦା କରିବା ସହ ଅତ୍ୟନ୍ତ ଦୁର୍ଭାଗ୍ୟ ଜଣକ ଘଟଣା ବୋଲି କହିବା ସହ ସମ୍ପୃକ୍ତ ପୁଲିସ କର୍ମଚାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବୀ କରିଛନ୍ତି I

Related news

Skip to toolbar