କନ୍ଧମାଳ ସନ୍ତାନ

Breaking News

ଗଂଜେଇ ଚୋରା ଚାଲାଣ ବେଳେ ବୋଲେର ସହ ୪୬୪ କେଜି ଗଞ୍ଜେଇ ଜବତ, ଜଣେ ଗିରଫ

କନ୍ଧମାଳ ସନ୍ତାନ(ବ୍ୟୁର): ବାଲିଗୁଡ଼ା ପୁଲିସକୁ ମିଳିଛି ବଡ଼ ସଫଳତା I ଚଢ଼ାଉ ବେଳେ ବାଲିଗୁଡ଼ା ପୁଲିସ ୪୬୪ କେଜି ଗଞ୍ଜେଇ ସହ ବୋଲେର ଜବତ କରିବାରେ ସଫଳ ହୋଇ ଥିବା ବେଳେ ଜଣେ ଫେରାର ହୋଇଛି I
କରୋନା ମହାମାରୀ ପାଇଁ ଜନଜୀବନ ଅସ୍ତବ୍ୟସ୍ତ I ପ୍ରଶାସନ କରନା ମହାମରୀରକୁ ରୋକିବା ପାଇଁ ସମଗ୍ର ରାଜ୍ୟରେ ସଟଡାଉନ ଘୋଷଣା କରିଛନ୍ତି I ହେଲେ ଏହି ସମୟରେ ଚୋରା ଗଞ୍ଜେଇ ବେପାରୀ ବେଶ ସକ୍ରିୟ ଥିବା ଦେଖା ଦେଇଛି I ଏ ସମ୍ପର୍କରେ ସୂଚନା ପାଇବା ପରେ କନ୍ଧମାଳ ଏସ.ପି.ବିନୀତ ଅଗ୍ରୱାଲ, ବାଲିଗୁଡା ଏସ.ଡି.ପି.ଓ.ମନୋଜ କୁମାର ପୂଜାରୀଙ୍କୁ ଏଥି ପ୍ରତି ତୀକ୍ଷ୍ଣ ନଜର ରଖିବାକୁ କଡା ନିର୍ଦେଶ ଦେଇଥିଲେ । ଗଞ୍ଜେଇ ଚୋରା ଚାଲାଣ ହେଉ ଥିବା ସୂଚନା ପାଇ ମଙ୍ଗଳବାର ଅପରାହ୍ନରେ ବାଲିଗୁଡା ଏସ.ଡି.ପି.ଓ ମନୋଜ କୁମାର ପୂଜାରୀ ବାଲିଗୁଡା ପୁଲିସ ଟିମକୁ ସିନ୍ଦିରୀ ଗାଁ, ଅଣ୍ଡାରୀ ଗାଁ , କିଲୁଗାଁ ରାସ୍ତାର ବିଭିନ୍ନ ସ୍ଥାନରେ ପାଟ୍ରୋଲିଂ କରିବା ପାଇଁ ନିର୍ଦେଶ ଦେଇଥିଲେ I ନିର୍ଦ୍ଧେଶ ଅନୁସାରେ ପେଟ୍ରୋଲିଂ କରୁଥିବା ବେଳେ ବାଲିଗୁଡା ପୁଲିସ ଅଣ୍ଡାରୀଗାଁ, କିଲୁଗାଁ ରାସ୍ତାର ପାର୍ଶ୍ଵବର୍ତୀ ଏକ ଜଙ୍ଗଲରେ ଗଞ୍ଜେଇ ମଫିଆମାନେ ଗଞ୍ଜେଇ ଠୁଳ କରି ବିଭିନ୍ନ ଜାଗାକୁ ଚୋରା ଚାଲାଣ ପାଇଁ ପ୍ରସ୍ତୁତ ହେଉଥିବା ସୂଚନା ପାଇ ଥିଲେ I ଏହି ସମୟରେ ଏସ.ଆଇ ଦୀପକ ରାଉତ ପୁଲିସ ଦଳ ସହ ସେଠାରେ ଚଢ଼ାଉ କରିଥିଲା I ଘଟଣା ସ୍ଥଳରୁ ପୁଲିସ ୪୬୪ କିଲୋ ଗଞ୍ଜେଇ ସହ ଗୋଟିଏ ବୋଲେରୋ ଯାହାର ନଂ.ଓଆର-୦୨-ଏୟୁ- ୯୮୬୭ ଏବଂ ଜଣେ ଗଞ୍ଜେଇ ମାଫିଆକୁ କାବୁ କରିଥିଲା ବେଳେ ଅନ୍ୟ ଦୁଇ ଜଣ ପୁଲିସକୁ ଚକମା ଦେଇ ଫେରାର ହୋଇ ଥିଲେ I ଏ ନେଇ ବାଲିଗୁଡା ଥାନା ପୁଲିସ ୮୨/୨୧ ୟୁ/ଏସ- ୨୦ (ବି) (ii) (ସି) ୨୫/୨୧ ଏନଡିପିଏସ ଆକ୍ଟ ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଏସ.ଆଇ ରବିନ୍ଦ୍ର ମୁଣ୍ଡାରୀ ଏହାର ତଦନ୍ତ ଭାର ଗ୍ରହଣ କରିଛନ୍ତି।

Related news

Skip to toolbar