କନ୍ଧମାଳ ସନ୍ତାନ

Breaking News

ଟ୍ରାକ୍ଟର ଓଲଟି ଚାଳକଙ୍କ ସମେତ ୪ ଆହତ…

କନ୍ଧମାଳ ସନ୍ତାନ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ବ୍ଲକ ଲିଙ୍ଗାଗାଡ଼ ଗ୍ରାମ ପଞ୍ଚାୟତ ନିଲୁଙ୍ଗିଆ ଗ୍ରାମରେ ଏକ ଟ୍ରାକ୍ଟର ଦୁର୍ଘଟଣା ଗ୍ରସ୍ଥ ହୋଇଛି I ଆକ୍ସେଲ ଭାଙ୍ଗି ଯିବାରୁ ଟ୍ରାକ୍ଟର ଦୁର୍ଘଟଣା ଗ୍ରସ୍ଥ ହୋଇ ଥିବା ସୂଚନା ମିଳିଛି I

ଏହି ଦୁର୍ଘଟଣାରେ ୪ଜଣ ଗୁରୁତର ଆହତ ହୋଇ ଥିବା ସୂଚନା ମିଳିଛି I ସୂଚନା ଅନୁସାରେ ଆଜି ସକାଳେ ଜାକାମାହା ଆଡୁ ଟ୍ରାକ୍ଟର ଆସୁ ଥିଲା I ଏହି ସମୟରେ ନିଲୁଙ୍ଗିଆ ଠାରେ ଟ୍ରାକ୍ଟର ର ଆକ୍ସେଲ ଭାଙ୍ଗି ଯାଇ ଥିଲା I ଯାହା ପାଇଁ ଟ୍ରାକ୍ଟର ଭାରସାମ୍ୟ ହରାଇ ଓଲଟି ପଡ଼ି ଥିଲା I ଟ୍ରାକ୍ଟର ଓଲଟି ଯିବାରୁ ଟ୍ରାକ୍ଟରରେ ବସିଥିବା ଶ୍ରମିକ ଏବଂ ଚାଳକ ଆହତ ହୋଇ ଥିଲେ I ସ୍ଥାନୀୟ ଲୋକ ସଂଗେ ସଂଗେ ଗୁରୁତର ଆହତଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସକୁ ଖବର ଦେଇ ଥିଲେ I ଖବର ପାଇ ଆମ୍ବୁଲାନ୍ସ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ଚିକିତ୍ସା ପାଇଁ ଘୁ.ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣି ଥିଲା I

Related news

Skip to toolbar